www.samajalive.in
Monday, December 15, 2025
24.1 C
Bhubaneswar

ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଛାତ୍ର ଅଶାନ୍ତି, କୁଳପତିଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ

ଗୋପାଳପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଶୁକ୍ରବାର ମଧ୍ୟ ରାତିରେ ଛାତ୍ର ଅଶାନ୍ତି ଦେଖା ଦେବା ସହ ୩ ଶହରୁ ଉର୍ଦ୍ଧ୍ବ ହଷ୍ଟେଲ ଅନ୍ତେବାସୀମାନେ ରାତି ସାଢ଼େ ୧୨ ଟାରୁ ଭୋର ସାଢେ ୩ ଟା ପର୍ଯ୍ୟନ୍ତ କୁଳପତିଙ୍କ ବାସଭବନ ସମ୍ମୁଖରେ ଧାରଣାରେ ବସି ରହିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଖବର ପାଇ ପିଜି କାଉନସିଲ ଅଧ୍ୟକ୍ଷଙ୍କ ସମେତ ହଷ୍ଟେଲ ସୁପରିଟେଣ୍ଡେଣ୍ଟ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଛାତ୍ରଙ୍କୁ ବୁଝାସୁଝା କରିବା ସହ ତୁରନ୍ତ ସେମାନଙ୍କ ଦାବି ପୂରଣ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଛାତ୍ରମାନେ ହଷ୍ଟେଲକୁ ଫେରିଥିଲେ।

ଅଭିଯୋଗ ଅନୁଯାୟୀ ବାଳକ ହଷ୍ଟେଲ ତଥା ନାଗାବଳୀରେ ରହୁଥିବା ଇତିହାସ ବିଭାଗର ୨ୟ ବର୍ଷ ଛାତ୍ର ଆଲୋକ ନାୟକଙ୍କ ଅଚାନକ ରାତି ୧୧ ଟା ବେଳେ ପେଟ ବ୍ୟଥା ହେବାରୁ ଅନ୍ୟ ସାଙ୍ଗମାନେ ହଷ୍ଟେଲ ସୁପରିଟେଣ୍ଡେଣ୍ଟ ପ୍ରଫେସର ସୁଧାକର ପାତ୍ରଙ୍କୁ ଫୋନ କରିଥିଲେ। କିନ୍ତୁ ପ୍ରଫେସର ପାତ୍ର ଫୋନ ଉଠାଇ ନଥିଲେ। ଛାତ୍ର ମାନେ ବିଶ୍ବବିଦ୍ୟାଳୟ ଆମ୍ବୁଲାନ୍ସ ଡ଼୍ରାଇଭରକୁ ଫୋନ କରିଥିବା ବେଳେ ଡ୍ରାଇଭର ଜଣଙ୍କ ଆମ୍ବୁଲାନ୍ସ ଚଲାଉନଥିବା ସୂଚନା ଦେବା ସହ ନୂଆ ଡ଼୍ରାଇଭରକୁ ଫୋନ କରିବାକୁ କହିଥିଲେ। ଶେଷରେ ଛାତ୍ରମାନେ ହଷ୍ଟେଲ ପରିସରରେ ଥିବା ଜଣେ ଛାତ୍ରଙ୍କ ମୋଟରସାଇକେଲରେ ରାତି ୧ ଟା ବେଳେ ବ୍ରହ୍ମପୁର ବଡ ମେଡିକାଲରେ ପହଞ୍ଚି ଚିକିତ୍ସିତ କରାଇବା ସହ ଭୋର ୪ଟା ବେଳେ ହଷ୍ଟେଲ ଫେରିଥିବା ଜଣାପଡିଛି। ଅନ୍ୟ ପଟେ ଏହି ଘଟଣା ନେଇ କ୍ୟାମ୍ପସ ପରିସରରେ ଥିବା ରଷିକୂଲ୍ୟା, ବଂଶଧାରା, ବାହୁଡ଼ା ଓ ନାଗାବଳୀ ହଷ୍ଟେଲରେ ରହୁଥିବା ପ୍ରାୟ ୩୦୦ରୁ ଉର୍ଦ୍ଧ୍ବ ଛାତ୍ର ମାନେ ଏହାର ପ୍ରତିବାଦରେ ରାତି ସାଢ଼େ ୧୨ ଟାରେ କ୍ୟାମ୍ପସ ପରିସରରେ ଥିବା କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ବାସଭବନ ସମ୍ମୁଖରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହା ନେଇ ଛାତ୍ରମାନଙ୍କ ସହ ଆଲୋଚନା ବେଳେ ସେମାନେ ପ୍ରକାଶ କରିଥିଲେ। ଗତବର୍ଷ ହଷ୍ଟେଲ ଛାତ୍ରମାନଙ୍କ ପକ୍ଷରୁ ବିଶ୍ବବିଦ୍ୟାଳୟ କର୍ତ୍ତୁପକ୍ଷଙ୍କୁ ୧୨ ଦଫା ଦାବି ପ୍ରଦାନ କରାଯାଇଥିଲା। ଏହା ମଧ୍ୟରୁ କେତେକ ଦାବି ପୂରଣ ହୋଇଥିବା ବେଳେ ଆଜିଯାଏଁ ହଷ୍ଟେଲକୁ ସଂଯୋଗ କରୁଥିବା ରାସ୍ତା ଖାଲଖମା ହୋଇ ରହିଥିଲେ ମଧ୍ୟ ଏହାର ମରାମତି କରାଯାଇ ନାହିଁ ଯାହା ଫଳରେ ଅନେକ ସମୟରେ ଛାତ୍ରମାନେ ରାସ୍ତା ରେ‌ ପଡ଼ି ଖଣ୍ଡିଆ ଖାବରା ହେଉଥିବା ଅଭିଯୋଗ କରିଛନ୍ତି।

