ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରେ ନବାଗତ ଅଧ୍ୟାପକ ଓ ଅଧ୍ୟାପିକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ଗୋପାଳପୁର -ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ନବାଗତ ଅଧ୍ୟାପକ ଓ ଅଧ୍ୟାପିକା ଙ୍କୁ ପୁଷ୍ପଗୁଛ ଦେଇ ସ୍ବାଗତ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ବିଭାଗୀୟ ମୁଖ୍ୟ ଡ଼ଃ ବନ୍ଦିତା କୁମାରୀ ପଣ୍ଡା, ପ୍ରଫେସର ଡ଼ଃ ଗଣେଶ ସେଠୀ, ଆସୋସିଏଟ ପ୍ରଫେସର୍ ଡ଼ଃ ଜୟନ୍ତ କୁମାର ପଣ୍ଡା, ଆସୋସିଏଟ ପ୍ରଫେସର ଡ଼ଃ ନେହ୍ନା ପାଣ୍ଡେ,ଆସୋସିଏଟ ପ୍ରଫେସର ଡ଼ଃ ଚିନୁ ବହିଦାର,ଆସୋସିଏଟ ପ୍ରଫେସର ଅଗ୍ନି କୁମାର ବେହେରା,ଅତିଥି ଅଧ୍ୟାପକ ଡ଼ଃ ଜଗନ ମୋହନ ମହାପାତ୍ର,ସ୍ୱୟଂ ପ୍ରକାଶ ବେଦାନ୍ତ ପ୍ରମୁଖ ମଞ୍ଚାସିନ ଥିଲେ ।

ନବାଗତ ଅଧ୍ୟାପକ ଓ ଅଧ୍ୟାପିକାମାନେ ନିଜର ନିଜର ପରିଚୟ ପ୍ରଦାନ କରି ଛାତ୍ରଛାତ୍ରୀଙ୍କୁ ନିୟମିତ କ୍ଲାସ କରିବା,ଶୃଙ୍ଖଳିତ ହେବା ସହ ପାଠପଢ଼ା ପ୍ରତି ଧ୍ୟାନ ଦେବା,ଭଲ ମଣିଷ ଟିଏ ହେବାକୁ ପରାମର୍ଶ ଦେଇଥିଲେ। ସମ୍ବର୍ଦ୍ଧନା ପରେ ସାଂସ୍କୃତିକ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବରେ ସତ୍ୟ ନାରାୟଣ ନାୟକ ଏବଂ ରଶ୍ମିତା ଦଳାଇ ସଭା ପରିଚାଳନା କରିଥିବା ବେଳେ କେ.ଶିବାନୀ ଧନ୍ୟବାଦ ଅର୍ପଣ କରିଥିଲେ

Comments are closed.