ବିହାରକୁ ଫେରାର ଅଭିଯୁକ୍ତ !

ବିଡାନାସୀ ଥାନା ଅନ୍ତର୍ଗତ ଗଦିଆ ପଠାରେ ଯୁବକଙ୍କୁ ପଥରରେ ଛେଚି ହତ୍ୟା ଘଟଣା

କଟକ: ବିଡାନାସୀ ଥାନା ଅନ୍ତର୍ଗତ ଗଦିଆ ପଠାରେ ଜଣେ ଯୁବକଙ୍କୁ ପଥରରେ ଛେଚି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣାର ତଦନ୍ତ ଜାରି ରଖିଛି କମିସନରେଟ୍‌ ପୁଲିସ। ହତ୍ୟାକାଣ୍ଡ ଜଣାପଡିବାର ୭୨ ଘଣ୍ଟା ବିତିଥିଲେ ମଧ୍ୟ ହତ୍ୟାକାରୀକୁ ଧରିବାରେ ପୁଲିସ ସଫଳ ହୋଇନାହଁ। ମାତ୍ର ଏହି ହତ୍ୟାକାଣ୍ଡ ସଂକ୍ରାନ୍ତରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରମାଣ ସଂଗ୍ରହ କରିଛି ପୁଲିସ। ସମ୍ପୃକ୍ତ ଯୁବକଙ୍କୁ ତାଙ୍କର ବନ୍ଧୁ ହିଁ ଯୋଜନା ବଦ୍ଧ ଭାବେ ହତ୍ୟା କରିଥିବା ପୁଲିସ ସ୍ପଷ୍ଟ ହୋଇଛି। ହତ୍ୟାକାଣ୍ଡ ଘଟାଇବା ପରେ ହତ୍ୟାକାରୀ ସାଙ୍ଗ ଫେରାର ହୋଇଯାଇଥିଲା। ଅଭିଯୁକ୍ତ ଫେରାର ହୋଇଯାଇଥିବା ବେ​ଳେ ସେ ରାଜ୍ୟ ବହାରକୁ ଚାଲିଯାଇଥିବା ପୁଲସ ସନ୍ଦେହ କରୁଛି। ଏପରି କି ସେ ବିହାରରେ ଥିବା ନେଇ ପୁଲିସକୁ ସୁରାକ ମିଳିଛି। ତାକୁ ଧରିବା ଲାଗି ରାଜ୍ୟ ବହାରକୁ ଏକ ପୁଲିସ ଦଳ ଯିବାକୁ ପ୍ରସ୍ତୁତ ହେଉଛି। ଅନ୍ୟପକ୍ଷେ ଏହି ହତ୍ୟାକାଣ୍ଡରେ ଅଭିଯୁକ୍ତ ସାଙ୍ଗ ସମେତ ଅନ୍ୟ କେତେକ ସହଯୋଗୀଙ୍କ ସମ୍ପୃକ୍ତି ରହିଥିବା ପୁଲିସ ଜାଣିବାକୁ ପାଇଛି। ହତ୍ୟାର ଶିକାର ହୋଇଥିବା ଯୁବକ ଓ ସନ୍ଦେହରେ ଥିବା ହତ୍ୟାକାରୀ ବନ୍ଧୁର ମୋବାଇଲ କଲ ଡିଟେଲ ପୁଲିସ ଯାଞ୍ଚ କରୁଛି। ଏଥିସହ ବିଡାନାସୀ ଥାନାର ଏକ ପୁଲିସ ଟିମ୍‌ ଚାଉଳିଆଗଞ୍ଜ ଓ ଭୁବନେଶ୍ବରର ଶାନ୍ତି ବିହାରର ଅଞ୍ଚଳରେ ଚଢାଉ କରି ଏକାଧିକ ଲୋକଙ୍କୁ ପଚରା ଉଚରା କରିଛି। ସନ୍ଦେହରେ ପୁଲିସ ୩ଜଣ ଯୁବକଙ୍କୁ ଥାନାରେ ଅଟକ ରଖି ଜେରା ଚଳାଇଛି। ଅନ୍ୟପକ୍ଷେ ଘଟଣାର ତଦନ୍ତ କରାଯାଉଥିବା ବେଳେ ଖୁବ୍‌ଶୀଘ୍ର ହତ୍ୟାକାଣ୍ଡର ପର୍ଦ୍ଦାଫାସ ହେବ ବୋଲି ଡିସିପି ପ୍ରତୀକ ସିଂହ କହିଛନ୍ତି।