- Advertisement -

ଏହା ସହ ହଷ୍ଟେଲ ରାସ୍ତାରେ ଉଜ୍ଜ୍ବଳ ଆଲୋକ ବ୍ୟବସ୍ଥା ନଥିବା, ହଷ୍ଟେଲ ପରିସରରେ ରୀତିମତ ସଫେଇ ହେଉ ନଥିବାରୁ ଅପରିଷ୍କାର ପରିବେଶ ରହିବା ସହ ଲଟାବୁଦା ମାଡ଼ି ଯାଇଥିବାରୁ ହଷ୍ଟେଲ କୋଠା ମଧ୍ୟକୁ ସାପ ପସି ଯାଉଥିବା ଜଣାଇଛନ୍ତି। ହଷ୍ଟେଲ ପରିସରରେ କମନରୁମର ଅଭାବ ସହ ବ୍ୟାୟାମଶାଳା ର ଉପକରଣ ଗୁଡ଼ିକ ନଷ୍ଟ ହୋଇ ଯାଇଥିବାରୁ ବ୍ୟବହାର କରି ନପାରିବା, ସ୍ବଛ ଜଳର ବ୍ୟବସ୍ଥା ନଥିବା, ହଷ୍ଟେଲ ରେ ନାମଲେଖା ସମୟରେ ମେଡିକାଲ ବ୍ୟବସ୍ଥା ପାଇଁ ପ୍ରତି ଛାତ୍ରଙ୍କ ଠାରୁ ଟଙ୍କା ଆଦାୟ କରାଯାଉଥିବା ସତ୍ତ୍ୱେ ଜରୁରୀ ପରିସ୍ଥିତିରେ ଡାକ୍ତରୀ ଚିକିତ୍ସା କିମ୍ବା ଔଷଧ ନପାଇବା ନେଇ ଛାତ୍ର ମାନେ ଅଭିଯୋଗ କରିଛନ୍ତି। ରାତି ପ୍ରାୟ ୩ ଟା ବେଳେ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ ଓ ସୁପରିଟେଣ୍ଡେଣ୍ଟ ପ୍ରଫେସର ସୁଧାକର ପାତ୍ର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ପ୍ରତିଶ୍ରୁତି ଦେବା ପରେ ବିକ୍ଷୋଭ ପ୍ରଦର୍ଶନରୁ ଛାତ୍ରମାନେ ଓହରିଥିଲେ।

ଅନ୍ୟପଟେ ଗତକାଲିର ଘଟଣା ନେଇ ବିଶ୍ବବିଦ୍ୟାଳୟ ରେସିଡେଣ୍ଟ କମିଟି ସମେତ ଶୃଙ୍ଖଳା କମିଟିର‌ ବୈଠକ ଭାରପ୍ରାପ୍ତ କୁଳପତି ପ୍ରଫେସର ସୁକାନ୍ତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବା ସହ ଗତକାଲିର ରାତିର ଛାତ୍ରଙ୍କ ପକ୍ଷରୁ ସଂଗଠିତ ଧାରଣା ବିକ୍ଷୋଭ ନେଇ ଆଲୋଚନା କରାଯିବା ସହ ଛାତ୍ର ମାନଙ୍କ ପକ୍ଷରୁ କରାଯାଇଥିବା ବିଭିନ୍ନ ଦାବି ନେଇ ମଧ୍ୟ ଆଲୋଚନା କରାଯାଇଥିଲା। ହଷ୍ଟେଲ ରାସ୍ତାରେ ଉଜ୍ଜ୍ବଳ ଆଲୋକ ବ୍ୟବସ୍ଥାକୁ ତୁରନ୍ତ କରିବା,ଖରାପ ରାସ୍ତାର ନିର୍ମାଣ ପ୍ରତି ଧ୍ୟାନ ଦେବା, ହଷ୍ଟେଲ ପରିସରକୁ ସଫେଇ କରାଯିବା ସହ ଅନ୍ତେବାସୀମାନଙ୍କୁ ନିଜ ନିଜର ହଷ୍ଟେଲ ପରିବେଶକୁ ସଫା ରଖିବା ସହ ଅଳିଆ ଆବର୍ଜ୍ଜନାକୁ ସଠିକ ସ୍ଥାନରେ ଫୋପାଡିବା ପାଇଁ ସଚେତନତା କରାଇବା ସହ ଗତକାଲି ଘଟଣାରେ ହଷ୍ଟେଲରେ ରହୁନଥିବା କେତେକ ବିଦ୍ୟାର୍ଥୀ ହଷ୍ଟେଲ ପରିସରରେ ପହଞ୍ଚି ରାତି ଅଧରେ ହଷ୍ଟେଲରୁ ବାହାରି କୁଳପତିଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଉସକେଇ ଥିବାର ଜଣା ପଡ଼ିଥିବା ବେଳେ ଏହା ନେଇ ସିସିଟିଭି ଫୁଟେଜ ଯାଞ୍ଚ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କମିଟିରେ ସ୍ଥିର ହୋଇଛି ବୋଲି ନାଗାବଳୀ ହଷ୍ଟେଲ ସୁପରିଟେଣ୍ଡେଣ୍ଟ ଜୟନ୍ତ ପଣ୍ଡା ପ୍ରକାଶ କରିଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories