www.samajalive.in
Sunday, December 14, 2025
16.1 C
Bhubaneswar

“ଦେବେନ୍ଦ୍ର ବିଶୋ”ଙ୍କୁ ଜନ୍ମଦିନର ଶୁଭେଚ୍ଛା

ସମାଜ ଲାଇଭ ବ୍ୟୁରୋ(ରାଜେସ ଚନ୍ଦ୍ର ବେହେରା) : ୱେଷ୍ଟଇଣ୍ଡିଜ୍ କ୍ରିକେଟ ଦଳର ଲେଗ୍ ସ୍ପିନର “ଦେବେନ୍ଦ୍ର ବିଶୋ” ବୁଧବାର ୩୪ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ବିଶୋଙ୍କୁ ତାଙ୍କ ଜନ୍ମଦିନ ଅବସରରେ ସାଥି କ୍ରିକେଟରମାନେ ଏବଂ ଆଇସିସି ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟିଛି।


ଦେବେନ୍ଦ୍ର ବିଶୋ ୧୯୮୫ ମସିହା ନଭେମ୍ବର ମାସ ୬ ତାରିଖରେ ନ୍ୟୁ ଆମଷ୍ଟରଡାମ ଗାଏନାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଉଚ୍ଚତା ୫ଫୁଟ୍ ୭ଇଞ୍ଚ୍। ସେ ୨୦୧୧ବିଶ୍ବକପରେ ୱେଷ୍ଟଇଣ୍ଡିଜ ପକ୍ଷରୁ ନିଜର ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଖେଳିଥିଲେ। ବିଶୋ ପ୍ରଥମ ମ୍ୟାଚ ଇଂଲଣ୍ଡ ବିପକ୍ଷରେ ୧୭ମାଚ୍ଚରେ ଖେଳିଥିଲେ। ଏହି ମ୍ୟଚରେ ଭଲ ପ୍ରଦର୍ଶନ ମଧ୍ୟ କରିଥିଲେ। ସେ ୧୦ଓଭର ବୋଲିଂ କରି ୩୪ରନ ଦେଇ ତିନୋଟି ୱିକେଟ ନେଇଥିଲେ। ସେହିଭଳି ସେ ପାକିସ୍ତାନ ବିପକ୍ଷରେ ୨୦୧୧ମସିହା ଏପ୍ରିଲ ୨୧ରେ ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ ଖେଳିଥିଲେ। ଏହି ମ୍ୟାଚରେ ୧୭ରନ ଦେଇ ୪ଟି ୱିକେଟ ନେଇଥିଲେ। ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ ବିଜୟ ହେବା ସହ ବିଶୋଙ୍କୁ ମ୍ୟାନ ଅଫ ଦି ମ୍ୟାଚ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ସମୁଦାୟ ୮୫ଟି ମ୍ୟାଚ ଖେଳିଛନ୍ତି। ଯେଉଁଥିରେ ୧୬୨ଟି ୱିକେଟ ନେଇଛନ୍ତି। ୨୦୧୧ମସିହାରେ ୨୭ଟି ମ୍ୟାଚ ଖେଳି ୬୫ଟି ୱିକେଟ ନେଇଥିବାରୁ ସେ ଆଇସିସି ଏମରଜିଙ୍ଗ ପ୍ଲେୟାର ଅଫ ଦି ଇୟର ହୋଇଥିଲେ।

- Advertisement -

ବିଶୋ ୩୬ଟି ଟେଷ୍ଟ, ୪୦ଟି ଏକଦିବସୀୟ, ୯୧ଟି ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଛନ୍ତି। ୩୬ଟି ଟେଷ୍ଟ ମ୍ୟାଚ ଖେଳି ୧୧୭ଟି ୱିକେଟ ନିଜ ନାମରେ କରିଛନ୍ତି। ସେହିଭଳି ୪୦ଟି ଏକଦିବସୀୟ ମ୍ୟାଚରେ ୩୮, ୯୧ଟି ପ୍ରଥମ ଶ୍ରେଣୀ କ୍ରିକଟରେ ୩୬୬ଟି ୱିକେଟ ନେଇଛନ୍ତି। ତାଙ୍କ ନାମରେ ୪ଥର ୦୫ଟି ଲେଖାଏ ୱିକେଟ ଏବଂ ଥରେ ଟେଷ୍ଟରେ ୧୦ଟି ୱେିକେଟ ନେବାର ରେକର୍ଡ ରହିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories