www.samajalive.in
Friday, December 5, 2025
23.1 C
Bhubaneswar

ବିନା ଲକ୍ଷଣରେ ୮୦ ପ୍ରତିଶତ କରୋନା ସଂକ୍ରମିତ : ଭାରତରେ ଏହାର ସ୍ଥିତି ନେଇ ଚର୍ଚ୍ଚା

ନୂଆଦିଲ୍ଲୀ : ମହାମାରୀ କରୋନା ପ୍ରଭାବରେ ବିଶ୍ବ କବଳିତ ହୋଇଥିବା ବେଳେ ଏହାର ମୁକାବିଲା ପାଇଁ ପଦକ୍ଷେପ ନିଆଯାଉଛି। କିନ୍ତୁ ବିନା ଲକ୍ଷଣରେ କରୋନା ସଂକ୍ରମିତ ବାହାରୁ ଥିବାରୁ ଏହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଭାରତରେ ଏଭଳି ସ୍ଥିତି ରହିଛି କି ନାହିଁ ଭାରତୀୟ ମେଡିକାଲ ଗବେଷଣା ପରିଷଦ(ଆଇସିଏମଆର) ପକ୍ଷରୁ ସ୍ପଷ୍ଟ କରାଯାଇ ନଥିବା ବେଳେ ଏହାକୁ ନେଇ ସାଧାରଣରେ ଚର୍ଚା ଜୋର ଧରିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ଯେ ୮୦ ପ୍ରତିଶତ ସଂକ୍ରମିତଙ୍କ ଠାରେ କରୋନା ଲକ୍ଷଣ ନାହିଁ। ସଂଗଠନ ପକ୍ଷରୁ କୁହାଯିବା ପରେ ଲୋକଙ୍କ ମଧ୍ୟରେ ଛନକା ପଶିଛି। ବିଭିନ୍ନ ଦେଶରେ ବିନା ଲକ୍ଷଣରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଭିନ୍ନ ରହିଛି। ଇଟାଲୀରେ ଏହି ପ୍ରତିଶତ ୪୦ ଥିବା ବେଳେ ୟୁରୋପ ୟୁନିୟନରେ ୨୫ ପ୍ରତିଶତ।  ଅନ୍ୟ କେତେକ ଦେଶରେ ପ୍ରଥମେ ଏହି ସଂଖ୍ୟା କମ ରହିଥିବା ବେଳେ ପରେ ବୃଦ୍ଧି ପାଉଛି। ଭାରତରେ ଏହି ପ୍ରତିଶତ କେତେ ରହିଛି ତାହା ସ୍ପଷ୍ଟ କରାଯାଇନାହିଁ। କିନ୍ତୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ତଥ୍ୟ ଆଇସିଏମଆର ପକ୍ଷରୁ ସୂଚୀତ କରାଯାଇଛି। ଭାରତରେ ଏ ସଂପର୍କରେ ସ୍ପଷ୍ଟ ହୋଇ ନଥିବା ବେଳେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସାଧାରଣ ଥଣ୍ଡା କାଶକୁ ନେଇ କରୋନା ହୋଇଥିବା ଆଶଙ୍କା କରୁଥିବା ବେଳେ ବିନା ଲକ୍ଷଣରେ ସଂକ୍ରମିତ ହେଉଥିବା କୁହାଯିବା ପରେ ବହୁ ସଂଖ୍ୟାରେ ଲୋକ  ଚିନ୍ତାରେ ପଡିଯାଇଛନ୍ତି। ଅନେକ ଏ ନେଇ ଦ୍ବନ୍ଦ୍ବରେ ରହିଥିବା ବେଳେ ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣକୁ ଅପେକ୍ଷା କରାଯାଇଛି।

 

Hot this week

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

Related Articles

Popular Categories