www.samajalive.in
Monday, December 15, 2025
16.1 C
Bhubaneswar

ଦୌପଦୀଙ୍କ ପାଇଁ ଆଠଗଡ ବିଜେପିର ବିଜୟ ଉତ୍ସବ

ଆଠଗଡ :  ଆଠଗଡ ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଷ୍ଟ୍ରପତି ପଦବୀ ଲାଗି ନିର୍ବାଚନରେ ଦୌପଦୀ ମୁର୍ମୁଙ୍କ ବିଜୟ ଲାଗି ବିଜୟ ଉତ୍ସବ ପାଳନ କରିଛନ୍ତି । ଦୌପଦୀ ମୁର୍ମୁ ଓଡିଶା ପାଇଁ ଗର୍ବ ଓ ଗୌରବ ବୋଲି ବରିଷ୍ଠ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବ୍ରଜେନ୍ଦ୍ର କୁମାର ରାୟ ମତବ୍ୟକ୍ତ କରିଛନ୍ତି। ଓଡିଶାର ଜଣେ ଆଦିବାସୀ ମହିଳାଙ୍କୁ ଦେଶର ସର୍ବୋଚ୍ଚ ପଦବୀରେ ଅଧିଷ୍ଠିତ କରିବା ଲାଗି ଏକ ଐତିହାସିକ ପଦକ୍ଷେପ ନେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶ୍ରୀ ରାୟ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ରାମନାରାୟଣ ମହାନ୍ତି ଏବଂ ଅନ୍ୟ ବିଜେପି ନେତୃବୃନ୍ଦ କୃତଜ୍ଞତା ଜଣାଇଥିଲେ। ଦୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବା ପରେ ଆଠଗଡ ବିଜେପି ପକ୍ଷରୁ ଦଳୀୟ ନେତା ଓ କର୍ମୀ ଉଲ୍ଲସିତ ହୋଇ ବିଜୟ ଉତ୍ସବ ପାଳନ କରିଥିଲେ । ବିଜେପି ନେତା ଓ କାର୍ଯ୍ୟକର୍ତ୍ତା ସହର ପରିକ୍ରମା କରି ବିଭିନ୍ନ ସ୍ଥାନରେ ଆତସବାଜି ଫୁଟାଇବା ସହ ଲୋକମାନଙ୍କ ମଧ୍ୟରେ ଲଡୁ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ଜଗଦାନନ୍ଦ ତ୍ରିପାଠୀ, ରମାକାନ୍ତ ସେନାପତି, ନଗରପାଳ ପ୍ରାର୍ଥୀନୀ ତଥା ମହିଳା ମୋର୍ଚ୍ଚା ନେତ୍ରୀ ଇଲା ପଣ୍ଡା, ବିଚିତ୍ରାନନ୍ଦ ଜେନା, ପ୍ରକାଶ ସେଠୀ, ନୂତନ କୁମାର ରାଉତ, ତପନ କୁମାର ଲେଙ୍କାଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories