www.samajalive.in
Monday, December 15, 2025
16.1 C
Bhubaneswar

ତତଲା ତାୱାରେ ରାଜଧାନୀ; ଦିନ ୧୧ଟା ସୁଦ୍ଧା ୪୦.୨ଡିଗ୍ରୀ ତାପମାତ୍ରା

ଭୁବନେଶ୍ୱର: ତତଲା ତାୱାରେ ଛଟପଟ ହେଉଛି ରାଜଧାନୀ । ଆଜିବି ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ତାତି ଅନୁଭୂତ ହେଉଛି । ପ୍ରବଳ ଗରମ ଓ ଗୁଳୁଗୁଳିରେ ରାଜଧାନୀବାସୀ ହନ୍ତସନ୍ତ ହେଉଛନ୍ତି । ଦିନ ୧୧ଟା ସୁଦ୍ଧା ଭୁବନେଶ୍ୱରରେ ୪୦.୨ଡିଗ୍ରୀ ତାପମାତ୍ରା ରହିଛି । ଗତକାଲି ମଧ୍ୟ ଭୁବନେଶ୍ୱର​‌ରେ ୪୧ ଡିଗ୍ରୀ ଉପରେ ତାପମାତ୍ରା ରହିଥିଲା । ତାହା ସହ ରାଜ୍ୟର ୨୧ ସହରରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରହିବା ସହ ପ୍ରବଳ ଗରମ ଅନୁଭୂତ ହେଉଥିବା ନେଇ ସୂଚନା ଦେଇଥିଲା ପାଣିପାଗ ବିଭାଗ ।

ଗତକାଲି ୪୨.୧ ଡିଗ୍ରୀ ସହ ଅନୁଗୋଳ ରାଜ୍ୟର ସବୁଠୁ ଉତ୍ତପ୍ତ ସହରରେ ପରିଣତ ହୋଇଥିଲା । ଆଗାମୀ ୩ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୩ ରୁ ୫ ଡିଗ୍ରୀ ଯାଏଁ ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଫଳରେ ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ଲହରୀ ଆଶଙ୍କା ରହିଥିବା ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ଗତ କିଛି ଦିନ ହେଲା ପଶ୍ଚିମରେ ସୁବର୍ଣ୍ଣପୁର, ବଲାଙ୍ଗୀର, ଟିଟିଲାଗଡ ଓ ବୌଦ୍ଧରେ ସର୍ବାଧିକ ତାପମାତ୍ରା ଅଧିକ ରହୁଥିଲା। ଚଳିତ ବର୍ଷ ପ୍ରଥମ ଥର ପାଇଁ ଭୁବନେଶ୍ବର ଏବଂ କଟକରେ ପାରଦ ୪୧ ଡିଗ୍ରୀ ଅତିକ୍ରମ କରିଛି। ଶନିବାର ରାଜଧାନୀ ଭୁବନେଶ୍ୱରର ସର୍ବୋଚ୍ଚ ଦିନ ତାପମାତ୍ରା ୪୧.୭ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ କଟକରେ ୪୧ ଡିଗ୍ରୀ ଛୁଇଁଛି। ଖରା ପ୍ରକୋପରେ ପଦାକୁ ବାହାରି ହେଉନାହିଁ। ଜରୁରୀ କାମରେ ପଦାକୁ ବାହାରିଲେ ମୁହଁ ପୋଡିଯାଉଛି।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories