www.samajalive.in
Friday, December 5, 2025
26.1 C
Bhubaneswar

ମୋଦୀଙ୍କ ଦୃଢ ନେତୃତ୍ୱକୁ ବିଲ ଗେଟସଙ୍କ ପ୍ରଶଂସା

ସମାଜ ପୋର୍ଟାଲ ଡେସ୍କ: ମାଇକ୍ରୋସପ୍ଟ ପ୍ରତିଷ୍ଠାତା ବିଲ ଗେଟସ କୋଭିଡ-୧୯ର ମୁକାବିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ନେତୃତ୍ୱ ଓ ସକ୍ରିୟ ପଦକ୍ଷେପ ଗ୍ରହଣ ପାଇଁ ତାଙ୍କର ଭୂୟସୀ ପ୍ରଶଂସା କରିଛନ୍ତି। ଗେଟ୍‍ସ କହିଛନ୍ତି ଦେଶବ୍ୟାପୀ ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା କଟକଣା ଲାଗୁ, ହଟସ୍ପଟଗୁଡ଼ିକୁ ଚିହ୍ନଟ କରିବା ପାଇଁ ପଦକ୍ଷେପ, ପୃଥକୀକରଣ ଦିଗରେ ନିଆଯାଇଥିବା ପଦକ୍ଷେପ ଓ ସ୍ୱାସ୍ଥ୍ୟକ୍ଷେତ୍ରରେ ସରକାରଙ୍କ ଦ୍ୱାରା ଖର୍ଚ୍ଚ ବୃଦ୍ଧି ଅତ୍ୟନ୍ତ ପ୍ରଶଂସନୀୟ। ଗେଟ୍‍ସ କହିଛନ୍ତି ମୋଦୀ ସରକାର କୋଭିଡ-୧୯ର ମୁକାବିଲା ପାଇଁ ତାଙ୍କର ଉନ୍ନତ ଡିଜିଟାଲ କ୍ଷମତାର ମଧ୍ୟ ସମ୍ପୂର୍ଣ୍ଣ ବିନିଯୋଗ କରିଛନ୍ତି ଓ ଆରୋଗ୍ୟ ସେତୁ ଭଳି ଆପ୍‍ ବାହାର କରିଛନ୍ତି। ସେ କହିଛନ୍ତି ମୋଦୀ ସର୍ବସାଧାରଣଙ୍କ ସ୍ୱାସ୍ଥ୍ୟ ଓ ଦେଶର ସମସ୍ତ ନାଗରିକଙ୍କୁ ସୁରକ୍ଷା ଦେବା ମଧ୍ୟରେ ଉତ୍ତମ ସନ୍ତୁଳନତା ରକ୍ଷା ପାଇଁ କରିଥିବା ପ୍ରଚେଷ୍ଟା ପ୍ରଶଂସନୀୟ।

ବିଲ୍‍ ଆଣ୍ଡ ମେଲିଣ୍ଡା ଗେଟ୍‍ସ ଫାଉଣ୍ଡେସନ କରୋନା ଭୂତାଣୁର ମୁକାବିଲାରେ ବିଶ୍ୱକୁ ଆଉ ଅତିରିକ୍ତ ୧୫୦ନିୟୁତ ଡଲାର ସହାୟତା ପ୍ରଦାନ କରିଛି। ଏଥି ସହିତ ଏହି ଫାଉଣ୍ଡେସନ ଏପର୍ଯ୍ୟନ୍ତ ୨୫୦ ନିୟୁତ ଡଲାର ସହାୟତା ଦେଇସାରିଲାଣି। କୋଭିଡ-୧୯ରୁ ବିଶ୍ୱବାସୀଙ୍କୁ ସୁରକ୍ଷା ଦେବାକୁ ଫାଉଣ୍ଡେସନ ପକ୍ଷରୁ ସମସ୍ତ ଦେଶକୁ ଆହ୍ୱାନ ଦିଆଯାଇଛି।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories