www.samajalive.in
Monday, December 15, 2025
16.1 C
Bhubaneswar

ପବିତ୍ର ଅଳାଁନବମୀ, ଆଖଣ୍ଡଳମଣିଙ୍କ ପୀଠରେ ଭାଗବତ ସପ୍ତାହ ଆରମ୍ଭ

ଆରଡି: ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପ୍ରଚଳିତ ବିରଜା ପଞ୍ଜିକା ଅନୁଯାୟୀ ପବିତ୍ର ଅଳାଁନବମୀ ତଥା ବୁଧବାର ଠାରୁ ରାହାସ ପୂର୍ଣ୍ଣିମା ପର୍ୟ୍ୟନ୍ତ ୭ଦିନ ବ୍ୟାପି ଭାଗବତ ସପ୍ତାହ ଆରମ୍ଭ ହୋଇଅଛି। ଏହି ଅବସରରେ ମନ୍ଦିରରେ ନୀତିନୀର୍ଘଣ୍ଟ ଅନୁଯାୟୀ ବୁଧବାର ଭୋର ୪ଟାରେ ଦ୍ୱାରଫିଟା, ମଙ୍ଗଳଆଳତୀ, ମହାସ୍ନାନ, ଘର୍ଷଣଲାଗି ଆଦି ଅନୁଷ୍ଠିତ ହେଉଥିବା ବେଳେ ଅନ୍ୟପଟେ ସହସ୍ରାଧିକ ହଭିଷାଳୀ ଭକ୍ତ ମଣିବାବାଙ୍କ ଶିବଗଙ୍ଗା ପୁଷ୍କରିଣୀରେ ବୁଡ ପକାଇବା ସହ ମଣିବାବାଙ୍କ ମନ୍ଦିର ପରିକ୍ରମା କରିଥିଲେ। ପରେ ହଭିଷାଳୀଭକ୍ତ ଚଉଁରାମୂଳେ ଦୀପ ଜଳାଇ କାର୍ତ୍ତିକ ମହାତ୍ମ ପଠନ କରିଥିଲେ। ଏପରିକି ହଭିଷାଳିଭକ୍ତମାନଙ୍କ ହରିବୋଲ ହୁଳହୁଳି ଓ ଭଜନ କିର୍ତ୍ତିନରେ ପ୍ରକମ୍ପିତ ହୋଇ ଉଠିଥିଲା ମନ୍ଦିର ବେଢା। ସେହିପରି ଏକାଦଶୀ ତିଥିରେ ପଞ୍ଚକ ବ୍ରତ ଆରମ୍ଭ ହେଉଥିବାରୁ ମଣିବାବା ଶ୍ରଦ୍ଧାଳୁମାନଙ୍କୁ ପରମ୍ପରା ଅନୁଯାୟୀ ପଞ୍ଚାନନ ବେଶରେ ଦର୍ଶନ ଦେବେ। ସେଥିପାଇଁ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପ୍ରର୍ୟ୍ୟାୟରେ ପହଁଚିଛି। ତାହାସହ ରାହାସ ପୂର୍ଣ୍ଣିମା ଦିନ ପୀଠରେ ବୋଇତ ବନ୍ଦାଣ କରାଯିବା ସହିତ ମଣିବାବାଙ୍କ ନିକଟରେ ସ୍ୱତନ୍ତ୍ର ନୀତିକାନ୍ତି ସମେତ ମଣିବାବାଙ୍କର ହରଗୈାରୀ ବେଶ ଅନୁଷ୍ଠିତ ହେବ ବୋଲି ମନ୍ଦିରର ସେବାୟତଙ୍କ ପକ୍ଷରୁ ପ୍ରକାଶ ପାଇଛି। ତାହାସହ ବୁଧବାର ଠାରୁ ପୀଠରେ ଥିବା ଜଗନ୍ନାଥଙ୍କ ମନ୍ଦିର, ମାଉସୀମା ମନ୍ଦିର ସମେତ ବିଭିନ୍ନ ମଠବାଡି ଓ ମନ୍ଦିରରେ ଭାଗବତ ସପ୍ତାହ ଆରମ୍ଭ ହୋଇଅଛି।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories