www.samajalive.in
Sunday, December 7, 2025
26.1 C
Bhubaneswar

ଅମିତାଭ ବଚ୍ଚନଙ୍କ ଟ୍ବିଟର ଆକାଉଣ୍ଟ ହ୍ୟାକ; ପ୍ରୋଫାଇଲ ଫଟୋ ବଦଳାଇ ଇମ୍ରାନଙ୍କ ଫଟୋ ରଖିଲେ ହ୍ୟାକର

ମୁମ୍ବଇ: ବଲିଉଡ୍‌ର କିମ୍ବଦନ୍ତୀ ଅଭିନେତା ଅମିତାଭ ବଚ୍ଚନଙ୍କ ଟ୍ବିଟର ଆକାଉଣ୍ଟ ହ୍ୟାକ୍‌ କରାଯାଇଛି। ହ୍ୟାକର ତାଙ୍କ ଆକାଉଣ୍ଟ ହ୍ୟାକ୍‌ କରିବା ପରେ ପ୍ରୋଫାଇଲ ଫଟୋ ପରିବର୍ତ୍ତନ କରି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଫଟୋ ରଖିଛନ୍ତି। ଏହା ସହ ସେଥିରେ ‘ଲଭ୍‌ ପାକିସ୍ତାନ’ ବୋଲି ଉଲ୍ଲେଖ କରିଛନ୍ତି। କିଏ ଅମିତାଭଙ୍କ ଆକାଉଣ୍ଟ ହ୍ୟାକ୍‌ କରିଛି ତାହା ଜଣାପଡ଼ି ନ ଥିଲେ ବି ଏହା ପଛରେ ପାକିସ୍ତାନୀ ହ୍ୟାକର୍ସଙ୍କ ହାତ ରହିଥିବା ସନ୍ଦେହ କରାଯାଉଛି। କିଏ ଏବଂ କେଉଁଠାରୁ ଅମିତାଭଙ୍କ ଆକାଉଣ୍ଟ ହ୍ୟାକ୍‌ କରାଯାଇଛି ସେ ନେଇ ମୁମ୍ବଇ ସାଇବର ସେଲ୍‌ ପକ୍ଷରୁ ତଦନ୍ତ କରାଯାଉଛି।

ଟ୍ବିଟର ଆକାଉଣ୍ଟ ହ୍ୟାକ୍‌ ପରେ ହ୍ୟାକର ଲେଖିଥିଲେ ଯେ, ଏହା ପୁରା ଦୁନିଆ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ବାର୍ତ୍ତା। ତୁର୍କୀର ଫୁଟବଲ ଖେଳାଳିଙ୍କ ପ୍ରତି ଆଇଲାଣ୍ଡ ରିପବ୍ଲିକର ବ୍ୟବହାରକୁ ମୁଁ ନିନ୍ଦା କରୁଛି। ମୁଁ କହିଦେଉଛି ଯେ ଏକ ବଡ଼ ସାଇବର ଆକ୍ରମଣ ହେବାର ଅଛି। ଏହା ପରେ ହ୍ୟାକର ନିଜର ଲୋଗୋ ଶେୟାର କରିଛି। ଏହି ଘଟଣା ପରେ ମୁମ୍ବଇ ପୁଲିସର ମୁଖ୍ୟ ପିଆରଓ ଟ୍ବିଟ୍‌ କରି କହିଛନ୍ତି, ଅମିତାଭ ବଚ୍ଚନଙ୍କ ଟ୍ବିଟର ଆକାଉଣ୍ଟ ହ୍ୟାକ୍‌ କରାଯାଇଥିବା ନେଇ ସୂଚନା ମିଳିଛି। ଏହି ଘଟଣାର ତଦନ୍ତ କରାଯାଉଛି। ହ୍ୟାକର ଦ୍ବାରା କରାଯାଇଥିବା ସମସ୍ତ ଟ୍ବିଟ୍‌ ଅମିତାଭଙ୍କ ଆକାଉଣ୍ଟରୁ ହଟାଇ ଦିଆଯାଇଛି।

- Advertisement -

ସୂଚନାଯୋଗ୍ୟ, ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହିଥାନ୍ତି। ଅଧିକାଂଶ ସମୟରେ ସେ ଟ୍ବିଟର ଜରିଆରେ ନିଜର ଚିନ୍ତାଧାରା ଏବଂ ବିଚାର ଲୋକଙ୍କ ସହ ଶେୟାର କରିଥାନ୍ତି। ଟ୍ବିଟରରେ ଅମିତାଭଙ୍କର ୩ କୋଟି ୭୦ ଲକ୍ଷ ଫଲୋଅର ରହିଛନ୍ତି। ଏହା ପୂର୍ବରୁ ୨୦୧୫ରେ ଅମିତାଭଙ୍କ ଟ୍ବିଟର ଆକାଉଣ୍ଟ ହ୍ୟାକ କରାଯାଇଥିଲା।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories