www.samajalive.in
Saturday, December 6, 2025
23.1 C
Bhubaneswar

ଭୁବନେଶ୍ୱରରେ ଟାଟା ବ୍ରାଣ୍ଡର “ତାନେଇରା” ଶାଢୀ ସୋ’ ରୁମ୍‌ ଉଦ୍‌ଘାଟିତ

ଭୁବନେଶ୍ୱର – ଭୁବନେଶ୍ୱରରେ ଟାଟା ବ୍ରାଣ୍ଡର ଶାଢୀ ସୋ ରୁମ୍‌ “ତାନେଇରା”କୁ ଉଦ୍‌ଘାଟନ କରାଯାଇଛି । ଟାଇଟନ୍‌ କମ୍ପାନୀ ଲିମିଟେଡ୍‌ର ପରିଚାଳନା ନିର୍ଦେଶକ ସିକେ ଭେଙ୍କଟ ରମଣ, “ତାନେଇରା”ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମ୍ବୁଜ ନାରାୟଣ ଏହାକୁ ଉଦ୍‌ଘାଟନ କରିଥିଲେ । ଏହି ଅବସରେ  ଟାଇଟନ୍‌ର ଆଞ୍ଚଳିକ ବ୍ୟବସାୟିକ ମୁଖ୍ୟ ସୋମପ୍ରଭ ସିଂ,“ତାନେଇରା” ନ୍ୟାସନାଲ ରିଟେଲ୍‌ ମୁଖ୍ୟ ଆନିର୍ବାନ ବାନାର୍ଜୀ,  ସୋ ରୁମ୍‌ର ସ୍ୱତ୍ତ୍ୱାଧିକାରୀ ଯୋଗେନ୍ଦ୍ର ହଂସ ଉପସ୍ଥିତ ରହିଥିଲେ ।

ତାନେଇରାର ବ୍ରାଣ୍ଡ ଷ୍ଟୋର୍‌ରେ ଭାରତୀୟ ନାରୀଙ୍କ ପସନ୍ଦ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ଏଠାରେ ସମ୍ପୂର୍ଣ୍ଣ ପ୍ରାକୃତିକ ଉପାୟରେ ପ୍ରସ୍ତୁତ ରଙ୍ଗ ଏବଂ ତନ୍ତୁ ଦ୍ୱାରା ତିଆରି କରାଯାଇଥିବା ତଥା ୧୨ ସ୍ତରର ମାନଯାଞ୍ଚ ର ପୋଷାକ ଏବଂ ଶାଢୀ ଉପଲବ୍ଧ । ସବୁଠାରୁ ବଡ କଥା ହେଉଛି ଏଠାରେ ଗୋଟିଏ ଶାଢୀ କେବଳ ଜଣଙ୍କ ପାଇଁ ପ୍ରସ୍ତୁତ ହୋଇଥାଏ । ଏବେ ଦେଶରେ  ୩୨ଟି ସୋ ରୁମ୍‌ ରହିଛି । ଖୁବଶୀଘ୍ର ଓଡିଶାର ବ୍ରହ୍ମପୁର, ସମ୍ବଲପୁର,ରାଉଲକେଲା ରେ ଏହାର ସୋ ରୁମ୍‌ଖୋଲିବା ବା ପାଇଁ କମ୍ପାନୀ ଲକ୍ଷ୍ୟ ରଖିଥିବା ତାନେଇରା”ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମ୍ବୁଜ ନାରାୟଣ କହିଛନ୍ତି ।

- Advertisement -

ସେହିପରି ଆମର ପରମ୍ପରାରେ ଶାଢୀର ବିଶେଷ ମହତ୍ୱ ଥିବାରୁ ଟାଟା ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ସର୍ବଶ୍ରେଷ୍ଟ କ୍ୱାଲିଟିର ଶାଢି ତାନେଇରା”ରେ ଉପଲବ୍ଧ କରାଇବ ବୋଲି ଟାଇଟନ୍‌ କମ୍ପାନୀ ଲିମିଟେଡ୍‌ର ପରିଚାଳନା ନିର୍ଦେଶକ ସିକେ ଭେଙ୍କଟ ରମଣ ସୂଚନା ଦେଇଛନ୍ତି । ରାଜଧାନୀରେ ଟାଟା ବ୍ରାଣ୍ଡର ତାନେଇରା ଶାଢୀ ସୋରୁମ୍‌ରେ କାଞ୍ଚିବରମ, ବନାରସୀ, ସାଉଥ ସିଲ୍କ. ସମ୍ବଲପୁରୀ, ମଙ୍ଗଳଗିରି , ଚାନ୍ଦେରୀ ସହ ଅନ୍ୟ ପାରମ୍ପରିକ ଶାଢୀ ଉପଲବ୍ଧ ହେବ ବୋଲି ସୋରୁମ୍‌ର ସ୍ୱତ୍ୱାଧିକାରୀ ଯୋଗେନ୍ଦ୍ର ହଂସ କହିଛନ୍ତି ।

ଟାଟା ଗ୍ରୁପ୍‌ ଟାଇଟନ୍‌ କମ୍ପାନୀର ଏଥିନିକ୍‌ ଓ୍ୱିୟର ସୋ’ରୁମ୍‌ “ତାନେଇରା” ଏବେ ଭୁବନେଶ୍ୱରରେ । ଏହି ଷ୍ଟୋର୍‌ରେ ହସ୍ତତନ୍ତ ବା ହ୍ୟାଣ୍ଡଲୁମ୍‌ ଶାଢୀ, ବ୍ଲାଉଜ୍‌ ସହ ବିଭିନ୍ନ ପାରମ୍ପରିକ ପୋଷାକ ଉପଲବ୍ଧ । ବୁଣାକାରଙ୍କ ଦ୍ୱାରା ସ୍ୱତନ୍ତ୍ର ଭାବେ ଅରଗାନିକ୍‌ ବା ସମ୍ପୂର୍ଣ୍ଣ ପ୍ରାକୃତିକ ରଙ୍ଗ ତଥା ସୂତା ଏବଂ ରେଶମରେ ଏହି ଶାଢୀ ପ୍ରସ୍ତୁତ କରାଯାଇଛି । ସୋ ରୁମ୍‌ରେ ବିଶେଷତ୍ୱ ହେଉଛି ଏଠାରେ ଗୋଟିଏ ଶାଢୀ ଜଣଙ୍କ ପାଇଁ ପ୍ରସ୍ତୁତ କରାଯାଏ । ଏହାର ଦ୍ୱିତୀୟ କପି ବଜାରରେ ଉପଲବ୍ଧ ହେବନାହିଁ ବୋଲି ସୂଚନା ଦିଆଯାଇଛି ।

 

ବୁଣାକାରମାନଙ୍କୁ ଏହାର ଡିଜାଇନ୍‌ ଦିଆଯାଇ ଶାଢୀ ସହ ପାରମ୍ପରିକ ପୋଷାକକୁ ପ୍ରସ୍ତୁତ କରାଯାଏ । ଏହାପରେ ୧୨ଥର କ୍ୱାଲିଟି ଟେକ୍‌ ବା ମାନର ଯାଞ୍ଚ୍‌ କରାଯାଇଥାଏ । ଏହି ସୋ ରୁମ୍‌ରେ କାଂଜିଭରମ୍‌, ବନାରସୀ, ପୋଚାମପାଲ୍ଲୀ ଇକତ୍‌ ,ମଙ୍ଗଲଗିରି, ଚାନ୍ଦେରୀ, ମାହେଶ୍ୱରୀ ଟସର ସହ ବିଭିନ୍ନ ପାରମ୍ପରିକ ଓ ଅତି ସୁନ୍ଦର ଡିଜାଇନ୍‌ର ଶାଢୀ ଉପଲବ୍ଧ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories