ଏଠାରେ ଖାଆନ୍ତୁ ମନଭରି, ଆଉ ବିଲ୍ ନିଜ ଇଚ୍ଛା ଅନୁସାରେ ଦିଅନ୍ତୁ

0

କିଛି ମାସ ତଳେ ଜାପାନର ଏକ ରେସ୍ତୋରାଁ ଅଜବ ନିୟମ ପ୍ରଣୟନ କରିଥିଲା। ଗ୍ରାହକ ମନଭରି ଭୋଜନ କରିବା ସହ ଇଚ୍ଛା ଅନୁସାରେ ବିଲ୍ ଦେବେ। ଏପରିକି ବିଲ୍ ନ ଦେଲେ ମଧ୍ୟ କୌଣସି ପରବାୟ ନାହିଁ। ତେବେ ଏକମାତ୍ର ସର୍ତ୍ତ ହେଉଛି ଯେ ରେସ୍ତୋରାଁରେ କିଛି ସମୟ କାମ କରିବେ।

ସେଠାକାର ଗଣମାଧ୍ୟମ ସହ ସୋସିଆଲ ସାଇଟରେ ଏହି ଖବରଟି ଜୋରରେ ପ୍ରଚାରିତ ହୋଇଥିଲା। ପର୍ୟ୍ୟଟକଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଲୋକେ ନିୟମିତ ଭାବେ ଏଠାରେ ସୁସ୍ବାଦୁ ଭୋଜନ କରିବା ସହ କାମ କରୁଥିବାର ଦେଖାଯାଇଥିଲା। ଏହା ସହ କେତେକ ବର୍ଗର ଲୋକେ ନିଜ ଖାଦ୍ୟପାନୀୟର ଦେୟ ଭରଣା କରିବାରେ ହେଳା କରୁନଥିଲେ।

ତେବେ ପ୍ରଥମକରି ସେହିଭଳି ଏକ ରେସ୍ତୋରାଁ ଭାରତର କେରଳରେ ନୂଆ କରି ଆରମ୍ଭ ହୋଇଛି। ସେଠାର ପାଥିରାପଲ୍ଲୀ ନିକଟରେ ଏହି ରେସ୍ତୋରାଁର ଶୁଭାରମ୍ଭ ହୋଇଛି। ଗ୍ରାହକ ନିଜ ମନମୁତାବକ ଖାଦ୍ୟର ବରାଦ୍ ଦେବା ସହ ଭେଟ ପରି ଖାଇବେ।

ହେଲେ ବିଲ୍ ପଇଠ ପାଇଁ କେହି ମଧ୍ୟ କହିବେ ନାହିଁ। ଜଣେ ବ୍ୟକ୍ତି ନିଜ ଇଚ୍ଛା ଅନୁସାରେ ବିଲ୍ ଦେବେ କି ନାହିଁ, ଏହା ତାଙ୍କ ଉପରେ ନିର୍ଭର କରେ। ଦୈନିକ ୨ହଜାର ଲୋକଙ୍କ ନିମନ୍ତେ ଏଠାରେ ଖାଦ୍ୟ ପ୍ରସ୍ତୁତ କରାଯାଉଛି। ଅଧିକାଂଶ ଗ୍ରାହକ ବିଲ୍ ପଇଠ କରୁଛନ୍ତି ବୋଲି ରେସ୍ତୋରାଁ କର୍ମଚାରୀ ପ୍ରକାଶ କରିଛନ୍ତି।

Leave A Reply