www.samajalive.in
Monday, December 15, 2025
15.1 C
Bhubaneswar

ପ୍ରାକୃତିକ ଜଳ ଉତ୍ସ ରହିଲେ ମାନବ ସଭ୍ୟତା ବଞ୍ଚିବ

ଭବାନିପାଟଣା: ଜଳର ଅନ୍ୟ ନାମ ଜୀବନ। ଜଳ ବିନା ଜୀବନ ଦୁର୍ବିସହ। ଦିନକୁ ଦିନ ଖଣି ଖନନ ପାଇଁ ଜଳ ଉତ୍ସ ଶୁସ୍କ ହେବାରେ ଲାଗିଛି। ଗଭୀର ନଳକୁପ ପାଇଁ ଭୁତଳ ଜଳସ୍ତର ନିମ୍ନଗାମୀ ହେବାରେ ଲାଗିଛି। ନଷ୍ଟ ହେଉଛି ଜଙ୍ଗଲର ସବୁଜିମା। ସୃଷ୍ଟି ହେଉଛି କଂକ୍ରିଟ ଜଙ୍ଗଲ। ଯାହା ଆଗାମୀ ଦିନରେ ମାନବ ସଭ୍ୟତା ପ୍ରତି ବିପଦ ସୃଷ୍ଟି କରୁଛି। ଏମିତି ରିତିମତ ଖଣି ଖନନ ଯୋଗୁଁ ଅନେକ ପ୍ରାକୃତିକ ଜଳ ଉତ୍ସ ଝରଣା ସବୁ ଶୁଖି ମୃତ୍ୟୁ ବରଣ କରି ସାରିଲାଣି। ପୁଣି ଯଦି ବିକାଶ ନାଁରେ ଖଣିଖନନ ଓ ପ୍ରକୃତିକ ଜଙ୍ଗଲକୁ ନଷ୍ଟ କରି ଏମିତି ବିନାଶ କରାଯାଏ, ତେବେ ମାନବ ସଭ୍ୟତା ପ୍ରତି ବିପଦ ସୃଷ୍ଟି ହେବ। ପ୍ରାକୃତିକ ଜଲ ୁତ୍ସ ବଂଚିଲେ ଯାଇ ମାନବ ସଭ୍ୟତା ବଂଚିବ ବୋଲି ଲୋକଶକ୍ତି ଅଭିଯାନର ଅଧ୍ୟକ୍ଷ ତଥା ଗ୍ରୀନ ନୋବେଲ ବିଜେତା ପ୍ରଫୁଲ୍ଲ୍‌‌ କୁମାର ସାମନ୍ତରା କଳାହାଣ୍ଡି ର ଇନ୍ଦ୍ରାବତୀ ଉଦ୍‌‌ଗମ ସ୍ଥଳ ଓ ନାଗାବଳୀ ଏବଂ କଳାହାଣ୍ଡି ଦେଇ ପ୍ରବାହିତ ଅନ୍ୟ ନଦୀ ର ପ୍ରାକୃତିକ ଜଳ ଉତ୍ସ ସବୁର ପରିଦର୍ଶନ କରି ମତବ୍ୟକ୍ତ କରିଥିଲେ।

ଲୋକ ଶକ୍ତି ଅଭିଯାନ ଏବଂ ଏନ.ଏ.ପି.ଏମ ଓଡ଼ିଶା ତରଫରୁ ଆରମ୍ଭ ହେଇଛି ନଦୀ ଓ ଜଳ ଉତ୍ସ ବଂଚାଅ ଅଭିଯାନ। ବୁଧବାର ଲୋକଶକ୍ତି ଅଭିଯାନର ଅଧ୍ୟକ୍ଷ ଶ୍ରୀ ସାମନ୍ତରାଙ୍କ ସମେତ ପ୍ରକୃତି ଗବେଷିକା ଡାକ୍ତର ବ୍ରତନ୍ଦୀ ଜେନା, ନିୟମଗିରୀ ଆନ୍ଦୋଳନର ନେତା ଲିଙ୍ଗରାଜ ଆଜାଦ ଏବଂ କର୍ଲାପାଟ ଓ ଖଣ୍ଡୁଆଳ ମାଳି ସୁରକ୍ଷାର ନେତା କାର୍ତିକ ମାଝୀ ପ୍ରମୁଖ ଏହି ଅଭିଯାନରେ ସାମିଲ ହେଇ ଥୁଆମୁଳ ରାମପୁର ଅଂଚଳର ବିଭିନ୍ନ ପ୍ରାକୃତିକ ଜଳ ଉତ୍ସ ସବୁ ପରିଦର୍ଶନ କରି ଜଳ ଉତ୍ସ ସବୁ ଶୁଖିଯାଉଥିବାରୁ ଚିନ୍ତା ପ୍ରକଟ କରିବା ସହ ତାର ସୁରକ୍ଷା ନେଇ ଆଲୋଚନା କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories