www.samajalive.in
Monday, December 15, 2025
15.1 C
Bhubaneswar

ଏକତ୍ର ଉଡ଼ିଲା ୭୮ ହଜାର ପତାକା

ପାଟନା: ପାକିସ୍ତାନ ଅନ୍ତର୍ଗତ ଲାହୋରଠାରେ ୨୦୦୪ ମାର୍ଚ୍ଚରେ ଅନୁଷ୍ଠିତ ପଞ୍ଜାବ ଯୁବ ଉତ୍ସବରେ ଉଡ଼ିଥିଲା ୫୬ହଜାର ୬୧୮ ଜାତୀୟ ପତାକା। ଏହା ଥିଲା ବିଶ୍ବ କୀର୍ତ୍ତିମାନ। ଏବେ ଭାରତରେ ଏହି ରେକର୍ଡ଼ ଭଙ୍ଗା ଯାଇଛି। ଏପ୍ରିଲ ୨୩, ଶନିବାର ବିହାରର ଭୋଜପୁର ଜିଲା ଅନ୍ତର୍ଗତ ଜଗଦୀଶପୁର ଦୁର୍ଗଠାରେ ୧୮୫୭ ପ୍ରଥମ ସ୍ବାଧୀନତା ସଂଗ୍ରାମର ମହାରଥୀ କୁଅଁର ସିଂହଙ୍କ ସମ୍ମାନାର୍ଥେ ଆୟୋଜିତ ଉତ୍ସବରେ ୭୭ ହଜାର ୯୦୦ ଜାତୀୟ ପତାକା ଉଡ଼ିବା ସହ ନୂଆ କୀର୍ତ୍ତିମାନ ସ୍ଥାପନ ହୋଇଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସହ ଉପରୋକ୍ତ ସଂଖ୍ୟକ ଜନତା ୫ ମିନିଟ ପର୍ଯ୍ୟନ୍ତ ପତାକା ଉଡ଼ାଇଥିଲେ। ଏହି ସମୟରେ ଗିନିଜ୍‌ ୱର୍ଲଡ୍‌ ରେକର୍ଡସ୍‌ର ଏକ ଅନୁଧ୍ୟାନକାରୀ ଦଳ ଉପସ୍ଥିତ ରହି ପତାକା ଗଣନା କରିଥିଲେ। ପ୍ରାୟ ୨୦୦ ଦୋକାନ ଖୋଲାଯାଇ ଉତ୍ସବକୁ ଆସିଥିବା ଲୋକଙ୍କୁ ପତାକା ପ୍ରଦାନ କରାଯାଇଥିଲା। ଆଖପାଖର ୧୦ଟି ଜିଲାରୁ ୧୦୦୦ ଲେଖାଏଁ ଲୋକଙ୍କୁ ଉତ୍ସବ ସ୍ଥଳକୁ ଆଣିବା ପାଇଁ ଦଳର ସାଂସଦ ଓ ବିଧାୟକଙ୍କୁ ଦାୟିତ୍ବ ଦିଆଯାଇଥିଲା। ଏହା ପଛରେ କେବଳ ବିଶ୍ବ ରେକର୍ଡ ସ୍ଥାପନର ଉଦ୍ଦେଶ୍ୟ ନାହିଁ; ବରଂ ରହିଛି ରାଜନୀତି। ଉତ୍ସବରେ ଶାହା ଉଦ୍‌ବୋଧନ ଦେଇ ସ୍ବାଧୀନତାର ୧୦୦ ବର୍ଷ ପୂର୍ତ୍ତି ବେଳକୁ ଭାରତ ବିଶ୍ବର ସର୍ବଶ୍ରେଷ୍ଠ ରାଷ୍ଟ୍ର ହୋଇଥିବ ବୋଲି କହିଥିଲେ। ପ୍ରତିବର୍ଷ ବିହାର ସରକାରଙ୍କ ପକ୍ଷରୁ ରାଜପୁତ ଶାସକ କୁଅଁର ସିଂହଙ୍କ ସ୍ମୃତିରକ୍ଷା ପାଇଁ ଏହି ଦିନ ସ୍ବତନ୍ତ୍ର ଉତ୍ସବ ପାଳନ କରାଯାଉଥିବାବେଳେ ଚଳିତବର୍ଷ କେନ୍ଦ୍ର ସରକାରଙ୍କ ସ୍ବାଧୀନତାର ଅମୃତ ମହୋତ୍ସବ ଆୟୋଜନ ଅବସରରେ ବିଜେପି ପକ୍ଷରୁ ଏହି ସ୍ବତନ୍ତ୍ର ଆୟୋଜନ କରାଯାଇଥିଲା। କୁଅଁର ସିଂହ ଏହି ଦିନ ବ୍ରିଟିଶ ସେନାକୁ ପରାସ୍ତ କରି ବିହାରର ପଶ୍ଚିମାଞ୍ଚଳ ଓ ଉତ୍ତର ପ୍ରଦେଶର ପୂର୍ବାଞ୍ଚଳ ଅନ୍ତର୍ଗତ ଅର୍ଦ୍ଧେକ ଅଞ୍ଚଳ ଛଡ଼ାଇ ଆଣିବା ସହ ଦୁର୍ଗକୁ ଦଖଲ କରିଥିଲେ। ତାଙ୍କ ସ୍ମୃତିରକ୍ଷା ପାଇଁ ବିହାର ସରକାର ଅନେକ କିଛି କରିଛନ୍ତି; ତେବେ ରାଜପୁତ ଭୋଟ୍‌ ବ୍ୟାଙ୍କ ପାଇଁ ପ୍ରତିବର୍ଷ ସେଠାରେ ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି ପକ୍ଷରୁ ଉତ୍ସବ ପାଳନ କରାଯାଇଥାଏ। ଚଳିତବର୍ଷ ଏହାକୁ କେନ୍ଦ୍ର ସରକାରଙ୍କ ସହାୟତାରେ ବିଜେପି ପକ୍ଷରୁ ଅଧିକ ବ୍ୟାପକ କରାଯାଇଛି। ଏଥିରେ ବିଜେପିର ସହଯୋଗୀ ଦଳ ଜେଡି(ୟୁ) ସାମିଲ ହୋଇ ନାହିଁ। ଏମିତି କି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ନାହାନ୍ତି; କେନ୍ଦ୍ର ସ୍ବରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏଙ୍କ ସହ ଆଉ କିଛି କେନ୍ଦ୍ରମନ୍ତ୍ରୀ ଓ ବିହାର ବିଜେପି ସଭାପତି ସଞ୍ଜୟ ଜୟସ୍ବାଲ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories