www.samajalive.in
Sunday, December 14, 2025
26.1 C
Bhubaneswar

ଷ୍ଟେଟ ବ୍ୟାଙ୍କ ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲ ଶିବିର ଆୟୋଜିତ

ଭୁବନେଶ୍ୱର-  ଭାରତୀୟ ଷ୍ଟେଟ ବ୍ୟାଙ୍କ ଭୁବନେଶ୍ବର ମୁଖ୍ୟ ଶାଖା ଠାରେ ତା ୧୬/୧୧/୨୦୨୨ ଦିନ ପେନସନ ଓ ପେନସନଭୋଗୀ କଲ୍ୟାଣ ବିଭାଗ ତଥା ଷ୍ଟେଟ ବ୍ୟାଙ୍କ ସିପିପିସି ଭୁବନେଶ୍ବର ଶାଖାର ମିଳିତ ଆନୁକୁଲ୍ୟରେ ଜୀବନ ପ୍ରମାଣ ଆପ୍ ରେ ମୁଖ ପ୍ରମାଣିକରଣ ପ୍ରଯୁକ୍ତି ଦ୍ଵାରା ଜୀବନ ପ୍ରମାଣପତ୍ର ଦାଖଲ ଶିବିର ଆୟୋଜିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଉପସଚିବ ଶ୍ରୀ ବିଶାଳ କୁମାର, ସହାୟକ ବିଭାଗୀୟ ଅଧିକାରୀ ଶ୍ରୀ ଅଂଶୁଳ ଶର୍ମା ଓ ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ ଉପନିର୍ଦେଶକ ଶ୍ରୀ ଚୈତନ୍ୟ ରେଡ୍ଡିଙ୍କ ସହିତ ଷ୍ଟେଟବ୍ୟାଙ୍କ ଡିଜିଟାଲ ବ୍ୟାଙ୍କିଙ୍ଗ ବିଭାଗର ଉପ ମହାପ୍ରବନ୍ଧକ ଶ୍ରୀ ଅମରେନ୍ଦ୍ର କୁମାର ଓ ଷ୍ଟେଟ ବ୍ୟାଙ୍କ ଭୁବନେଶ୍ବର ମଣ୍ଡଳର ଉପ ମହାପ୍ରବନ୍ଧକ ଶ୍ରୀ ସଞ୍ଜୟ କୁମାର ଝା ଉପସ୍ଥିତ ଥିଲେ । ଭାରତ ସରକାରଙ୍କ ତରଫରୁ ପେନସନଭୋଗୀ ମାନଙ୍କ ସୁବିଧା ପାଇଁ ଏହା ଏକ ନୂତନ ପଦକ୍ଷେପ । ଷ୍ଟେଟ ବ୍ୟାଙ୍କ ସିପିପିସି ର ସହାୟକ ମହାପ୍ରବନ୍ଧକ ଶ୍ରୀମତୀ ଅତନ୍ଦ୍ରିତା ମିଶ୍ର ଓ ଭୁବନେଶ୍ବର ମୁଖ୍ୟ ଶାଖା ପ୍ରବନ୍ଧକ ଶ୍ରୀ ମାନସ ରଞ୍ଜନ ଆଚାର‌୍ୟ୍ୟ ଏହି ଶିବିରରେ ଉପସ୍ଥିତ ରହି ଏହାର ସୁପରିଚାଳନା କରିଥିଲେ ।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories