www.samajalive.in
Sunday, December 7, 2025
26.1 C
Bhubaneswar

ଦୁର୍ବୃତ୍ତ କହିଲା ପଛକୁ ଅନା ; ଲୁଟି ନେଲା ୨୨ ଲକ୍ଷ

ଜମୁଇ : ବିହାରର ଜମୁଇ ଜିଲାରେ ଲୁଟ୍‍ର ଏକ ବିଚିତ୍ର ଘଟଣା ସାମ୍ନାକୁ ଆସିଛି। ଜଣେ କାର ଚାଳକ ନିଜ ଗାଡି ଯୋଗେ ଦେବଘରରୁ ନବାଦା ଯାଉଥିବା ସମୟରେ ଲୁଟ୍‍ର ଶିକାର ହୋଇଛନ୍ତି। ତାଙ୍କ ନିକଟରୁ ପ୍ରାୟ ୨୨ ଲକ୍ଷ ଟଙ୍କା ଲୁଟ ହୋଇଛି।  ଉକ୍ତ ବ୍ୟକ୍ତି ଜଣକ ଏକ ସ୍କୁଲର ପରିଚାଳନାରେ ଦାୟିତ୍ୱରେ ରହିଛନ୍ତି। ତାଙ୍କ କାର ଜମୁଇରେ ପହଞ୍ଚିବା ବେଳେ ଅଜଣା ବ୍ୟକ୍ତି ତାଙ୍କ କାରରୁ ମୋବିଲ୍‍ ପଡୁଛି ବୋଲି କହିଥିଲେ। ଏହାପରେ ବ୍ୟକ୍ତି ଜଣକ କାର ଅଟକାଇବା ପରେ ଉକ୍ତ ଦୁର୍ବୃତ୍ତ କାରରୁ ଟଙ୍କା ଭର୍ତ୍ତି ବ୍ୟାଗ୍‍ ନେଇ ଚମ୍ପଟ ହୋଇଯାଇଥିବା ଜଣାପଡିଥିଲା। ବ୍ୟାଗ୍‍ ରେ ପ୍ରାୟ ୨୨ ଲକ୍ଷ ନଗଦ ଟଙ୍କା ଥିଲା ବୋଲି ଜଣାପଡିଛି। ଏହି ଟଙ୍କା ନେଇ ବ୍ୟକ୍ତି ଜଣକ ଘରକୁ ଯାଉଥିଲେ। ଲୁଟ୍‍ ନେଇ ତୁରନ୍ତ ପୁଲିସକୁ ଖବର ଦେବା ପରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆଖପାଖର ସିସିଟିଭ ଫୁଟେଜ୍‍ ମଧ୍ୟ ଯାଞ୍ଚ କରାଯାଉଛି।
ସୂଚନା ଅନୁଯାୟୀ,  ବ୍ୟକ୍ତି ଜଣକ ଦେବଘରରୁ ନବାଦା ଯାଉଥିବା ସମୟରେ କିଛି ଲୁଟେରା ତାଙ୍କୁ ପିଛା କରି ଗାଡିରୁ ମୋବିଲ ପଡୁଛି ବୋଲି କହି ଟଙ୍କା ଲୁଟି ଫେରାର ହୋଇଯାଇଥିଲେ। ସ୍କୁଲର ୩ ମାସର ଆଦାୟ ହୋଇଥିବା ଟଙ୍କା ସେ ନେଇ ଫେରୁଥିଲେ।
ବ୍ୟକ୍ତିଙ୍କ କହିବାନୁଯାୟୀ, ତାଙ୍କ କାରରେ ୩ ଜଣ ଥିଲେ। ସିକନ୍ଦରା ଚୌକରେ ଟ୍ରାଫିକ ଅଧିକ ହେବା କାରଣରୁ କାର ଧିରେ ଧିରେ ଗତି କରୁଥିଲା। ସେହି ସମୟରେ ଅଜଣା ବ୍ୟକ୍ତି ଗାଡିରୁ ମୋବିଲ ପଡୁଛି ବୋଲି କହିବାରୁ ସେମାନେ କାର ରୋକି ଦେଖୁଥିଲେ। ଏହାର ସୁଯୋଗ ନେଇ ଲୁଟେରା ଟଙ୍କା ବ୍ୟାଗ୍‍ ଧରି ଫେରାର ହୋଇ ଯାଇଥିଲା।

 

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories