ଦେଶରେ ଲିଭୁନି ‘ଅଗ୍ନିପଥ’ ନିଆଁ; ଆଜି ଭାରତ ବନ୍ଦ ଡାକରା

ନୂଆଦିଲ୍ଲୀ: ଦେଶରେ ଲିଭୁନି ‘ଅଗ୍ନିପଥ’ ନିଆଁ । ‘ଅଗ୍ନିପଥ’ ଯୋଜନାକୁ ବିରୋଧ କରି ବିଭିନ୍ନ ସଂଗଠନ ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି ଯୋଜନାକୁ ବିରୋଧ କରି ଦେଶର ଅଧାରୁ ଅଧିକ ରାଜ୍ୟରେ ନିଆଁ ଜଳୁଥିବା ବେଳେ ଦେଶର ଅନେକ ସ୍ଥାନରେ ଆନ୍ଦୋଳନ ଯୋଗୁ ରେଳସେବା ଅଧିକ କ୍ଷତିଗ୍ରସ୍ତ ହୋଇଛି । ଆନ୍ଦୋଳନକାରୀ ମାନେ ଅନେକ ଟ୍ରେନ୍‌ରେ ନିଆଁ ଲଗାଇ ଦେଇଥିବା ଦେଖିବାକୁ ମିଳିଛି । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରେଲୱେ ପକ୍ଷରୁ ମଧ୍ୟ ବିଭିନ୍ନ ରେଳ ସେବା ବନ୍ଦ କରିଦିଆଯାଇଛି । ହେଲେ ଆଜି ବିଭିନ୍ନ ସଂଗଠନ ପକ୍ଷରୁ ‘ଅଗ୍ନିପଥ’କୁ ବିରୋଧ କରି ଭାରତ ବନ୍ଦ ଡାକରା ଦିଆଯାଇଛି । ତେଣୁ ପରିସ୍ଥିତିକୁ ନଜରେ ରଖି ଜିଆରପି ଓ ଆରପିଏଫ୍ ହାଇଆଲର୍ଟରେ ରହିଛନ୍ତି ।

prayash

ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ ସେଥିପ୍ରତି ଧ୍ୟାନ ଦିଆଯାଇଛି ।  ପ୍ରଦର୍ଶନକାରୀଙ୍କ ଉପରେ ନଜର ରଖିବାକୁ ଉଚ୍ଚ କର୍ତ୍ତୃପକ୍ଷ ଉଭୟ ସୁରକ୍ଷାବଳକୁ ନିର୍ଦ୍ଦେଶ ଦେଇଛନ୍ତି। ତାହାସହ , ବିଭିନ୍ନ ରାଜ୍ୟରେ ଏବଂ ବିଶେଷ‌ କରି ବିହାର, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ‘ଅଗ୍ନିପଥ’ ଯୋଜନା ବିରୋଧରେ ବ୍ୟାପକ ହିଂସାତ୍ମକ ପ୍ରତିବାଦ ହୋଇଛି। ଏହା ପଛରେ ସଶସ୍ତ୍ର ସେନାରେ ନିଯୁକ୍ତି ପାଇଁ ଯୁବକମାନଙ୍କୁ ପ୍ରସ୍ତୁତ କରାଉଥିବା କୋଚିଂ ସେଣ୍ଟରଗୁଡ଼ିକର ହାତ ରହିଥିବା ପୁଲିସ ସନ୍ଦେହ କରୁଛି।

kalyan agarbati

Comments are closed.