www.samajalive.in
Tuesday, December 9, 2025
16.1 C
Bhubaneswar

କଲ୍ୟାଣ ଚୌବେଙ୍କ ଇସ୍ତଫା ଦାବି କଲେ ବାଇଚୁଙ୍ଗ

ନୂଆଦିଲ୍ଲୀ: ସର୍ବଭାରତୀୟ ଫୁଟବଲ ମହାସଂଘ(ଏଆଇଏଫଏଫ)ର ସଭାପତି କଲ୍ୟାଣ ଚୌବେଙ୍କ ଇସ୍ତଫା ଦାବି କରିଛନ୍ତି ପୂର୍ବତନ ଅଧିନାୟକ ବାଇଚୁଙ୍ଗ ଭୁତିଆ। ଏଆଇଏଫଏଫ ପ୍ରଶାସନରେ ଯେଉଁ ଅବ୍ୟବସ୍ଥା ଦେଖା ଦେଇଛି ସେଥିପାଇଁ କଲ୍ୟାଣଙ୍କୁ ଦାୟୀ କରିବା ସହ ତାଙ୍କ ଇସ୍ତଫା ଦାବି କରିଛନ୍ତି ବାଇଚୁଙ୍ଗ।

ସୂଚନାଥାଉକି, ଗତବର୍ଷ ନଭେମ୍ବର ୭ରେ ଏଆଇଏଫଏଫର ମହାସଚିବ ପଦରୁ ସାଜି ପ୍ରଭାକରନଙ୍କୁ ବହିଷ୍କୃତ କରାଯାଇଥିଲା। ତେବେ ଏହା ଉପରେ ଡିସେମ୍ବର ୮ରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ। ସମଗ୍ର ଘଟଣାକ୍ରମ ସମ୍ପର୍କରେ ଆଲୋଚନା ପାଇଁ ଏଆଇଏଫଏଫର କାର୍ଯ୍ୟନିର୍ବାହୀ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଯୋଗ ଦେଇ ବାଇଚୁଙ୍ଗ କହିଥିଲେ ଏଆଇଏଫଏଫ ପ୍ରଶାସନରେ ଯେଉଁ ଅବ୍ୟବସ୍ଥା ଦେଖା ଦେଇଛି ସେଥିନିମନ୍ତେ କେବଳ ସାଜି ପ୍ରଭାକରନଙ୍କୁ ଦାୟୀ କରାଯାଇ ପାରିବ ନାହିଁ। ପ୍ରଭାକରନଙ୍କ ସହ ଏଆଇଏଫଏଫ ସଭାପତି କଲ୍ୟାଣ ଚୌବେ ଓ କୋଷାଧ୍ୟକ୍ଷ କିପା ଅଜୟ ମଧ୍ୟ ସମାନ ଭାବେ ଦାୟୀ। ଏହି ୩ଜଣ କାର୍ଯ୍ୟନିର୍ବାହୀ କମିଟିର ବିନା ସ୍ବୀକୃତିରେ ଏକାଧିକ ନିଷ୍ପତ୍ତି ନେଇଥିଲେ। ତେଣୁ କଲ୍ୟାଣ ଚୌବେ ଓ କିପା ଅଜୟ ନିଜ ପଦରୁ ଇସ୍ତଫା ଦେବା ଉଚିତ। ଭାରତୀୟ ଫୁଟବଲରେ ରାଜନୀତି ବୃଦ୍ଧି ପାଇଥିବା ବାଇଚୁଙ୍ଗ କହିଥିଲେ। ଏହା ଫୁଟବଲର ଭବିଷ୍ୟତ ପାଇଁ କ୍ଷତିକାରକ ବୋଲି ସେ ଆଶଙ୍କାବ୍ୟକ୍ତ କରିଥିଲେ।

Hot this week

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

Related Articles

Popular Categories