ପଲିଥିନି ବନ୍ଦ ପରେ, ଆଖଣ୍ଡଳମଣିଙ୍କୁ ପତ୍ରଠୋଲିରେ ଲାଗି ହେଲା ଭୋଗ

ଆରଡି: ସାରା ଭାରତରେ ପଲିଥିନ ମୁକ୍ତ କରିବା ପାଇଁ ସରକାରଙ୍କ ପକ୍ଷରୁ ନାରା ଦିଆଯିବା ସହ ବିଭିନ୍ନ ଉପାୟରେ ଜନସାଧାରଣଙ୍କୁ ସଚେତନତା କରାଯାଉଛି। ବିଶେଷକରି ଦେଶରେ ଥିବା ପ୍ରମୁଖ ସହର ସମେତ ବିଭିନ୍ନ ପର୍ୟ୍ୟଟନସ୍ଥଳରେ ଯେପରି ପଲିଥିନ ମୁକ୍ତ କରାଯିବ ସେଥିପାଇଁ ଗତ ୨୦୧୦ମସିହା ଅକ୍ଟୋବର ୨ରୁ ଏହି ଅଭିଯାନ ଶୁଭାରମ୍ଭ ହୋଇଛି। ଏପରିକି ରାଜ୍ୟର ପ୍ରମୁଖ ପର୍ୟ୍ୟଟନସ୍ଥଳ ଭାବେ ମାନ୍ୟତା ପାଇଥିବା ପ୍ରସିଦ୍ଧ ଶୈବକ୍ଷେତ୍ର ଆଖଣ୍ଡଳମଣିଙ୍କ ପୀଠରେ ପଲିଥିନ ମୁକ୍ତ କରିବା ସହ ବାବା ଆଖଣ୍ଡଳମଣିଙ୍କ ପୂଜାର୍ଚ୍ଚନା ଜିନିଷ ଓ ଭୋଗ ଯେପରି ଭାବେ ପଲିଥିନିରେ ନଯିବ ସେଥିପାଇଁ ଭଦ୍ରକ ଜିଲାପ୍ରଶାସନ ଓ ପୁଲିସ ପକ୍ଷରୁ ପୀଠରେ ସଚେତନତା କରାଯିବା ସହିତ ସର୍ବସାଧାରଣଙ୍କ ଉଦ୍ୟେଶରେ ନଟକା ଜାରି କରାଯାଇଛି। ଯାହାକୁ ନେଇ ସୋମବାର ଠାରୁ ପୀଠରେ ପଲିଥିନ ନିଷିଧ କରାଯିବା ସହିତ ପୂର୍ବପରି ଭୋଗ ଦୋକାନ ଗୁଡିକରେ ପତ୍ର ଠୋଲିରେ ଭୋଗ ଦିଆଯାଉଥିବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ମନ୍ଦିର ପ୍ରଶାସନ ଓ ପୁଲିସ ପକ୍ଷରୁ ସାଧୁବାଦ ଜଣାଯାଇଛି। ଅନ୍ୟପଟେ ପୀଠରେ ପରିମଳର ସୁଧାର ଆଣିବା ପାଇଁ ଧାମାରା ପୋର୍ଟ ଆଦାନୀ ପକ୍ଷରୁ ପ୍ରଦାନ କରାଯାଇଥିବା ଡଷ୍ଟବିନ ବ୍ୟବହାର କରିବା ପାଇଁ ଗତ ୨ଦିନ ହେଲା ଜନସାଧାରଣମାନଙ୍କୁ ସଚେତନତା କରାଯାଉଥିବା ଆରଡି ଫାଣ୍ଡିାଧିକାରୀ ପ୍ରଦୀପ ନାୟକ ପ୍ରକାଶ କରିଛନ୍ତି।

Comments are closed.