www.samajalive.in
Tuesday, December 9, 2025
15.1 C
Bhubaneswar

ମାଓବାଦୀଙ୍କ ସହିଦ୍‍ ସପ୍ତାହ, କଳାହାଣ୍ଡି ପୁଲିସର ଜୋରଦାର କମ୍ବିଙ୍ଗ ଅପରେସନ୍‍ ଜାରି

ଭବାନୀପାଟଣା : ଗତ ୨୮ ତାରିଖରୁ ମାଓବାଦୀଙ୍କ ସହିଦ୍‍ ସପ୍ତାହ ପାଳନ କରାଯାଉଥିବାରୁ କଳାହାଣ୍ଡି ଜିଲାର ମାଓପ୍ରବଣ ଅଞ୍ଚଳ ଓ ଜିଲାର ସିମାନ୍ତ ଅଞ୍ଚଳରେ କଳାହାଣ୍ଡି ପୁଲିସ ପକ୍ଷରୁ ମାଓ ପ୍ରବଣ ଅଞ୍ଚଳରେ କମ୍ବିଙ୍ଗ ଅପରେସନ୍‍ ଜାରି ରହିଛି ବୋଲି କଳାହାଣ୍ଡି ଏସ୍‍ପି ବାତୁଲା ଗଙ୍ଗାଧର ପ୍ରକାଶ କରିଛନ୍ତି । ଜୁଲାଇ ୨୮ ତାରିଖରୁ ସପ୍ତାହବ୍ୟାପି ମାଓବାଦୀଙ୍କ ସହିଦ୍‍ ସପ୍ତାହ ପାଳନ କରାଯାଇଛି । କଳାହାଣ୍ଡି ଜିଲାର ବିଭିନ୍ନ ମାଓପ୍ରବଣ ଅଞ୍ଚଳରେ କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତି ସୃଷ୍ଟି ନ ହେବ ସେଥିପାଇଁ କଳାହାଣ୍ଡି ଏସ୍‍ପି ବାତୁଲା ଗଙ୍ଗାଧରଙ୍କ ନେତୃତ୍ୱରେ ସିଆରପିଏଫ୍‍, କୋବ୍ରା ବାଟାଲିୟନ୍‍, ଏସ୍‍ଓଜି, ଡିଭିଏଫ୍‍ ଏବଂ କଳାହାଣ୍ଡି ପୁଲିସ ପକ୍ଷରୁ ଜୋରଦାର କମ୍ଭିଙ୍ଗ ଅପରେସନ୍‍ କରାଯିବା ସହିତ ଜିଲାର ସବୁ ସିମାନ୍ତକୁ ପୁଲିସ ସିଲ କରି ଜିଲାଭିତରକୁ ଆସୁଥିବା ସମସ୍ତ ଯାନବାହାନ ଓ ଲୋକମାନଙ୍କୁ କଡା ଯାଞ୍ଚ କରୁଛି। ଏହା ସହିତ ଜିଲ୍ଲାର ସମସ୍ତ ପୁଲିସ ଷ୍ଟେସନ୍‍ ଓ ସିଏପିଏଫ୍‍ କ୍ୟାମ୍ପରେ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ବୋଲି ବି. ଗଙ୍ଗାଧର ପ୍ରକାଶ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories