BJD Bijuli 480×75 Mob

ବିଗବସ୍‍ରେ ନଜର ଆସିବେ ଭାରତୀ ସିଂ!

BJD Bijuli 480×75 Mob
0

ମୁମ୍ବଇ : ଭାରତର ବିବାଦୀୟ ଓ ଲୋକପ୍ରିୟ ରିଆଲିଟି ଶୋ’ ବିଗବସ୍‍ର-୧୨ ସଂସ୍କରଣକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଦିନକୁ ଦିନ ବଢିବାରେ ଲାଗୁଛି। କେଉଁ ସଦସ୍ୟ ଏଥର ଗୃହକୁ ଆସୁଛନ୍ତି, ଶୋ’ର ଥିମ କ’ଣ ରହିଛି ଏହିଭଳି ଅନେକ ପ୍ରଶ୍ନ ଦର୍ଶକମାନଙ୍କ ମନରେ ଉଙ୍କି ମାରୁଛି। ଏହି ଶୋ’ପାଇଁ ପ୍ରଥମ ସେଲିବ୍ରେଟି ଯୋଡି ମିଳିସାରିଛନ୍ତି। ଏହି ସେଲିବ୍ରେଟି ଯୋଡି ହେଉଛନ୍ତି ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆ। ଡିସେମ୍ବର ୧୬ରେ ପ୍ରସାରଣ ହେବାକୁ ଥିବା ବିଗବସ୍‍ ସିଜନ୍‍-୧୨ରେ ସଲମନ୍‍ ଖାନ୍‍ ଏହାର ଉପସ୍ଥାପନା କରିବେ। ଏଥର ଶୋ’ରେ ଉପସ୍ଥାପକ ସଲମନ୍‍ ଖାନ୍‍ଙ୍କୁ ଏକ ବିଶେଷ କ୍ଷମତା ଦିଆଯାଇଛି। ଶୋ’ରୁ ଦର୍ଶକଙ୍କ ଭୋଟିଂ ଯୋଗୁଁ ବାହାରି ଯାଉଥିବା ଅଂଶଗ୍ରହଣକାରୀଙ୍କୁ ବା ବିଗବସ୍‍ ଘରର ସଦସ୍ୟଙ୍କୁ ସଲମନ୍‍ ଖାନ୍‍ ଚାହିଁଲେ ତାଙ୍କୁ ଶୋ’ରେ ରଖିପାରବେ। ତେଣୁ ଏଥର ମଧ୍ୟ ଏହି ସଂସ୍କରଣ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଆୟୋଜକ ସଂସ୍ଥା ଆଶା ପ୍ରକାଶ କରିଛନ୍ତି।

Leave A Reply