www.samajalive.in
Monday, December 15, 2025
16.1 C
Bhubaneswar

ଆମ ବିଭୀଷଣଙ୍କୁ ଖୋଜୁଛି : ଭକ୍ତ ଦାସ, କଟାକ୍ଷ କଲେ ପୃଥ୍ବୀରାଜ

ନୂଆପଡା: ନୂଆପଡା ଉପନିର୍ବାଚନରେ କଂଗ୍ରେସର ପରାଜୟ ପରେ ଗୃହ ଶତ୍ରୁ ବିଭୀଷଣ କଥା ଉଠାଇଛନ୍ତି ପିସିସି ସଭାପତି ଭକ୍ତ ଦାସ। ସେ କହିଛନ୍ତି ଆମ ଦଳର ବିଭୀଷଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆତ୍ମସମୀକ୍ଷା ପରେ ବିଭୀଷଣଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ। ସରକାରୀ କଳ, ଅର୍ଥବଳ ବ୍ୟବହାର ପରେ ବି ୪୦ ହଜାର ଭୋଟ୍‌ ପାଇ ଦ୍ଵିତୀୟରେ ରହିଲେ। ତଥାପି ଦଳ ପ୍ରତ୍ୟେକ କ୍ଷେତ୍ରକୁ ଆତ୍ମସମୀକ୍ଷା କରିବ। ସେପଟେ ଭକ୍ତ ଦାସଙ୍କୁ କଟାକ୍ଷ କରିଛନ୍ତି ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି ହାରିବାର ଅନେକ କାରଣ ବାହାରେ , ଜିତିବାର କାରଣ କେବଳ ଜୟ । ନିଜ ଦୁର୍ବଳତା ଲୁଚାଇବାକୁ ରାଜନୈତିକ ଦଳ ମାନେ ଅନେକ କଥା କୁହନ୍ତି । ନିଜ ପରାଜୟ ସ୍ଵୀକାର କଲେ ଭଲ ହୁଅନ୍ତା ବୋଲି କହିଛନ୍ତି ପୃଥ୍ବୀରାଜ।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories