ପୁରୁଣା ବ୍ରହ୍ମପୁର ପାଣ୍ଡବ ନଗରରେ ଗୋଷ୍ଠୀ ସଂଘର୍ଷ: ବୁଲିଲା ଖଣ୍ଡା ଓ କାତି, ହାଣିଦେଲେ ଜଣଙ୍କ ହାତ

ବ୍ରହ୍ମପୁର: ପୁରୁଣା ବ୍ରହ୍ମପୁର ପାଣ୍ଡବ ନଗରରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଜଣଙ୍କ ହାତ ହାଣି ଅଲଗା କରିଦେଛନ୍ତି ଗୋଟିଏ ଗୋଷ୍ଠୀ। ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ଯୋଗୁ ଏକାଧିକ ଲୋକ ଆହତ ହୋଇଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଉଭୟ ଗୋଷ୍ଠୀ ଖଣ୍ଡା ଓ କାତିରେ ପରସ୍ପରକୁ ଆକ୍ରମଣ କରିଥିଲେ।

prayash

ଗୋଟିଏ ଗୋଷ୍ଠୀର ଲୋକେ ଅନ୍ୟ ଏକ ଗୋଷ୍ଠୀ ବ୍ୟକ୍ତିଙ୍କ ହାତକୁ ହାଣି ଦେଇଥିଲେ। ଫଳରେ ହାତଟି ଶରୀରରୁ ଅଲଗା ହୋଇଯାଇଥିଲା। ଏହି ଗୋଷ୍ଠୀ ସଂଘର୍ଷରେ ଏକାଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ପୁରୁଣା ରାଗକୁ ନେଇ ଗଣ୍ଡଗୋଳର ସୂତ୍ରପାତ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଏହା ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ କିଛି ଲୋକଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଥିବା ସୂଚନା ମିଳିଛି।

Comments are closed.