ବିଜୁବାବୁଙ୍କ ପରି ଦିଗଦର୍ଶୀ ଜନନେତା ଦେଶରେ ବିରଳ
ଆଠଗଡରେ ବିଜୁ ପଟ୍ଟନାୟକ ଜୟନ୍ତୀ
ଆଠଗଡ : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ମହାନ ଜନନାୟକ, କଳିଙ୍ଗ ବୀର, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜନ୍ମଜୟନ୍ତୀ ଏବଂ ପଞ୍ଚାୟତିରାଜ ଓ ଲୋକସେବା ଦିବସ ଆଠଗଡରେ ପାଳିତ ହୋଇଯାଇଛି । ସ୍ଥାନୀୟ ମହୋତ୍ସବ ପଡିଆଠାରେ ବ୍ଲକ ବିଜେଡି ସଭାପତି ରବିନ୍ଦ୍ରନାଥ ରାଉତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଜୟନ୍ତୀ ଉତ୍ସବରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗଦେଇ ବିଜୁବାବୁ ଧର୍ମନିରପେକ୍ଷତା ଓ ସାଂପ୍ରଦାୟିକ ସଦ୍ଭାବର ମହାନ ପ୍ରବକ୍ତା ଥିଲେ ବୋଲି ମତବ୍ୟକ୍ତ କରିଥିଲେ । ଓଡିଶାର ମାଟି ଓ ପାଣିପବନକୁ ହୃଦୟର ସହିତ ଭଲପାଉଥିବା ବିଜୁବାବୁ ସମାଜର ତଳସ୍ତରରେ ରହିଥିବା ଗରିବଗୁରୁବାଙ୍କ ମୁହଁରେ ହସ ଫୁୁଟାଇବା ଏବଂ ସେମାନଙ୍କୁ ଆର୍ଥôକ ସ୍ୱାବଲମ୍ବୀ କରିବା ଲାଗି ନୀରବଚ୍ଛିନ୍ନ ଉଦ୍ୟମ କରିଚାଲିଥିଲେ । ଓଡିଶାକୁ ବିଶ୍ୱ ଦରବାରରେ ପରିଚିତ କରାଇ ପ୍ରତିଟି ଓଡିଆଙ୍କୁ ମୁଣ୍ଡଟେକି ଚାଲିବା ପାଇଁ ବିଜୁବାବୁ ସଦାସର୍ବଦା ପ୍ରେରଣା ଯୋଗାଇ ଆସୁଥିଲେ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ । ଓଡିଶାକୁ ଏକ ଅଗ୍ରଣୀ ତଥା ବିକଶିତ ରାଜ୍ୟରେ ପରିଣତ କରିବାର ସ୍ୱପ୍ନକୁ ସାକାର କରିବା ଲାଗି ବିଜୁବାବୁ ଯେଉଁ ଉଦ୍ୟମ କରିଥିଲେ ତାକୁ ପୂର୍ଣ୍ଣାଙ୍ଗ ରୂପ ଦେବା ଓ ସେ ସ୍ୱପ୍ନକୁ ସାକାର କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପ୍ରତିବଦ୍ଧତା ବଳରେ ରାଜ୍ୟର ପ୍ରଗତିକୁ ଗତିଶୀଳ କରିଛନ୍ତି ବୋଲି ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ । ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ରାଜ୍ୟର ଲବ୍ଧପ୍ରତିଷ୍ଠିତ ସାହିତି୍ୟକ ଡଃ ନାରାୟଣ ପଣ୍ଡା ପ୍ରବାଦ ପୁରୁଷ ବିଜୁବାବୁଙ୍କର ବହୁମୁଖୀ ପ୍ରତିଭା ସଂପର୍କରେ ଦୀଖ୍ୟାନ୍ତ ଭାଷଣ ଦେଇଥିଲେ । ସ୍ୱାଧୀନତା ସଂଗ୍ରାମ ହେଉ ଅବା ୨ୟ ବିଶ୍ୱଯୁଦ୍ଧ ସମୟରେ ବିଜୁବାବୁ ନିଜର ଅଦମ୍ୟ ସାହସିକତା ଓ ବୀରତ୍ୱର ପରାକାଷ୍ଠା ଦେଖାଇଥିଲେ । ଓଡିଆ ଭାଷା ସାହିତ୍ୟକୁ ଅତ୍ୟନ୍ତ ଭଲପାଉଥିବା ବିଜୁବାବୁ ଓଡିଆ ଭାଷା ସାହିତ୍ୟର ବିକାଶ ପାଇଁ ବହୁ ବଳିଷ୍ଠ ପଦକ୍ଷେପ ନେଇଥିଲେ ବୋଲି ଡଃ ପଣ୍ଡା ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏନଏସି ଅଧ୍ୟକ୍ଷା ସସ୍ମିତା ରାଉତ, ଉପାଧ୍ୟକ୍ଷ ବି. ଶୁଭ୍ରଶଙ୍କର ଜ୍ୟୋତି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜନ ଆଚାର୍ଯ୍ୟ, ବ୍ଲକ ଉପାଧ୍ୟକ୍ଷ ସୁବାସ ମଲ୍ଲିକ, ତିଗିରିଆ ବ୍ଲକ ଅଧ୍ୟକ୍ଷା ସନ୍ଧ୍ୟାରାଣୀ ନାୟକ, ଉପାଧ୍ୟକ୍ଷ ମାନସ ସାହୁ, ଜିଲ୍ଲା ପରିଷଦ ସଭ୍ୟ ଶାନ୍ତିଲତା ବେହେରା, ମୀନତି ଗାଗରାଇ, ବଳଭଦ୍ର ବାଘ, ତିଗିରିଆ ଜିଲ୍ଲାପରିଷଦ ସଭ୍ୟ ସସ୍ମିତା ରାଉତ, ସଂଜୟ ମଲ୍ଲିକ, ଜିଲ୍ଲା ବିଜେଡିି ଉପସଭାପତି ନୃସିଂହ ମହାପାତ୍ର, ସାଧାରଣ ସଂପାଦକ ପ୍ରଦୀପ୍ତ ଦାସ, ପୂର୍ବତନ ତିଗିରିଆ ବ୍ଲକ ଅଧ୍ୟକ୍ଷ ଭାଗୀରଥି ନନ୍ଦ ପ୍ରମୁଖ ଯୋଗଦେଇ ଉଦ୍ବୋଧନ ଦେଇଥିଲେ । ପ୍ରାରମ୍ଭରେ ଆଠଗଡ ନିର୍ବାଚନ ମଣ୍ଡଳୀ ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ କୁଲାଇଲୋ, ବନଖଣ୍ଡି, ଇଚ୍ଛାପୁର ଓ ଏନଏସିର ବୀରକିଶୋରପୁର ଛକଠାରୁ ପୃଥକ ପୃଥକ ଭାବେ ସାଇକେଲ ଶୋଭାଯାତ୍ରା ଯୁବନେତା ଆଦିତ୍ୟ ପ୍ରତାପ ସ୍ୱାଇଁଙ୍କ ନେତୃତ୍ୱରେ ବାହାରି ମହୋତ୍ସବ ପଡିଆଠାରେ ପହଞ୍ଚôଥିଲା । ଏହି ଅବସରରେ ବ୍ଲକର ୮୦୮ ଓ ଏନଏସିର ୬୦ଜଣ ହିତାଧିକାରୀଙ୍କୁ ମଧୁବାବୁୁ ବାର୍ଦ୍ଧକ୍ୟ ଭତ୍ତା ଓ ସହରୀ ମିଶନ ଶକ୍ତି ଯୋଜନା ମାଧ୍ୟମରେ ୪୯ଜଣ ସ୍ୱଚ୍ଛସାଥୀ ଓ କର୍ମୀଙ୍କୁ ସାଇକେଲ ବଣ୍ଟନ କରାଯାଇଥିଲେ । ସେହିପରି ଅପରାହ୍ନରେ ଇଚ୍ଛାପୁୁର ଛକଠାରେ ବିଜୁବାବୁଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିକୁ କୃଷିମନ୍ତ୍ରୀ ଶ୍ରୀ ସ୍ୱାଇଁ ଅନାବରଣ କରିଥିଲେ ।
Comments are closed.