ସୂଚନା ମୁତାବକ, ଭୁବନେଶ୍ବର ସହିଦ୍‌ନଗର ଥାନା ଅନ୍ତର୍ଗତ ଶାନ୍ତିବହାରରେ ରହୁଥିବା ଆଜାଦ୍‌ ଯାଦବ ନାମକ ଜଣେ ଯୁବକ ଟାଇଲ ମିସ୍ତ୍ରୀ ଭାବେ କାର୍ଯ୍ୟ କରନ୍ତି। ଗତ ଫେବୃଆରୀ ୨୫ ତାରିଖରୁ ସେ ନିଖୋଜ ରହିଥିଲେ। ଏ ନେଇ ତାଙ୍କ ସମ୍ପର୍କୀୟମାନେ ସ୍ଥାନୀୟ ଥାନ‌ା​‌େ​‌​‌ର ଅଭିଯୋଗ କରିଥିଲେ। ହେଲେ ଆଜାଦ୍‌ର କୌଣସି ପତ୍ତା ମିଳିନଥିଲା। ଗତ ଗୁରୁବାର କଟକର ବଡାନାସୀ ଥାନା ଅଧିନ ମହାନଦୀର ଗଦିଆପଠାରେ ଏକ କ୍ଷତ ବିକ୍ଷତ ମୃତ ଦେହ ମିଳିଥିଲା। ପୁଲିସର ତଦନ୍ତ ପରେ ମୃତ ଯୁବକ ଜଣକ ଆଜାଦ୍‌ ବୋଲି ଚିହ୍ନଟ ହୋଇଥି​‌େ​‌ଲ। ତେବେ ଆଜାଦ୍‌କୁ କେହି ନିର୍ମମ ଭାବେ ପଥରରେ ଛେଚି ହତ୍ୟା କରିଥିବା ପାରପାର୍ଶ୍ବିକ ପରିସ୍ଥିତିରୁ ଜଣାପଡିଥିଲା। ଏପରିକି ପଠାର ଜଙ୍ଗଲିଆ ସ୍ଥାନରୁ ତାଙ୍କ ବାଇକ୍‌ ଜବତ ହୋଇଥିଲା। ଆଜାଦ୍‌ର ସମ୍ପର୍କୀୟ ଭାଇଙ୍କ ଅଭିଯୋଗ କ୍ରମେ ବିଡାନସୀ ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ପୁଲିସ ବହୁ ତଥ୍ୟ ଜାଣିବାକୁ ପାଇଥିଲା। ଆଜାଦ୍‌ର ଜଣେ ବନ୍ଧୁଙ୍କ ଉପରେ ପୁଲିସର ସନ୍ଦେହ ଘନିଭୂତ ହୋଇଥିଲା।

prayash

ଏପରିକି ପୁଲିସ ଆଜାଦ୍‌ର କେତେକ ସମ୍ପର୍କୀୟଙ୍କୁ ପଚରା ଉଚରା କରିବା ପରେ ପରକୀୟା ପ୍ରୀତିକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରିଥିଲା। କାରଣ ଆଜାଦ୍‌ର ଗାଁ ବିହାରର ଭାଗଲପୁର ଅଞ୍ଚଳରେ। ଆଜାଦ୍‌ ତାର ସାଙ୍ଗ ମୋନିଲାଲ ଓ ସ୍ଥାନୀୟ ଅଞ୍ଚଳର କେତେକ ଯୁବକ କାମ ଖୋଜିବାକୁ କିଛି ବର୍ଷ ତଳେ ଭୁବନେଶ୍ବର ଆସି ଏକାଠି ରହିଥିଲେ। ସେମାନେ ପ୍ରଥମେ ସହିଦ ନଗର ଥାନା ଅନ୍ତର୍ଗତ ଶାନ୍ତି ବିହାର ବସ୍ତିରେ ରହି ସହ ଘର ନିର୍ମାଣ କାର୍ଯ୍ୟର ମିସ୍ତ୍ରୀ ଭାବେ କାମ କରୁଥିଲେ। ମୋନିଲାଲ କଟକ ଚାଲିଆସି ଚାଉଳିଆଗଞ୍ଜ ଅଞ୍ଚଳରେ ରହୁଥିଲେ। ଗତ ବ​ର୍ଷେ ତଳେ ଆଜାଦ୍‌ ଓ ତାର ଜଣେ ବନ୍ଧୁଙ୍କ ପତ୍ନୀଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ରହିଥିବା ନେଇ ଚର୍ଚ୍ଚା ହୋଇଥିଲା। ଏହାକୁ କେନ୍ଦ୍ରକରି ମୋନିଲାଲ ଓ ଆଜାଦ୍‌ ମଧ୍ୟରେ ସମ୍ପର୍କରେ ଫାଟ ହୋଇଥିଲା। ପରବର୍ତ୍ତି ସମୟରେ ସେମାନଙ୍କ ମଧ୍ୟରେ ଏହି ବିବାଦ ଦୂର ହୋଇଥିଲା।

ମାତ୍ର ଏହି ପୁରୁଣା ରାଗର ପ୍ରତିଶୋଧ ନେବା ପାଇଁ ଆଜାଦକୁ ହତ୍ୟା କରାଯାଇ ଥାଇପାରେ ବୋଲି ପୁଲିସ ଅନୁମାନ କରୁଛି। ହତ୍ୟାକାଣ୍ଡ ଘଟାଇବା ପରେ ଆଜାଦ୍‌ର ବନ୍ଧୁ ଫେରାର ହୋଇଯାଇଛି। ପୁଲିସ ତାକୁ ଧରିବା ଲାଗି କଟକ ଓ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଚଢଉ କରିଛି। ହେଲେ ଅଭିଯୁକ୍ତର ପତ୍ତା ମିଳିପାରି ନାହିଁ। ଆଜାଦ୍‌ର ମୃତ୍ୟୁ କପରି ଘଟିଛି ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।

kalyan agarbati

Comments are closed.