ରାଜନଗର,୨୯ା୪ (ନି.ପ୍ର) : ବଉଳା କୁମ୍ଭୀରର ଅନ୍ତୁଡିଶାଳ ଭାବେ ପରିଚିତ ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଆସନ୍ତା ମେ ପହିଲାରୁ ବନ୍ଦ ହେବ। କୁମ୍ଭୀର ପ୍ରଜନନଋତୁ ଆରମ୍ଭ ହୋଇଛି। ନଦୀନାଳମାନଙ୍କରେ ଥିବା କୁମ୍ଭୀରମାନେ ବସାବାନ୍ଧି ଅଣ୍ଡା ଦେବେ। ସେମାନଙ୍କର ମିଳନପର୍ବ ଓ ଅଣ୍ଡାଦେବା ପ୍ରକ୍ରିୟାରେ ବାଧା ନ ଉପୁଜିବା ପାଇଁ ରାଜନଗର ବନଖଣ୍ଡ ପକ୍ଷରୁ ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରଖାଯିବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି। ମା’ କୁମ୍ଭୀର ଅଣ୍ଡା ଦେଇସାରିବା ପରେ ଅଣ୍ଡାକୁ ସୁରକ୍ଷା ଦେବା ପାଇଁ ସେଠାରେ ଜଗି ରହିଥାଏ। ଏହି ସମୟରେ ସେ ହିଂସ୍ର ହୋଇ ଉଠିଥାଏ। ଏହି ସମୟ ମଧ୍ୟରେ ପର୍ଯ୍ୟଟକଙ୍କୁ ଭିତରକନିକା ଜାତୀୟ ଉଦ୍ୟାନକୁ ନ ଆସିବା ପାଇଁ ବାରଣ କରାଯାଇଥାଏ।
Popular Categories



