ପୂର୍ବତନ ମନ୍ତ୍ରୀ ବିଜୟ ରଞ୍ଜନ ସିଂ ବରିହାଙ୍କୁ ବୌଦ୍ଧରେ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ଶ୍ରଦ୍ଧାଞ୍ଜଳୀ
![](https://samajalive.in/wp-content/uploads/2022/10/Bijaya-singha-barihan-ku-sradhanjali.jpeg)
ବୌଦ୍ଧ : ବିଜେଡିର ବରିଷ୍ଠ ନେତା ତଥା ପଦ୍ମପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିଜୟ ରଞ୍ଜନ ସିଂହ ବରିହାଙ୍କ ଭୁବେନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଥିଲା। ସୋମବାର ତାଙ୍କର ମରଶରୀରକୁ ଅନ୍ତିମ ସଂସ୍କାର ପାଇଁ ଭୁବନେଶ୍ୱରରୁ ଆମ୍ବୁଲାନ୍ସ ଯୋଗେ ନିଜ ଗ୍ରାମକୁ ନିଆଯାଉଥିବା ବେଳେ ବୌଦ୍ଧ ବିଜୁ ପଟ୍ଟନାୟକ ଛକଠାରେ ମନ୍ତ୍ରୀ ପ୍ରଦିପ କୁମାର ଅମାତଙ୍କ ସହିତ ଜିଲା ବିଜେଡିର ବରିଷ୍ଠ କାର୍ଯ୍ୟକର୍ତ୍ତାମାନେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀଅମାତଙ୍କ ସମେତ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ବିଜେଡିର ରାଜ୍ୟ ଯୁଗ୍ମ ସଂପାଦକ ଅଶୋକ କୁମାର ସାହୁ, ଜିଲା ବିଜେଡି କାର୍ଯ୍ୟକାରୀ ସଭାପତି ସୁବୋଧ କୁମାର ପ୍ରଧାନ,ବରିଷ୍ଠ ନେତା ତାରେଣି ମହାପାତ୍ର, ସୁବାଶ ଚନ୍ଦ୍ର ସାହୁ, ରବିନ୍ଦ୍ର କୁମାର ରାଉତ, ବସନ୍ତ କୁମାର ସ୍ୱାଇଁଙ୍କ ସମେତ ବହୁ ସଂଖ୍ୟରେ ଯୁବ ବିଜେଡି ଓ ଛାତ୍ରବିଜେଡିର କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।
Comments are closed.