ଲୋକସଭାରେ ଏସପିଜି ସଂଶୋଧନ ବିଧେୟକ ଆଗତ

ନୂଆଦିଲ୍ଲୀ: ଏସପିଜି ସଂଶୋଧନ ବିଧେୟକ ୨୦୧୯କୁ ସୋମବାର ଲୋକସଭାରେ ଆଗତ କରାଯାଇଛି। ବିଧେୟକରେ କେବେଳ କାର୍ଯ୍ୟରତ ପ୍ରଧାନମନ୍ତ୍ରୀ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଏସପିଜି ସୁରକ୍ଷା ଯୋଗାଇ ଦିଆଯିବ। ଏପରିକି ପ୍ରଧାନମନ୍ତ୍ରୀ ପରିବାର ସଦସ୍ୟ ଯଦି ପ୍ରଧାନମନ୍ତ୍ରୀଙ୍କ ସହିତ ତାଙ୍କ ସରକାରୀ ବାସଭବନରେ ରହୁ ନଥିବେ ତେବେ ସେମାନଙ୍କୁ ଏସପିଜି ସୁରକ୍ଷା ଦିଆଯିବ ନାହିଁ। ସେହିପରି ଜଣେ ପ୍ରଧାନମନ୍ତ୍ରୀ ଦାୟିତ୍ବରୁ ମୁକ୍ତ ହେବା ପରେ ଏକ ବର୍ଷ ପାଇଁ ତାଙ୍କୁ ଏସପିଜି ସୁରକ୍ଷା ଯୋଗାଇ ଦିଆଯିବ। ସ୍ବରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ଜି କିଷନ ରେଡ୍ଡି ଏସପିଜି ସଂଶୋଧନ ବିଧେୟକକୁ ଲୋକସଭାରେ ଆଗତ କରିଛନ୍ତି। ୧୯୮୮ ଏସପିଜି ଆଇନ ଅନୁଯାୟୀ କେନ୍ଦ୍ରୀୟ ସଶସ୍ତ୍ର ବାହିନୀର ସ୍ବତନ୍ତ୍ର ଦଳ ପ୍ରଧାନମନ୍ତ୍ରୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ସୁରକ୍ଷା ଯୋଗାଇ ଦେବେ। ବର୍ତ୍ତମାନର ଏସପିଜି ଆଇନ ଅନୁଯାୟୀ ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ ଓ ତାଙ୍କ ପରିବାର ସଦସ୍ୟଙ୍କୁ ୧୦ବର୍ଷ ପାଇଁ ଏସପିଜି ସୁରକ୍ଷା ଯୋଗାଇ ଦିଆଯାଉଛି। ଯଦି ପୂର୍ବତନ ପ୍ରଧାନମନ୍ତ୍ରୀ ଓ ତାଙ୍କ ପରିବାର ସଦସ୍ୟଙ୍କ ପ୍ରତି କୌଣସି ବିପଦ ରହିଥାଏ ତେବେ ଏହି ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇପାରିବ। ନିକଟରେ କେନ୍ଦ୍ର ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ପତ୍ନୀ ସୋନିଆ ଗାନ୍ଧୀ, ପୁଅ ରାହୁଲ ଓ ଝିଅ ପ୍ରିୟଙ୍କା ସହିତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଠାରୁ ଏସପିଜି ସୁରକ୍ଷା ପ୍ରତ୍ୟାହାର କରି ନେଇଥିଲେ।

kalyan agarbati

Comments are closed.