www.samajalive.in
Sunday, December 7, 2025
18.1 C
Bhubaneswar

ନେତୃତ୍ଵ ନେବାର ଅର୍ଥ ନୁହେଁ ଲୋକଙ୍କୁ ହିଂସା ବାଟରେ ଆଗେଇନେବା: ସେନା ମୁଖ୍ୟ

ନୂଆଦିଲ୍ଲୀ: ନାଗରିକତା ଆଇନକୁ ନେଇ ଦେଶରେ ଜାରି ରହିଥିବା ହିଂସାତ୍ମକ ଆନ୍ଦୋଳନ ଥମିବାର ନାଁ ନେଉନାହିଁ। ଏଭଳି ସ୍ଥିତିରେ କଲେଜ ଏବଂ ବିଶ୍ଵବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ ଉପରେ ପ୍ରଶ୍ନ ଉଠାଇଛନ୍ତି ସେନା ମୁଖ୍ୟ ବିପିନ ରାୱତ। ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ସମୟରେ ହୋଇଥିବା ଭଙ୍ଗାରୁଜା ସମ୍ପର୍କରେ ରାୱତ କହିଛନ୍ତି, ନେତୃତ୍ଵ ନେବାର ଅର୍ଥ ନୁହେଁ ଲୋକଙ୍କୁ ହିଂସା ବାଟରେ ଆଗେଇନେବା। ଛାତ୍ରମାନେ ବିଶ୍ଵବିଦ୍ୟାଳୟରୁ ବାହାରି ହିଂସା ସୃଷ୍ଟି କରୁଛନ୍ତି। ଯେଉଁମାନେ ହିଂସା ସୃଷ୍ଟି କରୁଥିବା ଲୋକଙ୍କ ନେତୃତ୍ଵ ନେଉଛନ୍ତି, ସେମାନେ ପ୍ରକୃତରେ ନେତା ନୁହନ୍ତି ବୋଲି ରାୱତ କହିଛନ୍ତି।

ଦିଲ୍ଲୀରେ ଆୟାଜିତ ଏକ କାର୍ଯ୍ୟକ୍ରମରେ ରାୱତ କହିଛନ୍ତି, ବର୍ତ୍ତମାନ ଦେଖିବାକୁ ମିଳୁଛି ଯେ, ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନରୁ ବାହାରି ହିଂସାର ନେତୃତ୍ଵ ନେଉଛନ୍ତି। ଯିଏ ଲୋକଙ୍କୁ ଭୁଲ ବାଟରେ ନିଏ ସେ ନେତା ନୁହେଁ। ଏନଆରସି ଏବଂ ସିଏଏକୁ ନେଇ ଦେଶରେ ଜାରି ରହିଥିବା ବିରୋଧ ଏବଂ ଅନେକ ବିଶ୍ଵବିଦ୍ୟାଳୟରେ ହୋଇଥିବା ଆନ୍ଦୋଳନ ଉପରେ ରାୱତ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କୌଣସି ବିଶ୍ଵବିଦ୍ୟାଳୟର ନାମ ନ ନେଇ କହିଛନ୍ତି, ନେତୃତ୍ଵ ନେବାର କ୍ଷମତା ତାହା ନୁହେଁ, ଯାହା ଲୋକଙ୍କୁ ଭୁଲ ବାଟରେ ନେଇଯାଇଥାଏ।

- Advertisement -

ନେତୃତ୍ଵ ନେବା ସହଜ ନୁହେଁ। ଏହା ବହୁତ କଠିନ କାର୍ଯ୍ୟ। କାରଣ ଯେତେବେଳେ ଜଣେ ନେତା ଆଗକୁ ବଢ଼ିଥାଏ, ତା ପଛରେ ବଡ଼ ସଂଖ୍ୟାରେ ଲୋକ ଅନୁସରଣ କରିଥାନ୍ତି। ଏହା ଦେଖିବାକୁ ଅତି ସାମାନ୍ୟ ଲାଗେ, କିନ୍ତୁ ପ୍ରକୃତରେ ବହୁତ କଷ୍ଟକର କାର୍ଯ୍ୟ। ମୁସ୍କିଲ ପରିସ୍ଥିତିରେ ସୀମାରେ ଛିଡ଼ା ହୋଇଥିବା ଯବାନଙ୍କ ପ୍ରଶଂସା କରି ରାୱତ କହିଥିଲେ, ଆଜି ଆମେ ନିଜକୁ ଥଣ୍ଡାରୁ ରକ୍ଷା କରିବା ଲାଗି ଅନେକ ପ୍ରକାର ଶୀତବସ୍ତ୍ର ପରିଧାନ କରୁଛେ। ଏହା ଦେଖି ମୁଁ ନିଜର ସେହି ଯବାନମାନଙ୍କୁ ମନେପକାଉଛି, ଯେଉଁମାନେ ସିଆଚିନ୍‌ରେ ବିଯୁକ୍ତ (-୧୦ରୁ -୪୫ ଡିଗ୍ରୀ) ତାପମାତ୍ରାରେ ସୀମାର ସୁରକ୍ଷା ପାଇଁ ଛିଡ଼ା ହୋଇଛନ୍ତି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories