ଅନଧିକୃତ ବିଦ୍ୟୁତ ସଂଯୋଗକାରୀଙ୍କୁ ପୁଲିସରେ ଜିମା ଦେଲେ ଅଧିକାରୀ
ଭରସୁଜା:ବିଦ୍ୟୁତ ବିଭାଗର ଖିଲାପ କରୁଥିବା ଗ୍ରାହକ ମାନଙ୍କୁ ଟାଟା ପାୱାର ପକ୍ଷରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଉଛି। କିନ୍ତୁ ବିଚ୍ଛନ୍ନକରା ଯାଇଥିବା ସଂଯୋଗ କେହି ବାରମ୍ବାର ଯୋଡୁଥିବାର ଅଭିଯୋଗ ଆସିଥିଲା। ଏହାର ସତ୍ୟାସତ୍ୟ ଅନୁସନ୍ଧାନ ପାଇଁ ଆଗଲପୁର କନିଷ୍ଠ ଯନ୍ତ୍ରୀ ଗଣେଶ୍ୱର ପୃଷ୍ଟିଙ୍କ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ନିରୀକ୍ଷଣ କରାଯାଉଥିଲା। ଏହିସମୟରେ ନଅଗାଁ (କ) ଫିଡର ଅଧିନସ୍ଥ ଡୁଡୁକାମୁଣ୍ଡା ଗ୍ରାମରେ ଅନଧୀକୃତ ଭାବରେ ବିଦ୍ୟୁତ ସଂଯୋଗ କରୁଥିବା ବେଳେ ମୁଣ୍ଡପାଲିର ଅକ୍ଷୟ ମଲ୍ଲିକ (୩୨) ଧରାପଡିଥିଲେ। ତାଙ୍କୁ କନିଷ୍ଠ ଯନ୍ତ୍ରୀ ଆଗଲପୁର ପୁଲିସରେ ଜିମା ଦେଇଥିଲେ।
ଏ ବିଷୟର କନିଷ୍ଠ ଯନ୍ତ୍ରୀ ଶ୍ରୀ ପୃଷ୍ଟିଙ୍କୁ ପଚାରିବାରୁ ଟାଟା ପାୱାର ପକ୍ଷରୁ ଗ୍ରାହକମାନଙ୍କ ପାଇଁ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥାକୁ କଡାକଡି କରାଯାଇଛି। କେହି ଜଣେ ବାରମ୍ବାର ଅନଧିକୃତ ବିଦ୍ୟୁତ ସଂଯୋଗ କରି ବିଦ୍ୟୁତ ଚୋରିକୁ ପ୍ରଶୟ ଦେଉଥିବାର ଅଭଯୋଗ ଆସୁଥିଲା। ଅଭିଯୋଗକୁ ଭିତ୍ତିକରି ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିବା ବେଳେ ଏହି ବ୍ୟକ୍ତି ଜଣକ ଧରାପଡ଼ିଥିବା ସେ କହିଛନ୍ତି।
Comments are closed.