ଅନିଶ୍ଚିତତାରେ ଓଡ଼ିଶାର କୁକୁଡ଼ା ଚାଷ : ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଲେ ବ୍ୟବସାୟୀ

ଭୁବନେଶ୍ବର: ଓଡ଼ିଶାରେ ଯୁବଚାଷୀଙ୍କୁ ନିଯୁକ୍ତି ଦେଇ କୁକୁଡ଼ା ଚାଷର ବିକାଶ ପାଇଁ ପଶୁପତି ଗ୍ରୁପ୍‌, ସୁଗୁଣା, ଭେଙ୍କି, ସାଲିମାର ଇତ୍ୟାଦି ପ୍ରମୁଖ କମ୍ପାନୀ କିଛିବର୍ଷ ଧରି ଉଦ୍ୟମ କରି ଆସୁଛନ୍ତି । ଫଳରେ ଏକୀକୃତ (ଇଣ୍ଟିଗ୍ରେଟେଡ) କୁକୁଡ଼ା ଚାଷ ପ୍ରଣାଳୀରେ ଓଡ଼ିଶା ସ୍ବାବଲମ୍ବୀ ହେବା ସହିତ ଆଉ ଅନ୍ୟ ରାଜ୍ୟରୁ କୁକୁଡା ଓ ଅଣ୍ଡା ଇତ୍ୟାଦି ଆମଦାନୀ ନ କରି ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଏବଂ ଅନ୍ୟାନ୍ୟ ରାଜ୍ୟକୁ ମଧ୍ୟ ଯୋଗାଇବାକୁ ସକ୍ଷମ ହୋଇପାରିଛି। ଏହି ଏକୀକୃତ ଚାଷ ମାଧ୍ୟମରେ ଚାଷୀମାନଙ୍କୁ କୁକୁଡ଼ା ଛୁଆ, ଦାନା, ଔଷଧ ଆଧୁନିକ ପ୍ରଣାଳୀରେ ଚାଷ, ଡାକ୍ତରୀ ପରାମର୍ଶ ଇତ୍ୟାଦି ଯୋଗାଇ ଦେବା ସହିତ ସୁଲଭ ମୂଲ୍ୟରେ ଉତ୍ପାଦିତ କୁକୁଡ଼ା କିଣିନେଉଛନ୍ତି। ଏଥିଯୋଗୁ ରାଜ୍ୟରେ ଲକ୍ଷାଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି।

prayash

ମାତ୍ର କିଛି ଦିନ ଧରି ଏହି ଏକୀକୃତ ଚାଷ ସୁବିଧାରୁ ବଞ୍ଚିତ ହୋଇଥିବା କିଛି ଅସାଧୁ ବ୍ୟକ୍ତି ସାମାଜିକ ଗଣମାଧ୍ୟମରେ ବିଭିନ୍ନ ପ୍ରକାର ମିଥ୍ୟା ସମ୍ବାଦ ପ୍ରସାର କରୁଛନ୍ତି । ଏମାନେ ମଧ୍ୟ କମ୍ପାନୀ ପ୍ରତିନିଧିମାନଙ୍କୁ ଧମକାଇବା, ବାଡ଼େଇବା ସହ ବିଭିନ୍ନ ଫାର୍ମକୁ କୁକୁଡ଼ା ଓ ଦାନା ଗାଡ଼ି ନ ଛାଡ଼ିବା ସହ ବିରୋଧ କରୁଛନ୍ତି। ଏଥିପାଇଁ ବିଭିନ୍ନ ସ୍ଥାନରେ ଜନ ଅସନ୍ତୋଷ ମଧ୍ୟ ବୃଦ୍ଧି ପାଇଲାଣି। ଏଠାରେ ଉଲ୍ଲେଖନୀୟ ଯେ ସରକାରଙ୍କ ଦ୍ବାରା ପଞ୍ଜିକୃତ କୌଣସି କୁକୁଡ଼ା ଚାଷ ସଂଘ ନାହିଁ। କିଛି ଅସାମାଜିକ ବ୍ୟକ୍ତି ଆତ୍ମଘୋଷିତ ସଭାପତି ଓ ସମ୍ପାଦକ ଭାବେ ଘୋଷଣା କରି ପ୍ରକୃତ ଚାଷୀଙ୍କୁ ବିଭ୍ରାନ୍ତ କରୁଛନ୍ତି।
କୌଣସି ବ୍ୟକ୍ତିଙ୍କୁ ବାଧ୍ୟବାଧକତାରେ ଏକୀକୃତ କୁକୁଡ଼ା ଚାଷ କରିବା ପାଇଁ କୌଣସି କମ୍ପାନୀ ପକ୍ଷରୁ ବାଧ୍ୟ କରାଯାଏ ନାହିଁ। ସ୍ବଇଚ୍ଛାରେ ବେକାର ଯୁବକମାନେ ବ୍ୟବସ୍ଥାକୁ ଆପଣାଇ କୁକୁଡ଼ା ଚାଷ କରି ଲାଭ କରିବା ସହ ସ୍ବାବଲମ୍ବୀ ହୋଇପାରିଛନ୍ତି। ଭଦ୍ରକ, ଢେଙ୍କାନାଳ ଇତ୍ୟାଦି ସ୍ଥାନରେ ଏହି ଅସାମାଜିକ ଯୁବକମାନଙ୍କ ବିରୋଧରେ ଥାନାରେ ଅଭିଯୋଗ ମଧ୍ୟ କରାଯାଇଛି। ପ୍ରଶାସନ ଏବଂ ପୁଲିସ ମଧ୍ୟ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି।
ଏହି ଅସାମାଜିକ ତତ୍ତ୍ବଙ୍କୁ ତୁରନ୍ତ ଗିରଫ କରିବା ପାଇଁ କମ୍ପାନୀମାନଙ୍କ ପକ୍ଷରୁ ସରକାରଙ୍କୁ ନିବେଦନ କରାଯାଇଛି। ଶୀଘ୍ର ଦୃଢ଼ ପଦକ୍ଷେପ ନ ନେଲେ ଓଡ଼ିଶାର କୁକୁଡ଼ା ଚାଷ ଗଭୀର ଭାବେ କ୍ଷତିଗ୍ରସ୍ତ ହେବା ସହ ପ୍ରକୃତ ଚାଷୀମାନଙ୍କ ସହିତ ଖାଉଟିମାନେ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେବେ। ଏଥିସହିତ ପୂର୍ବଭଳି ପୁଣିଥରେ ଅନ୍ୟରାଜ୍ୟରୁ କୁକୁଡ଼ା ଆମଦାନୀ ଓ ଅନାବଶ୍ୟକ କୁକୁଡ଼ା ମୂଲ୍ୟ ବୃଦ୍ଧି ପାଇବ ବୋଲି କମ୍ପାନୀଗୁଡ଼ିକ ଆଶଙ୍କା ପ୍ରକାଶ କରିଛନ୍ତି।

kalyan agarbati

Comments are closed.