www.samajalive.in
Monday, December 15, 2025
24.1 C
Bhubaneswar

ବାଇକ୍‌ ପାର୍କିଂଷ୍ଟାଣ୍ଡ ହୋଇଛି ଗାଡ଼ି ଚୋରଙ୍କ ଗୋଦାମ; ଏଣିକି ଗାଡ଼ି ରଖିବାକୁ ହେଲେ କାଗଜପତ୍ର ଜରୁରୀ

ଭୁବନେଶ୍ବର : ରାଜଧାନୀରେ ବାଇକ୍‌ ଚୋରଙ୍କ ଦୌରାତ୍ମ୍ୟ ବଢ଼ିଛି। ଲୁଟିଆମାନେ ବିଭିନ୍ନ ହାଟବଜାର ନିକଟରୁ ଥୁଆ ହୋଇଥିବା ବାଇକ୍‌ ଡୁପ୍ଲିକେଟ ଚାବିରେ ଖୋଲି ପାର ହୋଇଯାଉଛନ୍ତି। ଧରାପଡ଼ିବା ଭୟରେ ରେଳଷ୍ଟେସନ ନିକଟରେ ବାଇକ୍‌ ପାର୍କିଂଷ୍ଟାଣ୍ଡରେ ଗାଡ଼ି ଲୁଚାଇ ରଖି କିଛିମାସ ଅପେକ୍ଷା କରୁଛନ୍ତି। ସମୟ ସୁଯୋଗ ଦେଖି ସେ ଗାଡ଼ିକୁ ଅନ୍ୟତ୍ର ପଠାଇ ବିକ୍ରି କରୁଛନ୍ତି।
ରେଳଷ୍ଟସନ ବାଇକ୍‌ ପାର୍କିଂଷ୍ଟାଣ୍ତରେ ଗାଡ଼ି ରଖିବା ନେଇ କୌଣସି କଟକଣା ନାହଁି। ଫଳରେ ବାଇକ୍‌ ଲୁଟିଆ ଚୋରିଗାଡି ଆଣି ଏଠାରେ ଲୁଚାଇ ରଖୁଛନ୍ତି। ଏନେଇ ଅଭିଯୋଗ ହେବାପରେ ରେଳବାଇ କର୍ତ୍ତୃପକ୍ଷ ଗାଡ଼ି ରଖିବା ନେଇ କଟକଣା କରିବାକୁ ଯୋଜନା ରଖିଛନ୍ତି। ଆଗାମୀ ଦିନରେ ପାର୍କିଂଷ୍ଟାଣ୍ଡରେ ଗାଡ଼ି ରଖିବାକୁ ହେଲେ ଗାଡି କାଗଜପତ୍ର କିମ୍ବା ଏହାର ନକଲ ଦେଖାଇବାକୁ ହେବ।
ସୂଚନାଯୋଗ୍ୟ, ସହର ତମାମ୍‌ ଗାଡ଼ିମୋଟର କାଗଜପତ୍ର ଯାଞ୍ଚ ଜୋରଦାର ହୋଇଥିବାବେଳେ ଲୁଟ୍‌ ପରେ ଗାଡ଼ି ବାହାରକୁ ନେବା ସମ୍ଭବ ହେଉ ନାହଁି। ପୁଲିସ ହାବୁଡ଼ରେ ଧରାପଡ଼ିବା ଭୟ ରହୁଛି। ସେମାନେ ଗାଡ଼ି ଲୁଚାଇ ରଖିବାର ନୂଆ ଠିକଣା ଭାବେ ମୁଖ୍ୟ ରେଳ‌େ‌ଷ୍ଟସନ ବାଇକ୍‌ ପାର୍କିଂଷ୍ଟାଣ୍ଡକୁ ବ୍ୟବହାର କରୁଥିବା ଜଣାପଡ଼ିଛି। ରେଳଷ୍ଟସନ ବାଇକ୍‌ ପାର୍କିଂଷ୍ଟାଣ୍ତରେ ଗାଡ଼ି ରଖିବା ନେଇ କୌଣସି କଟକଣା ନାହଁ। ଲୋକମାନେ ମନଇଚ୍ଛା ଗାଡ଼ି ରଖି ପଳାଉଛନ୍ତି। ଏହା ବାଇକ୍‌ ଲୁଟିଆଙ୍କୁ ସୁହାଉଛି। ବାଇକ୍‌ ଲୁଟିଆ ଗାଡ଼ି ଚୋରି ପରେ ଏଗୁଡ଼ିକୁ ଦୀର୍ଘଦିନ ପର୍ଯ୍ୟନ୍ତ ଲୁଚାଇ ରଖୁଛନ୍ତି। ପ‌େ‌ର ସୁଯୋଗ ଦେଖି ଚୋରି ଗାଡ଼ିକୁ ରାଜ୍ୟ ବାହାରେ ଶସ୍ତାରେ ବିକ୍ରି କରୁଥିବା ଅଭିଯୋଗ ହେଉଛି।
ପୂର୍ବରୁ ଉକ୍ତ ପାର୍କିଂଷ୍ଟାଣ୍ଡକୁ ଏକ ଘରୋଇ ସଂସ୍ଥା ପରିଚାଳନା କରୁଥିଲା। ରେଳବାଇ ଏହାର ପରିଚାଳନା ଦାୟିତ୍ବ ନୋବାପରେ ଏନେଇ କୌଣସି କଟକଣା ଲଗାଇ ନାହିଁ। ଆଗାମୀ ଦନରେ ବାଇକ୍‌ ଷ୍ଟାଣ୍ଡରେ ଗାଡ଼ି ରଖିବାକୁ ହେଲେ ଗାଡ଼ି କାଗଜପତ୍ର କିମ୍ବା ଏହାର ନକଲ କପି ଦେଖାଇବା ବାଧ୍ୟତାମୁଳକ କରାଯିବ ବୋଲି ଷ୍ଟେସନ ନିର୍ଦେଶକ ଚିତ୍ତରଞ୍ଜନ ନାୟକ କହିଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories