www.samajalive.in
Tuesday, December 9, 2025
15.1 C
Bhubaneswar

ବେଦାନ୍ତ ଫେକର କମ୍ପାନୀରେ ଉତ୍ତେଜନା; ୧୪୪ ଧାରା ଜାରି

ଭଦ୍ରକ: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ରାନ୍ଦିଆଠାରେ ଥିବା ବେଦାନ୍ତ ଫେକର କମ୍ପାନୀରେ ଦେଖାଦେଇଛି ଶ୍ରମିକ ଅଶାନ୍ତି ଓ ଉତ୍ତେଜନା। ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ବୁଧବାରଠାରୁ କମ୍ପାନୀ ଫାଟକରୁ ୨୦୦ ମିଟର ପରିଧିରେ ୧୪୪ ଧାରା ଜାରି କରାଯାଇଛି।

ସୂଚନା ଅନୁସାରେ, ୧୫ ଦିନ ପୂର୍ବରୁ ଫରନେସରୁ ଅଗ୍ନି ସଂଯୋଗ ହୋଇ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା। ମଙ୍ଗଳବାର ଦୁଇ ଜଣ କର୍ମଚାରୀ ଅନୁରୂପ ଭାବେ ନିଆଁରେ ପୋଡିଯାଇ ଗୁରୁତର ଅବସ୍ଥାରେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହାକୁ ନେଇ ଫେକରରେ ଶ୍ରମିକ ଅଶାନ୍ତି ଓ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ପରିସ୍ଥିତିକୁ ନଜରରେ ରଖି ଜିଲା ପ୍ରଶାସନ ପକ୍ଷରୁ କମ୍ପାନୀ ଫାଟକରୁ ୨୦୦ ମିଟର ପରିଧିରେ ଆଜିଠାରୁ ୧୪୪ ଧାରା ଜାରି କରାଯାଇଛି। ଏହା ଆସନ୍ତା ୧୪ ତାରିଖ ସକାଳ ୬ ଟା ପର୍ଯ୍ୟନ୍ତ ବଳଵତ୍ତର ରହିବ। ସେହିପରି ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲା ପୁଲିସ ପକ୍ଷରୁ ୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଭଦ୍ରକ ଏସପି ଦାୟିତ୍ୱରେ ଥିବା ବାଲେଶ୍ୱର ଏସପି ସାଗରିକା ନାଥ ଭଦ୍ରକରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories