ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶ ଗ୍ଵାଲିୟରରେ ଆଜି ସକାଳେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ପାଞ୍ଚ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି । ଗ୍ଵାଲିୟର-ଝାନସୀ ରାଜପଥର ମାଲୱା ମହାବିଦ୍ୟାଳୟ ସମ୍ମୁଖରେ ଏକ ଫର୍ଚୁନର କାର ଏକ ବାଲି ବୋଝେଇ ଟ୍ରାକ୍ଟର ସହିତ ଧକ୍କା ହୋଇଛି । ଦୁର୍ଘଟଣାଟି ସକାଳ ପ୍ରାୟ ୬ଟା ରୁ ୬:୩୦ ମଧ୍ୟରେ ଘଟିଥିବାବେଳେ ଘଟଣାକୁ ନେଇ ସାରା ଅଞ୍ଚଳରେ ଆତଙ୍କ ସୃଷ୍ଟି ହେବା ସହ ଯାତାୟାତ ଠପ୍ ହୋଇଯାଇଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ ଆଜି ସକାଳେ ଏକ ଫଚ୍ୟୁନର କାରରେ ୫ ଜଣ ବନ୍ଧୁ ଡାବ୍ରାରୁ ଫେରୁଥିଲେ । ଏହି ସମୟରେ ମାଲୱା କଲେଜ ନିକଟରେ ଏକ ଟ୍ରାକ୍ଟର ଉକ୍ତ କାରକୁ ଧକ୍କା ହୋଇଥିଲା । ଫଳରେ କାରରେ ଥିବା ସମସ୍ତ ଯାତ୍ରୀ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ। ନିୟନ୍ତ୍ରଣ କକ୍ଷରୁ ସୂଚନା ପାଇବା ପରେ ଅମ୍ବୁଲାନ୍ସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା , କିନ୍ତୁ କୌଣସି ଯାତ୍ରୀଙ୍କୁ ବଞ୍ଚାଇ ପାରି ନଥିଲା । ପୁଲିସ ତୁରନ୍ତ ପହଞ୍ଚି ଜାଣିବାକୁ ପାଇଲା ଯେ କାରରେ ଥିବା ସମସ୍ତ ପାଞ୍ଚ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ମୃତକମାନେ ସ୍ଥାନୀୟ ଦୀନଦୟାଲ ନଗରର ବାସିନ୍ଦା ବୋଲି ଜଣାପଡିଛି । ମୃତକମାନେ ହେଲେ କ୍ଷିତିଜ ଓରଫ ପ୍ରିନ୍ସ ରାଜାୱତ, କୌଶଳ ଭାଦୋରିଆ, ଆଦିତ୍ୟ ପ୍ରତାପ ସିଂହ ଜାଦୌନ, ଅଭିମନ୍ୟୁ ସିଂହ ଏବଂ ଶିବମ ରାଜପୁରୋହିତ । ପୁଲିସ୍ ନିକଟବର୍ତ୍ତୀ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି।



