ସତ୍ୟ ସହ ସାକ୍ଷାତ୍‌ କରାଏ ସାହିତ୍ୟ : ଉଦୟନ୍‌

ଗୌରହରିଙ୍କୁ ମିଳିଲା ଶାରଳା ପୁରସ୍କାର

ଭୁବନେଶ୍ୱର: ସାହିତ୍ୟ ଆମକୁ ସତ୍ୟ ସହ ସାକ୍ଷାତ୍‌କାର କରାଏ। ଏହା ପାଠକର ଅଦ୍ୱିତୀୟ ବିବେକକୁ ଜାଗ୍ରତ କରେ େବାଲି ଇମ୍ପାକ୍‍ଟ ପକ୍ଷରୁ ଆୟୋଜିତ ୪୩ତମ ଶାରଳା ପୁରସ୍କାର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ବିଶିଷ୍ଟ ହିନ୍ଦୀ ଲେଖକ ଉଦୟନ ବାଜପେୟୀ। ଏହି ଅବସରରେ କଥାକାର ଡ. ଗୌରହରି ଦାସଙ୍କୁ ଶାରଳା ପୁରସ୍କାର ପ୍ରଦାନ କରାଯାଇଛି। ୨୦୧୮ ମସିହାରେ ଟାଇମ୍‍ପାସ୍‍ ପବ୍ଲିକେଶନ୍‍ ଦ୍ୱାରା ପ୍ରକାଶିତ ଗଳ୍ପ ପୁସ୍ତକ ‘ବାଘ ଓ ଅନ୍ୟାନ୍ୟ ଗଳ୍ପ’ ପାଇଁ ସେ ଏହି ସମ୍ମାନ ପାଇଛନ୍ତି। ଏକ ବର୍ଣ୍ଣାଢ଼୍ୟ ସାରସ୍ୱତ ସମାବେଶରେ ଡ. ଦାସଙ୍କୁ ଉତ୍ତରୀୟ, ସମ୍ମାନପତ୍ର, ଫଳକ ସହିତ ପାଞ୍ଚଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି। ଏହି ଅବସରରେ ଡ. ଦାସ କହିଥିଲେ ଯେ ଗପ ସହିତ ତାଙ୍କ ଜନ୍ମ ହୋଇଥିଲା। ଶୈଶବରେ ମିଳିଥିବା ନିଃସଙ୍ଗତାରୁ ମୁକ୍ତି ପାଇବା ଲାଗି ସେ ଗପର ସାହାରା ନେଇଥିଲେ ଏବଂ ଲେଖିବା ଆରମ୍ଭ କରିଥିଲେ। ସେହିଦିନଠାରୁ ଆରମ୍ଭ ହୋଇଥିବା ଗପ ପରି ସେ ଦିନେ ଗପ ହୋଇଯିବେ ବୋଲି କହିଥିଲେ।

prayash

ସେହିପରି କଳା କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ପ୍ରତିବର୍ଷ ଇମ୍ଫା ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ପ୍ରଦାନ କରାଯାଉଥିବା ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ’ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଚିତ୍ରକର ପ୍ରଫୁଲ୍ଲ ମହାନ୍ତି ଏବଂ ପ୍ରସିଦ୍ଧ ଓଡ଼ିଶୀ ସଙ୍ଗୀତସାଧକ ଗୁରୁ ଘନଶ୍ୟାମ ପଣ୍ଡାଙ୍କୁ ପ୍ରଦାନ କରାଯାଇଥିଲା। ପୁରସ୍କାର ବାବଦରେ ଉଭୟଙ୍କୁ ଦେଢ଼ ଲକ୍ଷ ଟଙ୍କାର ଅର୍ଥରାଶି ସହ ମାନପତ୍ର ଓ ଫଳକ ପ୍ରଦାନ କରାଯାଇଥିଲା। ଉତ୍ସବରେ ଟ୍ରଷ୍ଟି ଶ୍ରୀମତୀ ପାରମିତା ପଣ୍ଡା ସ୍ୱାଗତଭାଷଣ ପ୍ରଦାନ କରିଥିବା ବେଳେ ସଂଯୋଜନା କରିଥିଲେ ବିଜୟ ମଲ୍ଲ। ଦ୍ୱିତୀୟ ଅଧିବେଶନରେ ବିୟତପ୍ରଜ୍ଞା ତ୍ରିପାଠୀଙ୍କ ସଂଯୋଜନାରେ ପୁରସ୍କୃତ ଲେଖକ ଡ. ଗୌରହରି ଦାସ ଏବଂ ମୁଖ୍ୟଅତିଥି ଉଦୟନ ବାଜପେୟୀଙ୍କ ମଧ୍ୟରେ ଏକ ଆଲୋଚନା ପର୍ବ ଅନୁଷ୍ଠିତ ହୋଇଥିଲା।

kalyan agarbati

Comments are closed.