www.samajalive.in
Tuesday, December 9, 2025
15.1 C
Bhubaneswar

୨୦୩୧ ସୁଦ୍ଧା ଭାରତର ମୋଟ ଜନସଂଖ୍ୟାର ୧୩.୧ ପ୍ରତିଶତ ହେବେ ବରିଷ୍ଠ ନାଗରିକ

ଭୁବନେଶ୍ୱର:ସୁଦ୍ଧା ଭାରତର ମୋଟ ଜନସଂଖ୍ୟାର ୧୩.୧ ପ୍ରତିଶତ ବରିଷ୍ଠ ନାଗରିକଙ୍କୁ ନେଇ ପୂରଣ ହେବ। ତେଣୁ, ଜିଲା ତଥା ତୃଣମୂଳସ୍ତରରେ ଥିବା ମାନବସମ୍ବଳ ଏବଂ ଭିତ୍ତିଭୂମିକୁ ସଠିକ ବିନିଯୋଗପୂର୍ବକ ବରିଷ୍ଠ ନାଗରିକଙ୍କ ସମ୍ପୂର୍ଣ୍ଣ ଯତ୍ନ ବର୍ତ୍ତମାନ ସମୟର ଏକ ବଡ଼ ଆହ୍ବାନ। ଏମ୍‌ସ ଭୁବନେଶ୍ୱରର କମ୍ୟୁନିଟି ମେଡିସିନ୍ ଏବଂ ଫ୍ୟାମିଲି ମେଡିସିନ୍ ବିଭାଗ ପକ୍ଷରୁ ଆୟୋଜିତ ବାର୍ଦ୍ଧକ୍ୟ ରୋଗ ଜନିତ ଚିକିତ୍ସା ସମ୍ପର୍କୀତ ରାଜ୍ୟସ୍ତରୀୟ ତାଲିମ କାର୍ଯ୍ୟକ୍ରମରେ ଏପରି ମତବ୍ୟକ୍ତ କରିଛନ୍ତି ବିଭିନ୍ନ ସରକାରୀ ପ୍ରତିଷ୍ଠାନରୁ ଆସିଥିବା ବରିଷ୍ଠ ବିଶେଷଜ୍ଞମଣ୍ଡଳୀ। ଜାତୀୟ ସ୍ୱାସ୍ଥ୍ୟ ମିଶନ, ଓଡ଼ିଶାର ମିଳିତ ସହଯୋଗରେ ଆୟୋଜିତ ଏହି ତିନି ଦିନିଆ ତାଲିମ କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ଜିଲା ମୁଖ୍ୟ ଚିକିତ୍ସାଳୟ, କ୍ୟାପିଟାଲ ହସ୍‌ପିଟାଲ ଭୁବନେଶ୍ୱର ଏବଂ ଇସ୍ପାତ ଜେନେରାଲ ହସ୍‌ପିଟାଲ ରାଉରକେଲାର ମେଡିସିନ୍‌ ଏବଂ ଅନ୍ୟାନ୍ୟ ବିଭାଗର ବିଶେଷଜ୍ଞ ତଥା ବରିଷ୍ଠ ଡାକ୍ତରମାନେ ଅଂଶଗ୍ରହଣ କରିଥିଲେ। ବାର୍ଦ୍ଧକ୍ୟ ଅବସ୍ଥାରେ ସମ୍ପୂର୍ଣ୍ଣ ଚିକିତ୍ସା ତଥା ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟସେବା ସମ୍ପର୍କରେ ଏହି ତିନିଦିନିଆ ଶିବିରରେ ତାଲିମ ପ୍ରଦାନ କରାଯାଇଥିଲା। ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ. ନିରଞ୍ଜନ ମିଶ୍ର, ରାଜ୍ୟ ଏନ୍‌ସିଡି ସେଲର ଡ. ସୁଶାନ୍ତ କୁମାର ସ୍ୱାଇଁ ପ୍ରମୁଖ ଅଦ୍ୟାବଧି ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟସେବାକୁ ନେଇ ରହିଥିବା ନାନା ପ୍ରତିବନ୍ଧକ ତଥା ଏହାର ପ୍ରତିକାର ସମ୍ପର୍କରେ ବିଷଦ ଆଲୋଚନା କରିଥିଲେ।

 

- Advertisement -

ଏହି ଶିବିରରୁ ତାଲିମ ନେଇଥିବା ମାଷ୍ଟର ତାଲିମଦାତାମାନେ ସେମାନଙ୍କର ସଂପୃକ୍ତ ଅଞ୍ଚଳରେ ଉତ୍ସର୍ଗୀକୃତ ଭାବେ ବାର୍ଦ୍ଧକ୍ୟ ଅବସ୍ଥାରେ ଆବାଶ୍ୟକ ହେଉଥିବା ଚିକିତ୍ସା ସମ୍ବନ୍ଧରେ ତଦାରଖ କରିବେ। ଗ୍ରାମାଞ୍ଚଳରେ ବରିଷ୍ଠ ନାଗରିକମାନଙ୍କୁ ବାର୍ଦ୍ଧକ୍ୟ ଅବସ୍ଥା ଜନିତ ରୋଗର ଉପଯୁକ୍ତ ଚିକିତ୍ସା ପ୍ରଦାନନେଇ କ୍ଷେତ୍ର ପ୍ରସ୍ତୁତ କରିବା ଏହି ତାଲିମ ଶିବିରରେ ପ୍ରମୁଖ ଲକ୍ଷ୍ୟ ଥିଲା। ମେଡିସିନ୍, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି, ଫିଜିକାଲ୍ ମେଡିସିନ୍ ଏବଂ ପୁନର୍ବାସ, ୟୁରୋଲୋଜି, ସ୍ନାୟୁବିଜ୍ଞାନ, ପଲ୍ମୋନାରି ମେଡିସିନ୍, ଅଙ୍କୋଲୋଜି, ସାଇକିଆଟ୍ରି, ଏଣ୍ଡୋକ୍ରାଇନୋଲୋଜି ଏବଂ କାର୍ଡିଓଲୋଜି ଭଳି ବିଭିନ୍ନ ବିଭାଗର ବିଶେଷଜ୍ଞଙ୍କୁ‌ ନେଇ ଗଠିତ ଏକ ବହୁମୁଖୀ ଦଳ ଏହି ତିନି ଦିନିଆ ତାଲିମ କାର୍ଯ୍ୟକ୍ରମରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲା।
ଅନ୍ୟମାନଙ୍କ ମଧ୍ୟରେ ଏମ୍‌ସ ଭୁବନେଶ୍ୱରର ଡିନ୍‌ ଦେବାଶିଷ ହୋତା, ପ୍ରଫେସର ସୋନୁ ଏଚ. ସୁବା, ବିନୋଦ କୁମାର ପାତ୍ରୋ. ସ୍ବୟମ୍‌ପ୍ରଜ୍ଞା ପରିଡ଼ା, ଅଭିଷେକ ମିଶ୍ର, ଅନ୍ନୁ ଆଣ୍ଟୋନି ଏବଂ ଅମ୍ବରିଶ ଦାସ ପ୍ରମୁଖ ବିଶେଷଜ୍ଞ ପ୍ରଶିକ୍ଷକ ଭାବେ ଯୋଗଦେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories