www.samajalive.in
Saturday, December 6, 2025
23.1 C
Bhubaneswar

ରିଲିଜ୍‍ ହେଲା ‘ଭୈୟାଜୀ ସୁପର୍‍ହିଟ୍‍’ର ଟ୍ରେଲର

ମୁମ୍ବଇ : ନିକଟରେ ସନୀ ଦେଓଲଙ୍କ ଚଳଚ୍ଚିତ୍ର ‘ଭୈୟାଜୀ ସୁପର୍‍ହିଟ୍‍’ ର ଟ୍ରେଲର୍‍ ରିଲିଜ୍‍ ହୋଇଯାଇଛି। ଏଥିରେ ସନୀ କମେଡ଼ି କରୁଥିବାର ନଜର ଆସିଛନ୍ତି। ଏହି ଚଳଚ୍ଚିତ୍ରରେ ସନୀଙ୍କ ବିପକ୍ଷରେ ଦୁଇ ଜଣ ନାୟିକା ଅଛନ୍ତି, ଜଣେ ପ୍ରୀତି ଜିଣ୍ଟା ଓ ଅନ୍ୟଜଣେ ଅମୀଷା ପଟେଲ। ତେବେ ପ୍ରୀତି ଜିଣ୍ଟା ଓ ଅମୀଷା ପଟେଲଙ୍କୁ ଏହି ଚଳଚ୍ଚିତ୍ର ମାଧ୍ୟମରେ ଦୀର୍ଘଦିନର ବିରତି ପରେ ବଡ଼ ପରଦାରେ ଦେଖିବାକୁ ମିଳିବ। ଚଳଚ୍ଚିତ୍ରରେ ଭରପୂର ମାତ୍ରାରେ କମେଡ଼ିର ଖୋରାକ ଯୋଗାଇବା ପାଇଁ ଅରଶଦ୍‍ ୱାର୍ସି ଓ ଶ୍ରେୟସ ତଲପଡ଼େ ମଧ୍ୟ ନଜର ଆସିବେ।

ଚଳଚ୍ଚିତ୍ରର କାହାଣୀ ବିଷୟରେ କହିବାକୁ ଗଲେ, ଏଥିରେ ସନୀ ଦେଓଲ ୟୁପି ର ଡନ୍‍ ଭୂମିକା ଗ୍ରହଣ କରିଛନ୍ତି ଓ ତାଙ୍କ ନାମ ରହିଛି ଭୈୟା ଜୀ। ଅପର ପକ୍ଷରେ ତାଙ୍କ ପତ୍ନୀ ସାଜିଛନ୍ତି ପ୍ରୀତି ଜିଣ୍ଟା। ସନୀଙ୍କୁ ଏକ ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ରରେ ଅଭିନୟ କରିବାର ସୁଯୋଗ ଦିଆଯାଉଛି ଓ ସେଠାରେ ସେହି ଚଳଚ୍ଚିତ୍ରର ନାୟିକା ସାଜିଥିବା ଅମୀଷା ପଟେଲଙ୍କ ସହ ତାଙ୍କ ସମ୍ପର୍କ ଘନିଷ୍ଠ ହୋଇ ଉଠିଛି। ଏହି କାରଣରୁ ପତି-ପତ୍ନୀଙ୍କ ସମ୍ପର୍କରେ ଫାଟ ମଧ୍ୟ ସୃଷ୍ଟି ହେଉଛି। ତା’ପରେ ଖଳନାୟକର ଏଣ୍ଟ୍ରି ହେଉଛି, ଯାହାଙ୍କ ନାମ ହେଉଛି ହେଲିକପ୍ଟର ଭୈୟା। ମଝିରେ କାହାଣୀ ଏକ ଅଲଗା ମୋଡ଼ ମଧ୍ୟ ନେଇଛି। ଚଳଚ୍ଚିତ୍ରରେ ଦୁଇ ଦୁଇଟି ସନୀ ଦେଓଲଙ୍କୁ ଦେଖିବାକୁ ମିଳିବ।

- Advertisement -

ତେବେ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ନୀରଜ ପାଠକ ବହନ କରିଛନ୍ତି। ୨୩ ନଭେମ୍ବରରେ ଏହା ମୁକ୍ତିଲାଭ କରିବ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories