ଯାଜପୁରର ପୂର୍ବତନ ସିଡିଏମ୍ଓଙ୍କୁ ଛୁରାମାଡ, ଭଦ୍ରକସ୍ଥିତ ଘରେ ଛୁରା ଭୁଷିଛନ୍ତି ଦୁର୍ବୃତ୍ତ
ଭୁବନେଶ୍ୱର- ଯାଜପୁରର ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଛୁରାମାଡ କରାଯାଇଛି । ଭଦ୍ରକ ସହରରେ ଥିବା ତାଙ୍କ ଘରେ ଦୁର୍ବୃତ୍ତମାନେ ଛୁରାମାଡ କରିଛନ୍ତି । ଚୋରୀ ଘଟଣାକୁ ନେଇ ଏହି ଛୁରାମାଡ କରାଯାଇଥିବା ସନ୍ଦେହ କରାଯାଉଛି ।
ଡାକ୍ତର ରଘୁନାଥ ପାଢୀ ଅବସର ପରେ ଭଦ୍ରକରେ ରହୁଥିଲେ । ଗୁରୁବାର ବିଳମ୍ବିତ ରାତିରେ ତାଙ୍କୁ ଆକ୍ରମଣ କରାଯାଇଛି। ତାଙ୍କ ଶରୀରର ୭ରୁ ଅଧିକ ସ୍ଥାନରେ ଛୁରାଘାତର ଚିହ୍ନ ରହିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।
Comments are closed.