Patra electronics

ବ୍ରହ୍ମପୁରରେ ଘରୋଇ ବସ୍ ଚଳାଚଳ ବନ୍ଦ

ବ୍ରହ୍ମପୁର : ବସଷ୍ଟାଣ୍ଡ ସ୍ଥାନାନ୍ତରକୁ ଘରୋଇ ବସ ମାଲିକ ସଙ୍ଘର ବିରୋଧ ଯୋଗୁଁ ମଙ୍ଗଳବାର ସକାଳୁ ବ୍ରହ୍ମପୁର ସହରରେ ଯାତ୍ରୀବାହୀ ବସ ଚଳାଚଳ ବନ୍ଦ ରହିଛି । ବସ ବନ୍ଦ ଯୋଗୁ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସହର ଭିତରେ ଥିବା ନୂଆ ବସଷ୍ଟାଣ୍ଡର ମରାମତି ସକାଶେ ସମସ୍ତ ଯାତ୍ରୀବାହୀ ବସ ନବନିର୍ମିତ ହଳଦିଆପଦର ବସଷ୍ଟାଣ୍ଡରୁ ଚଳାଚଳ କରିବ ବୋଲି ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ହୋଇଥିଲା । ହେଲେ ଏହି ନିଷ୍ପତ୍ତି କୁ ଗଞ୍ଜାମ ଜିଲା ଘରୋଇ ବସ ମାଲିକ ସଙ୍ଘ ବିରୋଧ କରିବା ସହ ଆଜିଠାରୁ ସମସ୍ତ ବସ ଚଳାଚଳ ବନ୍ଦ କରିଦେଇଛନ୍ତି । ଫଳରେ ବ୍ରହ୍ମପୁରରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଉଥିବା ପ୍ରାୟ ୪୫୦ ବସ ଅଟକି ରହିଛି । ଏପଟେ ପ୍ରଶାସନ ପକ୍ଷରୁ ଅଧିକ ଓସଆରଟିସି ବସ ମଗାଯାଇ ଯାତ୍ରୀଙ୍କ ଯିବା ଆସିବା ପାଇଁ ବ୍ୟବସ୍ଥା କରାଯାଉଛି ।

Comments are closed.