www.samajalive.in
Tuesday, December 9, 2025
15.1 C
Bhubaneswar

ରେଖା କିଣିଥିଲେ, ଏବେ ବିଗ୍ ବି କିଣିଲେ ଏହି ଇଲେକ୍ଟ୍ରିକ୍ କାର୍

ମୁମ୍ବଇ : ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଏକ ବିଳାସପୂର୍ଣ୍ଣ ପ୍ରିମିୟମ୍ ଇ-କାର କ୍ରୟ କରିଛନ୍ତି । ବିଗ୍ ବି ବିଏମଡବ୍ଲୁ ଆଇ୭ ସେଡାନ କିଣିଛନ୍ତି । ଏହି କାରର ଦାମ୍ ପ୍ରାୟ ୨.୬୨ କୋଟି ଟଙ୍କା । ଏହି କାର ପ୍ରାୟ ୪.୭ ସେକେଣ୍ଡରେ ଶୂନ୍ୟରୁ ୧୦୦ କିଲୋମିଟର ପ୍ରତି ଘଣ୍ଟା ସ୍ପିଡ୍ ଧରିପାରେ । ଏହି କାରକୁ ଅଜୟ ଦେବଗନ୍, ଥଲାପତି ବିଜୟ, ଜ୍ୟାକଲିନ୍ ଫର୍ଣ୍ଣାଡିଜ୍, କିମ୍ ଶର୍ମା, ରେଖା, ଶେଖର ସୁମନ, ଜହିର ଇକବାଲ ଭଳି ସେଲିବ୍ରିଟି କିଣିସାରିଛନ୍ତି ।

ଏହି କାରରେ ୧୪.୯ ଇଞ୍ଚର କର୍ଭଡ ଇନଫୋଟେଣ୍ଟମେଣ୍ଟ ସିଷ୍ଟମ, ୧୨.୩ ଇଞ୍ଚର ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର, ରିୟର ପାସେଞ୍ଜର ପାଇଁ ୩୧.୩ ଇଞ୍ଚର ୮କେ ସ୍କ୍ରିନ୍ ସମେତ ଅନେକ ଷ୍ଟାଣ୍ଡାର୍ଟ ଫିଚର୍ ମିଳେ । ଏହା ବିଲ୍ଟ-ଇନ ଆମାଜନ ଫାୟାର ଟିଭିକୁ ସପୋର୍ଟ କରିଥାଏ । ଏହି ଇଲେକ୍ଟ୍ରିକ୍ ସେଡାନ ୬୫୦.୩୯ ବିଏଚପିର ସର୍ବାଧିକ ପାଓ୍ବର ଉତ୍ପନ କରିଥାଏ । ଏହି ଇ-କାର୍ ପ୍ରାୟ ୪.୭ ସେକେଣ୍ଡରେ ୧୦୦ ସ୍ପିଡ୍ ଧରିପାରେ । ଏହାର ସର୍ବାଧିକ ଗତି ଘଣ୍ଟାପ୍ରତି ୨୫୦ କିଲୋମିଟର । ଫୁଲ ଚାର୍ଜ କଲେ ଏହି କାର୍ ୫୬୦ ରୁ ୬୦୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ ।

- Advertisement -

ପୂର୍ବରୁ ଅମିତାଭଙ୍କ ପାଖରେ ରେଞ୍ଜ ରୋଭର ଏଲଡବ୍ଲୁବି ଏସବି, ରେଞ୍ଜ ରୋଭର ଅଟୋବାୟୋଗ୍ରାଫି, ପୋର୍ଚେ କ୍ୟାମେନ୍ ଏସ୍, ମର୍ସିଡିଜ୍ ବେଞ୍ଜ ବି-କ୍ଲାସ, ରୋଲ୍ସ ରୟସ ଫାଣ୍ଟମ, ମିନି କୁପର ଏସ୍, ମର୍ସିଡିଜି ଏସ୍-କ୍ଲାସ୍, ଟୋୟୋଟା ଲ୍ୟାଣ୍ଡ କ୍ରୁଜର, ମହିନ୍ଦ୍ରା ଥାର୍, ଟୋୟୋଟା ଇନୋଭା କ୍ରିଷ୍ଟା ଭଳି କାର ରହିଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories