www.samajalive.in
Monday, December 8, 2025
16.1 C
Bhubaneswar

ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନଙ୍କର ଆଜି ଜନ୍ମଦିନ

ମୁମ୍ବଇ : ଆଜି ବଲିଉଡର କିମ୍ବଦନ୍ତୀ ଅଭିନେତା ବିଗ୍‍ ବି ଭାବେ ଜଣାଶୁଣା ଅମିତାଭ ବଚ୍ଚନଙ୍କର ୮୦ତମ ଜନ୍ମଦିନ। ଶତାବ୍ଦୀର ମହାନାୟକ  , ମେଗାଷ୍ଟାର ଭାବେ ପରିଚିତ ଅମିତାଭ ଗତ ୫ ଦଶନ୍ଧୀର ହିନ୍ଦୀ ଚଳଚ୍ଚିତ୍ରର ଜଣେ ସକ୍ରିୟ ତାରକା। ପ୍ରାୟ ୨୦୦ରୁ ଅଧିକ ଚଳଚ୍ଚିତ୍ରରେ ସେ ଅଭିନୟ କରିସାରିଛନ୍ତି। ୧୯୪୨ ଅକ୍ଟୋବର ୧୧ରେ ଜନ୍ମ ଗ୍ରହଣ କରିଥିବା ଅମିତାଭ ଆଜି ୮୦ ବର୍ଷ ବୟସରେ ପାଦ ଥାପିଛନ୍ତି। ତାଙ୍କ ଜନ୍ମଦିନ ଅବସରରେ ବିଭିନ୍ନ ଦିଗରୁ ତାଙ୍କ ନିକଟକୁ ଶୁଭେଚ୍ଛା ଓ ଶୁଭକାମନାର ସୁଅ ଛୁଟିଛି। ଅମିତାଭଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର ସାତ ହିନ୍ଦୁସ୍ତାନୀ। ଏହା ୭ ନଭେମ୍ବର ୧୯୬୯ରେ ରିଲିଜ୍‍ ହୋଇଥିଲା। ଏହାପରେ ସେ ଆନନ୍ଦ,ଜଞ୍ଜିର,ଅଭିମାନ,ସୌଦାଗର, ଚୁପକେ ଚୁପକେ,ଦିବାର, ଶୋଲେ, କଭି କଭି,ଅମର ଅକବର ଏନ୍ଥନୀ, ତ୍ରିଶୁଲ୍‍ , ଡନ୍‍ , ମୁକଦର କା ସିକନ୍ଦର, ମି. ନଟବରଲାଲ୍‍ , ଲାବାରିସ୍‍ , ସିଲସିଲା, କାଲିୟା, ସତ୍ତେ ପେ ସତ୍ତା, ନମକ ହଲାଲ୍‍ , ଶକ୍ତି, କୁଲି,ଶରାବୀ, ମର୍ଦ, ସହିଂସା, ଅଗ୍ନିପଥ, ଖୁଦା ଗବାହ, ମୋହବ୍ୱତେ, ବାଗବାନ, ବ୍ଲାକ୍‍ , ବକ୍ତ, ସରକାର, ଚିନି କମ୍‍ , ଭୂତନାଥ, ପା, ସତ୍ୟାଗ୍ରହ, ଚେହରେ ଆଦି ଚଳଚ୍ଚିତ୍ରରେ ନିଜର ଦମଦାର୍‍ ଅଭିନୟ ଦ୍ୱାରା ଦର୍ଶକଙ୍କ ହୃଦୟକୁ ଜିତିବା ସହ ଚଳଚ୍ଚିତ୍ର ଜଗତରେ ସହିଂସା,ବିଗ୍‍ ବି ଓ ମହାନାୟକ ଭଳି ବିିଭିନ୍ନ ନାମରେ ଆଜି ସେ ଘରେ ଘରେ ପରିଚିତ।
ଅମିତାଭ ବଚ୍ଚନ ନିଜ ସ୍ୱାସ୍ଥ୍ୟ ପ୍ରତି ଖୁବ ଯତ୍ନ ଦେଇଥାଆନ୍ତି। ସେ ନିୟମିତ ବ୍ୟାୟାମ ଓ ଯୋଗ କରନ୍ତି।
ପ୍ରାତଃ ଭ୍ରମଣରେ ମଧ୍ୟ ଯାଇଥାଆନ୍ତି।
ଏହାସହ ନିଜ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତି। ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ସନ୍ତୁଳିତ ଖାଦ୍ୟ ଓ ପୃଷ୍ଟିକର ଖାଦ୍ୟ ନିୟମିତ ଖାଇଥାଆନ୍ତି।
ଅତି କମ ପରିମାଣରେ ମିଠାର ସେବନ କରନ୍ତି।
ଦିନସାରା ମଧ୍ୟ ସେ ଆବଶ୍ୟକ ପରିମାଣରେ କାର୍ୟ୍ୟ କରିଥାଆନ୍ତି।
ନିଜ ଶରୀର ପ୍ରତି ଯତ୍ନବାନ ରହିବା ସହ ବିଗ୍‍ ବି ଚା’ ଓ କଫିର ସେବନ ଠାରୁ ନିଜକୁ ଦୂରେଇ ରଖିଥାଆନ୍ତି। ଏକ ସାକ୍ଷାତକାରରେ ବିଗ୍‍ ବି କହିଥିଲେ ସେ ପୂର୍ବରୁ ଚା’ ଓ କଫିର ସେବନ କରୁଥିଲେ ମଧ୍ୟ ବର୍ତ୍ତମାନ ବୟସ ଓ ଶରୀରକୁ ଦୃଷ୍ଟିରେ ରଖି ସେ ଏହା ଠାରୁ ନିଜକୁ ଦୂରେଇ ରଖିଛନ୍ତି।
ଏହାସହ ସେ ମୃଦୁ ପାନୀୟ ଠାରୁ ମଧ୍ୟ ନିଜକୁ ଦୂରେଇ ରଖିଛନ୍ତି।
ସକାଳେ ସେ ଜଲଦି ଉଠନ୍ତି। ତାଙ୍କର ଦିନର ଶୁମ୍ଭାରମ୍ଭ ପ୍ରାତଃ ଭ୍ରମଣରୁ ଆରମ୍ଭ ହୋଇଥାଏ। ବ୍ୟାୟାମ କରିବା ପରେ ସେ ନିଜ ଦୈନନ୍ଦିନ କାର୍ୟ୍ୟର ଆରମ୍ଭ କରିଥାଆନ୍ତି।
ବହୁଳ ଲୋକପ୍ରିୟତା ହାସଲ କରିଥିବା ଚଳଚ୍ଚିତ୍ର………..
ଡ଼ନ…………
ନରିମାନ ଇରାନ ଓ ନରିମାନ ଫିଲ୍ମସର ମିଳିତ ପ୍ରାଯୋଜନାରେ ୧୯୭୮ମସିହା ମଇ ୧୨ରେ ଏହି ଚଳଚ୍ଚିତ୍ରଟି ମୁକ୍ତିଲାଭ କରିଥିଲା। ସାଲିମ-ଜାଭେଦ ଏହାର କାହାଣୀ ଲେଖିଥିବାବେଳେ ଚନ୍ଦ୍ରା ବାରୋତ ଏଥିରେ ନିର୍ଦ୍ଦେଶନାର ଭାର ବହନ କରିଥିଲେ। ବିଗ ବିଙ୍କ ବ୍ୟତୀତ ଜେଲେନ୍, ଜୀନତ ଅମନ, ପ୍ରାନ, ଇଫତେଖରଙ୍କ ଭଳି କଳାକାର ଅଭିନୟ କରିଥିବା ନଜର ଆସିଥିଲେ।
କୁଲି……….
ଅମିତାଭଙ୍କ ଅଭିନୀତ କୁଲି ଚଳଚ୍ଚିତ୍ର ୧୯୮୩ମସିହା ଡିସେମ୍ବର ୦୨ତାରିଖରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରଟିକୁ ଦର୍ଶକମାନେ ବେଶ୍ ପସନ୍ଦ କରିବା ସହିତ ସିନେମାଟି ବ୍ଲକବଷ୍ଟର ହୋଇଥିଲା। ଏହି ଚଳଚ୍ଚିତ୍ରଟି କେତନ ଦେଶାଇଙ୍କ ପ୍ରଯୋଜନାରେ ନିର୍ମିତ ହୋଇଥିଲାବେଳେ ଏଥିରେ ନିର୍ଦେଶନାର ଭାର ବହନ କରିଥିଲେ ମନମୋହନ ଦେଶାଇ। ବଲିଉଡର ଜଣାଶୁଣା ସଙ୍ଗୀତ ନିର୍ଦେଶକ ଲକ୍ଷ୍ମୀକାନ୍ତ-ପ୍ୟାରେଲାଲ ଏଥିରେ ସଙ୍ଗୀତ ନିର୍ଦେଶନାର ଗୁରୁଦାୟିତ୍ଵ ବହନ କରିଥିଲେ। ଅମିତାଭଙ୍କ ବ୍ୟତୀତ ଏଥିରେ ରିଶି କପୁର, ସୋମା ଆନନ୍ଦ, ରାତି ଅଗ୍ନିହୋତ୍ରି, କାଦର ଖାନ, ସତ୍ୟେନ୍ଦ୍ର କପୁର, ନିଲୁ ଫୁଲେ, ପୁନି ଇଶାରଙ୍କ ଭଳି କଳାକାର ମୁଖ୍ୟ ଭୂମିକାରେ ଦେଖାଦେଇଥିଲେ।
ଶୋଲେ…….
ଅମିତାଭଙ୍କ ଅଭିନୀତ ଚଳଚ୍ଚିତ୍ର ଶୋଲେ ୧୯୭୫ମସିହା ଅଗଷ୍ଟ ୧୫ତାରିଖରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରଟିକୁ ଦର୍ଶକମାନେ ବେଶ୍ ପସନ୍ଦ କରିବା ସହିତ ସିନେମାଟି ବ୍ଲକବଷ୍ଟର ହୋଇଥିଲା। ଏହି ଚଳଚ୍ଚିତ୍ରଟି ଏପର୍ୟ୍ୟନ୍ତ ମୁକ୍ତିଲାଭ କରିଥିବା ସମସ୍ତ ଲୋକପ୍ରିୟତା ହାସଲ କରିଥିବା ଚଳଚ୍ଚିତ୍ରମାନଙ୍କ ମଧ୍ୟରେ ଶୀର୍ଷ ସ୍ଥାନରେ ରହିଛି। ଏହି ଚଳଚ୍ଚିତ୍ରଟି ରମେଶ ସିପୀଙ୍କ ପ୍ରଯୋଜନାରେ ନିର୍ମିତ ହୋଇଥିଲାବେଳେ ଏଥିରେ ନିର୍ଦେଶନାର ଭାର ବହନ କରିଥିଲେ ଜି.ପି ସିପୀ। ସଲିମ-ଜାବେଦ ଏହାର ସଂଳାପ ରଚନା କରିଥିଲେ। ବଲିଉଡର ଜଣାଶୁଣା ସଙ୍ଗୀତ ନିର୍ଦେଶକ ଆରଡି ବର୍ମନ ଏଥିରେ ସଙ୍ଗୀତ ନିର୍ଦେଶନାର ଗୁରୁଦାୟିତ୍ଵ ବହନ କରିଥିଲେ। ଅମିତାଭଙ୍କ ବ୍ୟତୀତ ଧର୍ମେନ୍ଦ୍ର, ହେମାମାଳିନି, ଜୟା ଭାଦୁରି, ଅମଜାଦ ଖାନଙ୍କ ଭଳି କଳାକାର ମୁଖ୍ୟ ଭୂମିକାରେ ଦେଖାଦେଇଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories