www.samajalive.in
Tuesday, December 9, 2025
15.1 C
Bhubaneswar

କେନାଲରୁ ଯନ୍ତ୍ରୀଙ୍କ ମୃତଦେହ ଠାବ

ଭବାନୀପାଟଣା: ଇନ୍ଦ୍ରାବତୀ ଉଠା ଜଳସେଚନ କେନାଲର କନିଷ୍ଠ ଯନ୍ତ୍ରୀ ଭବାନୀ ଶଙ୍କର ମହନ୍ତ(୨୯)ଙ୍କ ମୃତଦେହ ଶୁକ୍ରବାର ସୁନାମାଲ ନିକଟ କେନାଲରେ ଭାସମାନ ଅବସ୍ଥାରେ ଠାବ ହୋଇଛି। ନିକଟରେ ତାଙ୍କ ବାଇକ୍ ଠାବ ହୋଇଥିବା ବେଳେ ବାଇକର ସମ୍ମୁଖ ଭାଗରେ ପର୍ସ ଇତ୍ୟାଦି ରହିଛି। ତେବେ ତାଙ୍କ ବ୍ୟାଗଟି କାନ୍ଧରେ ଝୁଲିବା ଅବସ୍ଥାରେ ଅଛି।

ସୂଚନା ଅନୁଯାୟୀ, ଗୁରୁବାର ସେ ଡ୍ୟୁଟିରେ ବାହାରିବା ପରେ ଦିନ ୧ଟାରୁ ତାଙ୍କ ଫୋନ୍ ବନ୍ଦ ଥିଲା। ସନ୍ଧ୍ୟା ସୁଦ୍ଧା ତାଙ୍କ ଖବର ନ ପାଇ ବିଭାଗୀୟ ଏସଡିଓ ଏନେଇ ଜୟପାଟଣା ଥାନାରେ ସୂଚନା ଦେଇଥିଲେ। ଆଜି ତାଙ୍କ ମୃତଦେହ ମେଗା ଲିଫ୍ଟ କେନାଲର ସୁନାମାଲ୍ ନିକଟରେ ଭାସୁଥିବା ଖବର ପାଇ କେନାଲରେ ପାଣି ବନ୍ଦ କରାଯାଇଛି। ସ୍ଥାନୀୟ ମଙ୍ଗଳପୁର କଲୋନୀରେ ରହୁଥିବା ମୃତ ଭବାନୀ ଶଙ୍କର ଅବିବାହିତ ଥିଲେ ଏବଂ ତାଙ୍କ ଘର ମୟୂରଭଞ୍ଜ ଜିଲାରେ ବୋଲି ଜଣାପଡ଼ିଛି। ତାଙ୍କ ମୃତଦେହ ଠାବ ହେବାପରେ ଧର୍ମଗଡ ଏସଡିପିଓ ଧୀରଜ ଚୋପଦାରଙ୍କ ନେତୃତ୍ୱରେ ଜୟପାଟଣା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ଦିଗରେ ତଦନ୍ତ କରୁଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories