ଛଅ ଲାଇନ ବିଶିଷ୍ଟ ଏନଏଚ୍ ନିର୍ମାଣ ପାଇଁ ଭୂମିପୂଜନ
ଭୁବନେଶ୍ବର : ଖଣ୍ଡଗିରିରେ ଛଅ ଲାଇନ ବିଶିଷ୍ଟ ଏନଏଚ୍ ନିର୍ମାଣ ପାଇଁ ଗୁରୁବାର ଭୂମିପୂଜନ ହୋଇଛି। ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ପ୍ରକଳ୍ପର ଭୂମିପୂଜା କରିଛନ୍ତି।
ସୂଚନା ଅନୁସାରେ, ଭଦ୍ରକ-ବାଲେଶ୍ୱର, ଟାଙ୍ଗି-ଭୁବନେଶ୍ୱର, ଚଣ୍ଡିଖୋଲ-ଭୁବନେଶ୍ୱରକୁ ରାସ୍ତା ଓ ବାଲିକୁଦା, ଶିଖରପୁର, ବଡ଼ଚଣାରେ ଭୂତଳ ବ୍ରିଜ୍ ନିର୍ମାଣ ହେବ। ୧୧୯.୫ କିମି ଏନଏଚ୍ ନିର୍ମାଣ ପାଇଁ ମୋଟ୍ ୨୦୬୭.୫କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି। କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ମିଳିବା ପରେ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି।