www.samajalive.in
Saturday, December 6, 2025
14.1 C
Bhubaneswar

ଟିଟିଲାଗଡରେ ୧୨ଘଣ୍ଟିଆ ବନ୍ଦ ଡାକରା

ବଲାଙ୍ଗୀର: ଟିଟିଲାଗଡକୁ ଜିଲା ମାନ୍ୟତା ଦେବା ପାଇଁ ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଶୁକ୍ରବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି। ଜିଲା କ୍ରିୟାନୁଷ୍ଠାନ କମିଟି ଏହି ଆନ୍ଦୋଳନ କରିଛନ୍ତି। ଆ​‌ନ୍ଦୋଳନ ଫଳରେ ସମସ୍ତ ଶିକ୍ଷାନୁଷ୍ଠାନ ଓ ଦୋକାନ ବଜାର ବନ୍ଦ ରହିଥିବାର ଜଣା ପଡିଛି। ସମସ୍ତ ଗାଡି ଚଳାଚଳ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିଛି। ଏହାଦ୍ବାରା ସାଧାରଣ ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବାର ଦେଖାଯାଇଛି।

ସୂଚନାଯୋଗ୍ୟ ଯେ, ଟିଟିଲାଗଡର ଲୋକମାନେ ସମସ୍ତ ଛୋଟଛୋଟ କାମ ପାଇଁ ବଲାଙ୍ଗୀର ସହରକୁ ଯାଉଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯିବା ପାଇଁ ୧୦୦ କିଲୋମିଟରରୁ ଉର୍ଦ୍ଧ୍ବ ରାସ୍ତା ଯିବାକୁ ପଡୁଛି। ଟିଟିଲାଗଡକୁ ଜିଲା ମାନ୍ୟତା ଦାବି କରି ୨୦ବର୍ଷ ହେଲା ଦାବି ହୋଇ ଆସୁଛି। ସରକାର ଏଥିପ୍ରତି କର୍ଣ୍ଣପାତ କରୁ ନଥିବାରୁ ଆଜି ଆନ୍ଦୋଳନ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories