ଭୁବନେଶ୍ୱର ଜିଲା ଅଦାଲତକୁ ମିଳିବ ଦେଶର ସର୍ବଶ୍ରେଷ୍ଠ ମାନ୍ୟତା
ଭୁବନେଶ୍ୱର: ଆଇନ, ପୂର୍ତ୍ତ, ଅବକାରୀ ବିଭାଗ ମାନ୍ୟବର ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି ଭୁବନେଶ୍ୱର ଜିଲା ଅଦାଲତର ନିର୍ମାଣାଧିନ ନୂଆ କୋଠାର ସ୍ଥିତି ଅନୁଧ୍ୟାନ କରିବା ସହ କାର୍ଯ୍ୟକୁ ତ୍ୱରିତ ଢଙ୍ଗରେ ଆଗେଇନେବା ପାଇଁ ବିଭାଗୀୟ ଅଧିକାରୀ, ଇଂଜିନିୟର ଏବଂ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତିା ଆଜି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଭୁବନେଶ୍ୱର ଜିଲା ଅଦାଲତ ନୂତନ କୋଠାର କାର୍ଯ୍ୟ ତଦାରଖ ପାଇଁ ସେଠାରେ ପହଞ୍ଚିବା ସହ ନିର୍ମାଣ କାର୍ଯ୍ୟ ସଂପର୍କରେ ବରିଷ୍ଠ ଅଧିକାରୀଙ୍କଠାରୁ ପଚାରି ବୁଝିଥିଲୋ
ନିର୍ମାଣାଧିନ ଏହି କୋଠା ଦେଶର ସର୍ବଶ୍ରେଷ୍ଠ ଜିଲ୍ଲା ଅଦାଲତ ଭାବେ ପରିଗଣିତ ହେବାକୁ ଯାଉଛିା ଅତ୍ୟାଧୁନିକ ଇଂଜିନିୟରିଂ ଜ୍ଞାନକୌଶଳରେ ନିର୍ମିତ ଏହି କୋଠାରେ ୪ଟି କରିଡର୍ ସହ ୫୭ଟି କୋର୍ଟରୁମ୍, ରେକର୍ଡ ରୁମ୍, ପାଠାଗାର, ସମ୍ମିଳନୀ କକ୍ଷ ଆଦି ସୁବିଧା ରହିବା ବେସ୍ମେଣ୍ଟକୁ ମିଶାଇ ୫ ମହଲାବିଶିଷ୍ଟ ପୂରା କୋଠାଟି ଶୀତାତାପ ନିୟନ୍ତ୍ରିତ ରହିବା ବେସ୍ମେଣ୍ଟରେ ବିଚାରପତିଙ୍କ ନିମନ୍ତେ ୫୦ଟି ଚାରିଚକିଆ ଯାନର ପାର୍କିଂ ସୁବିଧା ରହିବା ଏଥି ସହ ଏଠାରେ ଏକ ବହୁତଳ ପାର୍କିଂସ୍ଥଳ ମଧ୍ୟ ନିର୍ମାଣ ହେଉଛି, ଯେଉଁଠାରେ ୪୫୦ଟି ଚାରିଚକିଆ, ୫୫୦ଟି ଦୁଇଚକିଆ ଯାନ ପାର୍କିଂ ନିମନ୍ତେ ସୁବିଧା ରହିବା ସୌନ୍ଦର୍ଯ୍ୟକରଣ ଲାଗି କୋଠା ଆଗରେ ଓ୍ୱାଟର ଫାଉଣ୍ଟେନ୍ ଓ ଲନ୍ ଆଦି ନିର୍ମାଣ ଲକ୍ଷ୍ୟ ରହିଛିା ଜୁଲାଇ ଶେଷ ସୁଦ୍ଧା ଏହି କୋଠାର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖ#ଛନ୍ତିା ଏହା ଦ୍ୱାରା ଅଗଷ୍ଟ ପ୍ରଥମ ସପ୍ତାହରେ ଏହା ଉଦ୍ଘାଟିତ ହେବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତିା
ଏହି ଅବସରରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଆଇନଜୀବୀମାନଙ୍କୁ ଭେଟିବା ସହ ସେମାନଙ୍କ ସୁବିଧା ଅସୁବିଧା ସଂପର୍କରେ ପଚାରି ବୁଝିଥିଲୋ ଏଥିସହ ଖୁବ୍ଶୀଘ୍ର ସେମାନଙ୍କ ସମସ୍ତ ସମସ୍ୟା ସମାଧାନ ନିମନ୍ତେ ପ୍ରତିଶ୍ରୁତି ଦେଇଥିଲୋ ସ୍ଥାନୀୟ ବିଧାୟକ ବାବୁ ସିଂହ, ପୂର୍ତ୍ତ ବିଭାଗ ଇଆଇସି, ମୁଖ୍ୟଯନ୍ତ୍ରୀ ବିଲ୍ଡିଂ, କାର୍ଯ୍ୟନିର୍ବାହୀଙ୍କ ଯନ୍ତ୍ରୀଙ୍କ ସହ ପୂର୍ତ୍ତ ବିଭାଗ, ଓବିସିସି ଓ ଠିକା ସଂସ୍ଥାର ଅଧିକାରୀମାନେ ଉପସ୍ଥିତ ଥିଲୋ ଦାୟିତ୍ୱ ନେବା ପରେ ମନ୍ତ୍ରୀଙ୍କ ବିଭିନ୍ନ କାର୍ଯ୍ୟ ତଦାରଖ ଏବଂ ସାଧାରଣ ଅଭିଯୋଗ ବିଷୟରେ ତ୍ୱରିତ ସମାଧାନ ନିଷ୍ପତ୍ତି ନେଇ ଆଇନଜୀବୀ ଓ ସାଧାରଣ ଜନତା ଖୁସିବ୍ୟକ୍ତ କରିଛନ୍ତିା
Comments are closed.