ଭଦ୍ରକ ଏସପିଙ୍କ କାର୍ଯ୍ୟାଳୟ ଆଗରେ ବିଜେପିର ଧାରଣା
ଭୁବନେଶ୍ୱର: ଭଦ୍ରକ ଏସପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଲା ବିଜେପି । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସହ ବିଜେପିର ଅନେକ ନେତା ଓ କର୍ମୀ ଧାରଣାରେ ବସିଛନ୍ତି । ଜିଲ୍ଲା ପ୍ରଶାସନର ସ୍ଥାଣୁତା ପ୍ରତିବାଦରେ ଭାରତୀୟ ଜନତା ପାର୍ଟି ଧାରଣାରେ ବସିଥିବା ବେଳେ, ଉପନିର୍ବାଚନକୁ ପ୍ରଭାବିତ କରିବାକୁ ଟଙ୍କା ବଣ୍ଟାଯାଉଥିବା ଅଭିଯୋଗ ହୋଇଛି । ଏହା ଛଡ଼ା ଧାମନଗର ଉପନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ଦାବିରେ ଧାରଣା ଦେଇଛି ଦଳ ।
ଧାମନଗରରେ ଉପନିର୍ବାଚନ ହେବାକୁ ନେଇ ଟଙ୍କା ବଣ୍ଟା ଯାଉଥିବା ବିଜେପି ପକ୍ଷରୁ ପୂର୍ବରୁ ଅଭିଯୋଗ ହୋଇଆସୁଥିଲା । ହେଲେ ପ୍ରଶାସନ ଏଥିପ୍ରତି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ତେଣୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଭଦ୍ରକ ଏସପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଛି ।
Comments are closed.