ଖାଦ୍ୟ ବିଷକ୍ରିୟା: ନାବାଳକ ପୁଅ ମୃତ

ଭଞ୍ଜନଗର: ଭଞ୍ଜନଗର ଥାନା ଅନ୍ତର୍ଗତ ବୁଦୁଲି ଗ୍ରାମରେ ଖାଦ୍ୟରେ ବିଷକ୍ରିୟା କାରଣରୁ ଗୋଟିଏ ପରିବାରର ଜଣେ ନାବାଳକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ଜଣ ଅସୁସ୍ଥ ହୋଇଛନ୍ତି। ଅସୁସ୍ଥ ଦୁହେଁ ସେହି ପରିବାରର ମା ’ ଓ ଝିଅ । ବୁଦୁଲି ଗ୍ରାମର ଜୈନିକ ବ୍ୟକ୍ତିଙ୍କ ଘରକୁ ବେଲଗୁଣ୍ଠା ଥାନା ଅନ୍ତର୍ଗତ ପନ୍ଥିଖାଡି ଗ୍ରାମର ୭ ବର୍ଷର ଭଣଜା, ୪ ବର୍ଷ ବୟସର ଭାଣିଜି ଓ ଭଉଣୀ ବୁଲିବାକୁ ଆସିଥିଲେ। ମକର ସଂକ୍ରାନ୍ତିରେ ଭାଇ ଘରକୁ ଭଉଣୀ ନିଜର ପୁଅ ଓ ଝିଅକୁ ଧରି ବୁଲିବାକୁ ଆସିବା ଅବସରରେ ପରିବାର ସହ ଖାଦ୍ୟ ଖାଇଥିଲେ।

 

prayash

ଖାଦ୍ୟ ଖାଇବାର କିଛି ସମୟ ପରେ ସମସ୍ତେ ଅସୁସ୍ଥ ଅନୁଭବ କରି ବାନ୍ତି କରିଥିଲେ। ତତ୍କାଳ ସମସ୍ତଙ୍କୁ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏଠାରେ ଚିକିତ୍ସାଧିନ ଅବସ୍ଥାରେ ନାବାଳକ ଭଣଜାର ମୃତ୍ୟୁ ଘଟିଥିଲା। ମା’ ଓ ଝିଅ ଚିକିତ୍ସା ପରେ ସାମାନ୍ୟ ସୁସ୍ଥ ଅନୁଭବ କରିଛନ୍ତି। କାନ୍ଦକଟା ମଧ୍ୟରେ ଶବ ବ୍ୟବଚ୍ଛେଦ ପରେ ମା’ ଝିଅ ଘରକୁ ଚାଲି ଯାଇଛନ୍ତି। ମା’- ପୁଅ ଓ ଝିଅ ଖାଇଥିବା ଖାଦ୍ୟ କୌଣସି ମତେ ବିଷ ପ୍ରକ୍ରିୟା ହୋଇ ଯାଇଥିଲା। ଖାଦ୍ୟରେ ବିଷାକ୍ତ କୀଟ ପଡି ଯାଇଥିବା ସନ୍ଦେହ କରାଯାଇଛି।

kalyan agarbati

Comments are closed.