ବୀର ଗୋବିନ୍ଦପୁର : କାଳୀପୂଜା ପାଇଁ ଚାଲିଛି ଜେରଦାର ପ୍ରସ୍ତୁତି
ମାଙ୍କ ପୂଜାର୍ଚ୍ଚନା ଓ ଦର୍ଶନ ନିମନ୍ତେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ଗତ ୨ ବର୍ଷ ଧରି ପ୍ରଶାସନ ତରଫରୁ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ମାଙ୍କ ପୀଠରେ ୧୪୪ ଧାରା ଜାରି କରା ଯାଇଥିଲା। ଶ୍ରଦ୍ଧାଳୁଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ନିମନ୍ତେ କଟକଣା ଜାରି ହୋଇଥିଲା। ମାତ୍ର ମାଆଙ୍କ ପୂଜା ପାରମ୍ପରିକ ରୀତିରେ ଅନୁଷ୍ଠିତ ହୋଇଥିଲା। କିନ୍ତୁ ଚଳିତ ବର୍ଷ କୌଣସି କଟକଣା ନ ଥିବାରୁ ମା ଦକ୍ଷିଣକାଳୀଙ୍କ ପୂଜା ମହାସମାରୋହରେ ଅନୁଷ୍ଠିତ ହେବ।
ମଧ୍ୟ ରାତ୍ରରେ ଭୋଗ ପରେ ପହୁଡ଼ ଅନୁଷ୍ଠିତ ହେବ। ସୋମବାର ମୂର୍ତ୍ତି ରଙ୍ଗ କରାଯିବ। ପୀଠରେ ମୁରୁଜ ପଡିବା ପରେ ମାଙ୍କର ମୃଣ୍ମୟୀ ମୂର୍ତ୍ତି ଆସ୍ଥାନରେ ବିଜେ କରିବେ ମଧ୍ୟ ରାତ୍ରରେ ଘଟ ଆନୟନ, ଘଟ ସ୍ଥାପନ, ଘଟ ପୂଜା, ସଂସ୍କାର, ଚକ୍ଷୁଦାନ, କୁସ୍ମାଣ୍ଡ ବଳି, ଜୀବନ୍ୟାସ, ଷୋଡଶ ଉପଚାର ପୂଜା ଵିଧି, କୋଠ ଭୋଗ, କୋଟି ଯୋଗିନୀ ପୂଜା, ବଳୀ, ବଳୀ ଧୂପ, ବଡ଼ ସିଂହାର ବେଶ, ପହୁଡ଼, ଶାନ୍ତି ହୋମ ଓ ପୀଠ ବିସର୍ଜନ ଅନୁଷ୍ଠିତ ହେବ। ୨୫ ତାରିଖ ଦିନ ଗ୍ରହଣ ଯୋଗୁ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ମା ଦକ୍ଷିଣକାଳୀଙ୍କୁ ବାହାରୁ ଦର୍ଶନ କରିବେ। ଗ୍ରହଣ ମୋକ୍ଷ ପରେ ସନ୍ଧ୍ୟା ୬ଟା ପରେ ସାହାଣ ମେଲା ଦର୍ଶନ ଆରମ୍ଭ ହେବ।
ମା ଦକ୍ଷିଣକାଳୀଙ୍କ ଅନ୍ୟ ୨ ଭଉଣୀ ସମଜାଜ ପୁରର ମା ଉଗ୍ରତାରା ଓ ବୀର ପ୍ରତାପ ପୁରର ମା କାମରୁପାଙ୍କ ପୀଠରେ ମଧ୍ୟ ସମାନ ଧରଣର ପୂଜା ନୀତି ଅନୁଷ୍ଠିତ ହେବ। ୨୫ ତାରିଖ ମଧ୍ୟ ରାତ୍ରରେ ମା ଦକ୍ଷିଣକାଳୀ ମହା ଆଡମ୍ବରରେ ବିସର୍ଜନ ନିମନ୍ତେ ବାହାରିବେ।ମାଙ୍କର ଅନ୍ୟ ୨ ଭଉଣୀ ସମଜାଜ ପୁରର ମା ଉଗ୍ରତାରା ଓ ବୀର ପ୍ରତାପ ପୁରର ମା କାମରୂପା ଏକ ମିଳିତ ଶୋଭାଯାତ୍ରାରେ ଯାଇ ଭଗବାନ ପୁର ଗ୍ରାମ ନିକଟରେ ଭାର୍ଗବୀ ନଦୀର କାଳୀ ଘାଟରେ ପହଞ୍ଚିବେ। ସେଠାରେ ପଣା ପୂଜା ପରେ ମା ଙ୍କୁ ଭାର୍ଗବୀ ନଦୀରେ ବିସର୍ଜନ କରାଯିବ।
Comments are closed.