www.samajalive.in
Sunday, December 14, 2025
19.1 C
Bhubaneswar

ଟଳିଲା ବାତ୍ୟା ଆଶଙ୍କା ,୨୪ ଘଣ୍ଟାମଧ୍ୟରେ ବାତ୍ୟାର ରୂପନେବ ଅବପାତ

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟାମଧ୍ୟରେ ବାତ୍ୟାର ରୂପନେବ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ। କିନ୍ତୁ ବାତ୍ୟା ନଜରରୁ ହଟିଛି ଓଡିଶା। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସନ୍ଧ୍ୟା ୫.୩୫ ରେ ଜାରି ବୁଲେଟିନରେ ଓଡିଶାର ନାଁ ନଥିବାରୁ ଏହା ଓଡିଶା ଉପକୂଳରେ ମାଡ କରିବ ନାହିଁ ବୋଲି ସୂଚନା ମିଳିଛି।  ଏହି ବାତ୍ୟା ଉତ୍ତର ଓ ଉତ୍ତର ପଶ୍ଚିମ ଦିଗକୁ ମୁହାଁଉଥିବା ସୂଚନା ଦେଇଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର। ବାତ୍ୟା ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଆଡକୁ ମୁହାଁଉଥିବା ସନ୍ଧ୍ୟା ବୁଲେଟିନ​‌ରେ ସୂଚନା ଦେଇଛି ପାଣିପାଗ ବିଭାଗ।

ଅବପାତର ରୂପନେଇଥିବା ଲଘୁଚାପ  କ୍ରମଶ ଘନିଭୂତ ହୋଇ ବାତ୍ୟା ଆଡକୁ ମୁହାଁଉଛି କିନ୍ତୁ ଏହା ଆଗାମୀ ୫ ଦିନ ଯାଏଁ ସ୍ଥଳ ଭାଗ ଛୁଇଁବ ନାହିଁ ବୋଲି ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର। ଏହି ବାତ୍ୟା ବର୍ତ୍ତମାନ ଘଣ୍ଟାପ୍ରତି ୫ରୁ ୬ କିମି ବେଗରେ ଗତି କରୁଛି। ଏଣୁ ଏହା ସ୍ଥଳଭାଗ ଛୁଇଁବାରେ ସମୟ ଲାଗିବ। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାଅନୁଯାୟୀ ବୁଧବାର ସକାଳ ୫.୩୦ ସୁଦ୍ଧା ଏହା ଅବପାତର ରୂପ ନେଇଛି। ଧିରେ ଧିରେ ଏହା ଘନିଭୂତ ହୋଇ ବତ୍ୟାର ରୂପନେବ। ଏହା ବର୍ତ୍ତମାନ ପାରଦୀପ ଠାରୁ ୮୧୦ କିଲୋମିଟର ଦୂରରେ ଥିବା ବେଳେ ପଶ୍ଚିମବଙ୍ଗର ସାଗର ଆଇଲ୍ୟାଣ୍ଡ ଠାରୁ ୯୨୦ ଏବଂ ବାଂଲାଦେଶର ଖେପୁପରା ଠାରୁ ୯୬୦ କିଲୋମିଟର ଦୂରରେ ରହିଛି। ବର୍ତ୍ତମାନ ସମୟରେ ଅବପାତ ଘଣ୍ଟାକୁ ୬ କି.ମି. ବେଗରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି। ଏହାର ପ୍ରଭାବରେ ୮ ତାରିଖରୁ ସମୁଦ୍ର ଅଶାନ୍ତ ରହିବ। ଏଣୁ ଏହି ସମୟରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବା ପାଇଁ ବାରଣ କରାଯାଇଛି। ଏହି ବାତ୍ୟାକୁ ନେଇ ଲୋକେ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories