ଭୁବନେଶ୍ବର-ବିଶାଖାପାଟଣା ବିଶେଷ ରେଳ

ଭୁବନେଶ୍ବର: ପୂଜା ସମୟରେ ଯାତ୍ରୀଭିଡ଼ ଏଡ଼ାଇବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଭୁବନେଶ୍ୱର ଓ ବିଶାଖାପାଟଣା ମଧ୍ୟରେ ଅଣସଂରକ୍ଷିତ ବିଶେଷ ରେଳ ସୁବିଧା କରାଯାଇଛି। ରେଳ ମନ୍ତ୍ରଣାଳୟ ନଭେମ୍ବର ୧୫ ପର୍ଯ୍ୟନ୍ତ ଅଣସଂରକ୍ଷିତ ବିଶେଷ ରେଳ ଚଳାଇବାକୁ ନିଷ୍ପତ୍ତି ନେଇଛି। ବିଶାଖାପାଟଣା-ଭୁବନେଶ୍ୱର ‘ଜନସାଧାରଣ ବିଶେଷ ରେଳ’ ବିଶାଖାପାଟଣାରୁ ମଧ୍ୟାହ୍ନ ୧୨ଟାରେ ଛାଡି ବିଜୟନଗରମ୍ ଏବଂ ବ୍ରହ୍ମପୁର ଦେଇ ସନ୍ଧ୍ୟା ୭ଟା ୪୫ମିନିଟରେ ଭୁବନେଶ୍ୱରରେ ପହଞ୍ଚିବ। ଫେରିବା ମାର୍ଗରେ ଭୁବନେଶ୍ୱର-ବିଶାଖାପାଟଣା ବିଶେଷ ରେଳ ଭୁବନେଶ୍ୱରରୁ ରାତି ୧୦ଟା ୩୦ମିନିଟରେ ଛାଡି ସକାଳ ୮ଟା ୪୫ମିନିଟରେ ବିଶାଖାପାଟଣାରେ ପହଞ୍ଚିବ। ସେହିଭଳି ଭଦ୍ରକ ନିକଟ କେନ୍ଦୁଆପଦା ଷ୍ଟେସନରେ ୪ଟି ରେଳର ସାମୟିକ ରହଣି ବ୍ୟବସ୍ଥା କରାଯାଇ ଥିବାବେଳେ ସାମୟିକ ଭାବେ ୭ଟି ରେଳର ରହଣି ସମୟ ବୃଦ୍ଧି ହୋଇଛି। ଭୁବନେଶ୍ୱର-ବାଙ୍ଗିରିପୋଷି-ଭୁବନେଶ୍ବର ଏକ୍ସପ୍ରେସ, ସିକନ୍ଦରାବାଦ-ହାୱଡ଼ା-ସିକନ୍ଦରାବାଦ ଫାଲକନାମା ଏକ୍ସପ୍ରେସ, ପୁରୀ-ହାୱଡ଼ା-ପୁରୀ ଧଉଳି ଏକ୍ସପ୍ରେସ ଏବଂ ହାଇଦରାବାଦ-ହାୱଡ଼ା-ହାଇଦରାବାଦ ଇଷ୍ଟକୋଷ୍ଟ ଏକ୍ସପ୍ରେସ ରେଳ କେନ୍ଦୁଆପଦା ଷ୍ଟେସନରେ ନଭେମ୍ବର ୮ ଓ ୯ ତାରିଖ ରହଣି କରିବ। ଖୋର୍ଦ୍ଧା ରୋଡ଼-ଖଡ଼ଗପୁର-ଖୋର୍ଦ୍ଧା ରୋଡ଼ ଏକ୍ସପ୍ରେସ, ଯାଜପୁର କେନ୍ଦୁଝର ରୋଡ-ଖଡ଼ଗପୁର-ଯାଜପୁର କେନ୍ଦୁଝର ରୋଡ ଏକ୍ସପ୍ରେସ, ନୟାଗଡ଼ ଟାଉନ୍-ଭଦ୍ରକ୍-ନୟାଗଡ଼ ଟାଉନ୍ ମେମୁ, ଭୁବନେଶ୍ୱର-ବାଲେଶ୍ୱର-ଭୁବନେଶ୍ୱର ମେମୁ, ପୁରୀ-ଜଳେଶ୍ୱର-ପୁରୀ ମେମୁ, କଟକ-ଭଦ୍ରକ-କଟକ ମେମୁ ଏବଂ କଟକ-ଭଦ୍ରକ-କଟକ ମେମୁ ବିଶେଷ ରେଳ ନଭେମ୍ବର ୮ ଓ ୯ତାରିଖରେ କେନ୍ଦୁଆପଦା ଷ୍ଟେସନରେ ସାମୟିକ ଭାବରେ ୨ ମିନିଟ୍ ପରିବର୍ତ୍ତେ ୫ ମିନିଟ୍ ରହଣି କରିବ।

Comments are closed.