www.samajalive.in
Tuesday, December 9, 2025
15.1 C
Bhubaneswar

ମନୁଷ୍ୟର ଉନ୍ନତି ପାଇଁ ଗୀତାରେ ଉଲ୍ଲେଖ ଅମୂଲ୍ୟ ବାର୍ତ୍ତା

ହିନ୍ଦୁ ମାନଙ୍କ ପବିତ୍ର ଗ୍ରନ୍ଥ ଶ୍ରୀମଦଭଗବତଗୀତା ଅନ୍ୟତମ। ଏହି ପବିତ୍ର ଗ୍ରନ୍ଥରେ ମନୁଷ୍ୟ ପାଇଁ ଅନେକ ଉପଦେଶ ଉଲ୍ଲେଖ କରାଯାଇଛି। ଏଥିରେ ଜୀବନର ଅନେକ ସମସ୍ୟାର ସମାଧାନ ପାଇଁ ମୂଲ୍ୟବାନ ବାର୍ତ୍ତା କୁହାଯାଇଛି। ଆସନ୍ତୁ ଜାଣିବା ତାହା କ’ଣ ..

ଗୀତାରେ ସବୁଠାରୁ ମହତ୍ତ୍ବପୂର୍ଣ୍ଣ ଶ୍ଲୋକ ହେଉଛି , କର୍ମ କର ଫଳ ଆଶା କରନାହିଁ। କିନ୍ତୁ ଆଜିର ସମସ୍ତ ବ୍ୟକ୍ତି କିଛି କର୍ମ କରିବା ପୂର୍ବରୁ ତାର ଫଳ ବିଷୟରେ ଚିନ୍ତା କରୁଛନ୍ତି। ଯଦି ଆପଣ କର୍ମ କରିବେ ନାହିଁ ତେବେ ଫଳ ଆଶାନୁରୂପେ ମିଳିବ ନାହିଁ।

- Advertisement -

କେବେ ବି ମନରେ କୌଣସି ସନ୍ଦେହ ରଖନ୍ତୁ ନାହିଁ। ଗୀତାରେ ଉଲ୍ଲେଖ ରହିଛି ଯେ, ଯେଉଁ ବ୍ୟକ୍ତି ସନ୍ଦେହ କରନ୍ତି ସେମାନେ ପ୍ରସନ୍ନ ରହି ପାରନ୍ତି ନାହିଁ। ତେଣୁ ଏହି ଗୁଣ ଠାରୁ ଦୂରେଇ ରହିବା ଉଚିତ।

ଆଜିର ସମାଜରେ କ୍ରୋଧ ସମସ୍ତଙ୍କୁ ଆସିଥାଏ। ମନୁଷ୍ୟ ପାଇଁ କ୍ରୋଧ ହେଉଛି ତାର ବଡ ଶତ୍ରୁ। କିନ୍ତୁ ଗୀତାରେ କୁହାଯାଇଛି ଯେ, କ୍ରୋଧ ମନୁଷ୍ୟର ବୁଦ୍ଧିକୁ ନଷ୍ଟ କରି ଦିଏ। ଏହାଦ୍ବାରା ମନୁଷ୍ୟ ବିନାଶ ମୁଖକୁ ଅଗ୍ରସର ହୋଇଥାଏ।

ସର୍ବଦା ନିଜ ମନକୁ ନିୟନ୍ତ୍ରଣ ରଖିବାକୁ କୁହାଯାଇଛି। ଗୀତାରେ କୁହାଯାଇଛି ଯେ, ଯେଉଁମାନେ ମନକୁ ନିୟନ୍ତ୍ରଣ ରଖି ପାରନ୍ତି ନାହିଁ ସେମାନଙ୍କ ମନ ସର୍ବଦା ଶତ୍ରୁ ପରି କାର୍ଯ୍ୟ କରିଥାଏ। ଏହାଦ୍ବାରା ମନୁଷ୍ୟର ଖରାପ ହୋଇଥାଏ। ତେଣୁ ସର୍ବଦା ନିଜ ମନକୁ ନିୟନ୍ତ୍ରଣ ରଖନ୍ତୁ।

ବ୍ୟକ୍ତି  ସର୍ବଦା ଏପରି କାର୍ଯ୍ୟ କରିବା ଉଚିତ ଯେଉଁଥିରେ ଆନନ୍ଦ ପ୍ରାପ୍ତି ହୋଇଥାଏ। କିନ୍ତୁ କେବେ ବି କାହାକୁ କଷ୍ଟ ହେବା ପରି କାର୍ଯ୍ୟ କରିବା ଅନୁଚିତ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories